ମାଟିରେ ମିଶିଲା ପୋଲିସ କର୍ମୀଙ୍କ ସ୍ୱପ୍ନର ଘର, ଗ୍ରହଣ କଲେନାହିଁ ୫,୦୦୦ ଟଙ୍କାର ସହାୟତା ରାଶି

ହିମାଚଳରେ ପ୍ରବଳ ବର୍ଷା ଯୋଗୁ ଲଗାତାର ଭୂସ୍ଖଳନ ଘଟଣା ଘଟୁଛି। ଏ ପର୍ଯ୍ୟନ୍ତ ପ୍ରାୟ ୭୧ ଜଣଙ୍କର ଏଥିରେ ମୃତ୍ୟୁ ଘଟି ସାରିଲାଣି।

ହିମାଚଳରେ ପ୍ରବଳ ବର୍ଷା ଯୋଗୁ ଲଗାତାର ଭୂସ୍ଖଳନ ଘଟଣା ଘଟୁଛି। ଏ ପର୍ଯ୍ୟନ୍ତ ପ୍ରାୟ ୭୧ ଜଣଙ୍କର ଏଥିରେ ମୃତ୍ୟୁ ଘଟି ସାରିଲାଣି। ଏବେ ଏକ ରିପୋର୍ଟରୁ ଜଣାପଡ଼ିଛି, ଅଗଷ୍ଟ ୧୪ ତାରିଖ ସକାଳେ ହିମାଚଳ ପ୍ରଦେଶରେ ହୋଇଥିବା ଭୂସ୍ଖଳନରେ ଜଣେ ପୋଲିସ କର୍ମୀଙ୍କ ୧ କୋଟିର ଘର ଭୁଶୁଡ଼ି ପଡ଼ିଛି।

ଭୂସ୍ଖଳନ ପରେ ଘରଟି ମାଟି ଗଦାରେ ପରିଣତ ହୋଇଛି। ଆଖି ସାମ୍ନାରେ ହିଁ ଭୁଶୁଡ଼ି ଯାଇଛି ତାଙ୍କ ସ୍ୱପ୍ନର ମହଲ। ସୂଚନା ରହିଛି କି, ୫୪ ବର୍ଷୀୟ ଅଶୋକ ଗୁଲେରିଆ ଭାରତୀୟ ସେନାରୁ ଲାନ୍ସ ନାୟକ ପଦରୁ ଅବସର ନେବା ପରେ ଶିମ୍‌ଲାରେ ହେଡ୍‌ କନଷ୍ଟେବଳ ପଦରେ ମୁତୟନ ଅଛନ୍ତି।

୨ ବର୍ଷ ପୂର୍ବେ ମଣ୍ଡି ଜିଲ୍ଲାରେ ନିଜ ପୈତୃକ ଗାଁରେ ଅଶୋକ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ଘର ତିଆରି କରିଥିଲେ। ପରେ ସେ ଆସବାବପତ୍ର ଏବଂ ସାଜସଜ୍ଜାରେ ପଇସା ନିବେଶ କରିଥିଲେ। ନିଜ ସ୍ୱପ୍ନର ଘର ତିଆରି କରିବାରେ ଅଶୋକଙ୍କୁ ମୋଟ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ହେଲେ ଏବେ ତାଙ୍କ ଘରଟି ଭୂସ୍ଖଳନରେ ଛାରଖାର ହୋଇଯାଇଛି।

ଘର ଚାଲିଯିବା ପରେ ଅଶୋକ କହିଛନ୍ତି, ଏହା ତିନି ମହଲା ବିଶିଷ୍ଟ ଥିଲା। ଫର୍ଣ୍ଣିଚର ସମେତ ଅନ୍ୟାନ୍ୟ କାମରେ ମୋଟ ୧ କୋଟିରୁ ଅଧିକ ଟଙ୍କା ମୁଁ ଖର୍ଚ୍ଚ କରିଥିଲି। ଘର ବାହାରେ ଥିବା କାର୍‌କୁ ମଧ୍ୟ ମୁଁ ବାହାରି କରିପାରି ନ ଥିଲି। କାରଣ, ଗାଁ ରାସ୍ତାଟି ପୂର୍ବରୁ ହିଁ ଭାଙ୍ଗି ସାରିଥିଲା।

ସେ କହିଛନ୍ତି ଯେ ମଙ୍ଗଳବାର ତାଙ୍କୁ ଫୋନ୍‌ ଆସିଥିଲା କି, ଜିଲ୍ଲା ପ୍ରଶାସନ ତରଫରୁ ୫,୦୦୦ ଟଙ୍କାର ତତ୍କାଳ ସହାୟତା ଦିଆଯାଉଛି। ଅବଶିଷ୍ଟ କ୍ଷତିପୂରଣ ବର୍ତ୍ତମାନ ସ୍ଥିର ହୋଇନାହିଁ। ହେଲେ ଅଶୋକ ଏହି ଅର୍ଥରାଶି ନେବାକୁ ମନା କରିଦେଇଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.