Browsing Tag

landslide

କେନିଆରେ ବଡ଼ ଧରଣର ଭୂସ୍ଖଳନ : ୨୧ ମୃତ, ୩୦ ନିଖୋଜ

ନୌରୋବୀ :  କେନିଆର ପଶ୍ଚିମ ରିଫ୍ଟ ଭ୍ୟାଲିରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଯାହା ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଯାହା ଫଳରେ ଏଥିରେ ପ୍ରାୟ ୨୧ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୩୦ ଜଣ ନିଖୋଜ ରହିଛନ୍ତି । ଏଥିସହ ୧୦୦୦ରୁ ଅଧିକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଏପରି ଘଟଣା ପରେ ସ୍ଥାନୀୟ…

ପାପୁଆ ନ୍ୟୁ ଗିନିରେ ବଡ଼ ଧରଣର ଭୂସ୍ଖଳନ, ୨୧ ମୃତ

ଅଷ୍ଟ୍ରେଲିଆ : ପାପୁଆ ନ୍ୟୁ ଗିନିର ପାର୍ବତ୍ୟ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଏପରି ଘଟଣା ଗୁରୁବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି । ଏହି ଭୂସ୍ଖଳନରେ ପ୍ରାୟ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଭୂସ୍ଖଳନରେ ଏଙ୍ଗା ପ୍ରଦେଶର କୁକାସ ଗାଁରେ ଅନେକ ଘର ନଷ୍ଟ ହୋଇଯାଇଛି । ଯାହା ଅଷ୍ଟ୍ରେଲିୟ…

କଳିଙ୍ଗା ଘାଟିରୁ ଖସିଲା ମାଟି ଅତଡ଼ା, ନିର୍ମାଣ ହୋଇଥିବା ସିମେଣ୍ଟ କଂକ୍ରିଟ ରାସ୍ତାର ହୋଇନାହିଁ କ୍ଷତି

ଭଞ୍ଜନଗର: କଳିଙ୍ଗା ଘାଟିରୁ ଖସିଲା ମାଟି ଅତଡା । ହେଲେ ନିର୍ମାଣ ହୋଇଥିବା ସିମେଣ୍ଟ କଂକ୍ରିଟ ରାସ୍ତାର କିଛି କ୍ଷତି ହୋଇନଥିବା ଜଣାପଡିଛି । ଗଂଜାମ- କନ୍ଧମାଳ ଜିଲ୍ଲା ସୀମାନ୍ତ ତଥା କଳିଙ୍ଗା ଘାଟିରେ ବାତ୍ୟା ମୋନ୍ଥାର କୌଣସି ପ୍ରଭାବ ପଡିନାହିଁ । ବାତ୍ୟା ଯୋଗୁଁ ଘାଟି ରାସ୍ତା ନିରାପଦ…

‘ମୋନ୍ଥା’ ପ୍ରଭାବରେ ଗଜପତି ଜିଲ୍ଲାରେ ବର୍ଷା, ପାହାଡ଼ରୁ ଖସିଛି ବଡ଼ବଡ଼ ପଥର ଖଣ୍ଡ ଓ ମାଟି ଅତଡ଼ା

ଗଜପତି: ଗଜପତିରେ ଭୂସ୍ଖଳନ । ବାତ୍ୟା ମୋନ୍ଥା ପ୍ରଭାବରେ ପ୍ରଥମ ଭୂସ୍ଖଳନର ଚିତ୍ର ସାମ୍ନାକୁ ଆସିଛି । ‘ମୋନ୍ଥା’ ପ୍ରଭାବରେ ଗଜପତି ଜିଲ୍ଲାରେ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଫଳରେ କାଶୀନଗର ବ୍ଳକ ପାର୍ତ୍ତଡା ପଂଚାୟତ ଲିଙ୍ଗା ନିକଟରେ ଭୂସ୍ଖଳନ ହୋଇଛି । ପାହାଡ଼ରୁ ଖସିଛି ବଡ଼ବଡ଼ ପଥର…

ମେକ୍ସିକୋରେ ତାଣ୍ଡବ ରଚିଛି ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନରେ ୪୧ ମୃତ

ମେକ୍ସିକୋ : ଗତ କିଛି ଦିନ ଧରି ମୁଷଳ ଧାରାରେ ବର୍ଷା ହେବା ଯୋଗୁଁ ମେକ୍ସିକୋରେ ପରିସ୍ଥିତି ଖରାପ ହେବାରେ ଲାଗିଛି । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଏବଂ ଭୂସ୍ଖଳନ ହେବା ଯୋଗୁଁ ମେକ୍ସିକୋରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାନୁଯାୟୀ, ଶନିବାର…

ହିମାଚଳ ପ୍ରଦେଶରେ ବଡ ଧରଣର ଭୂସ୍ଖଳନ: ୧୮ ଯାତ୍ରୀଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ ବଡ ଧରଣର ଭୂସ୍ଖଳନ । ରାସ୍ତାରେ ଯାଉଥିବା ବସ ଉପରେ ଖସିଲା ମାଟି ଅତଡ଼ା । ଭୂସ୍ଖଳନରେ ୧୮ଜଣ ବସ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାର ବାଲୁ ବ୍ରିଜ ନିକଟରେ ପ୍ରବଳ ବର୍ଷା ଯୋଗୁଁ ଅଚାନକ ଭୂସ୍ଖଳନ ହୋଇଥିଲା । ମରୋତ୍ତମରୁ…

ଭୂସ୍ଖଳନ ପରେ ଗଜପତିରେ ପୁନରୁଦ୍ଧାର କାମ ଆରମ୍ଭ, ସ୍ଥାନୀୟ ପ୍ରଶାସନ, ଓଡ୍ରାଫ ଓ ଅଗ୍ନିଶମବାହିନୀ  ନିୟୋଜିତ

ଗଜପତି: ଲଘୁଚାପ ଜନିତ ବର୍ଷାରେ ଭୟଙ୍କର ଭୂସ୍ଖଳନ ପରେ ଗଜପତିରେ ଜୋରଦାର ଚାଲିଛି ପୁନରୁଦ୍ଧାର କାମ । ରାୟଗଡ଼ ବ୍ଲକର ପେକଟ, ମୋହନା, ଗୁମ୍ମା ଓ ନୂଆଗଡ଼ ବ୍ଲକରେ ୬ରୁ ଅଧିକ ସ୍ଥାନରେ ଭୂସ୍କଳନ ପରେ ପୁନରୁଦ୍ଧାର କାମରେ ନିୟୋଜିତ ଅଛନ୍ତି ସ୍ଥାନୀୟ ପ୍ରଶାସନ, ଓଡ୍ରାଫ ଓ ଅଗ୍ନିଶମବାହିନୀ  ।…

ଗଜପତିରେ ଲଗାଣ ବର୍ଷାରେ ଧସିଲା ପାହାଡ଼, ଭାସିଗଲା ପୋଲ; ବାପ-ପୁଅ ନିଖୋଜ

ଗଜପତି : ଧସିଲା ପାହାଡ଼, ଭାସିଗଲା ପୋଲ । ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ନିଖୋଜ ହୋଇଯାଇଛନ୍ତି ବାପ-ପୁଅ । ପେକେଟ ଗାଁର ୭୦ ବର୍ଷୀୟ କାର୍ତ୍ତିକ ଶବର ଓ ତାଙ୍କ ପୁଅ ରାଜୀବ ଶବରଙ୍କ ପତ୍ତା ମିଳୁନି । ବାପ ପୁଅ ମାଟି ତଳେ ଚାପି ହୋଇ ରହିଥିବା…

ଗଜପତିରେ ବର୍ଷା ବିତ୍ପାତ, ମହେନ୍ଦ୍ରଗିରିରେ ଫସି ରହିଥିବା ୨୪ ପର୍ଯ୍ୟଟକ ଉଦ୍ଧାର

ଗଜପତି : ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତି ବେହାଲ । ଜିଲ୍ଲାର ବସ୍ତ୍ରୀଗୁଡା, ପେଟ, ମହେନ୍ଦ୍ରଗିରି, ଅଢ଼େଇ ଆଦି ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ବିଭିନ୍ନ ଜନବସତିରେ ବନ୍ୟା ଜଳ ପ୍ରବେଶ କରିଛି । ଭୂସ୍ଖଳନ ଯୋଗୁଁ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ନିଖୋଜ ଅଛନ୍ତି । ସେପଟେ…

ମୋହନାରେ ଭୀଷଣ ବର୍ଷା : ଦୁଇଟି ସ୍ଥାନରେ ଧସିଲା ପାହାଡ଼, ଭାସିଲା କାର

ମୋହନା : ଗଜପତି ଜିଲ୍ଲା ମୋହନାରେ ଭୀଷଣ ବର୍ଷା। ଦୁଇ ଦୁଇଟି ସ୍ଥାନରେ ଧସିଲା ପାହାଡ଼ । ଆଜି ସକାଳେ ପାପାଇଜୁ ନିକଟରେ ପାହାଡ଼ ଧସିଥିବା ବେଳେ ବର୍ତ୍ତମାନ ପାଜିଗିଡି ପାହାଡ଼ ଧସିଛି। ଫଳରେ ୩୦ରୁ ଉର୍ଦ୍ଧ୍ବ ଗାଁକୁ ଠପ୍ ହୋଇଯାଇଛି ଯାତାୟାତ। ଗତକାଲି ଠାରୁ ଏହି ଅଞ୍ଚଳରେ ତୁହାକୁ ତୁହା…

ଦାରିଙ୍ଗିବାଡ଼ି ବ୍ଲକ ସାଡ଼ାଙ୍ଗ ଡ୍ୟୁ ଘାଟିରେ ଭୂସ୍ଖଳନ, ଜରୁରୀକାଳୀନ ସେବାରେ ସମସ୍ୟା

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ସାଡ଼ାଙ୍ଗ ଡ୍ୟୁ ଘାଟିରେ ଭୂସ୍ଖଳନ । ଘାଟିରୁ ଖସିଲା ବିରାଟ ପଥର ଓ ମାଟି ଅତଡ଼ା ।  ଦାରିଙ୍ଗିବାଡ଼ି ବ୍ଲକ ସୋନପୁର ପଞ୍ଚାୟତ ର ଗାହାକିଆରୁ ଗସାପାଙ୍ଗା ରାସ୍ତାରେ ଭୂସ୍ଖଳନ ଘଟିଛି ।  ମୁଖ୍ୟ ରାସ୍ତାରେ ବଡ଼ ବଡ଼ ପଥର ପଡ଼ି ଗାହାକିଆରୁ…

ଡରାଉଛି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ରାସ୍ତା, ଲଗାଣ ବର୍ଷାରେ ଖସୁଛି ମାଟି ଅତଡ଼ା

ମାଲକାନଗିରି : ରାସ୍ତାରୁ ଖସୁଛି ମାଟି ଅତଡ଼ା ।  ଡରାଉଛି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ରାସ୍ତା । ଲଗାଣ ବର୍ଷାରେ ମାଙ୍କଡଝୋଲା ନିକଟ ରାସ୍ତାର ମାଟି ଅତଡ଼ା ତଳକୁ ଖସୁଛି ରାସ୍ତା ବିପଦପୂର୍ଣ୍ଣ ପାଲଟଛି । ଫଳରେ ଯାତାୟତ ସ୍ବାଭାବିକ ହୋଇପାରୁନି । ଯାତାୟତ ପାଇଁ ଲୋକେ ଭୟଭୀତ ହେଉଛନ୍ତି ।…