Below header

ଦାଦାବଟି ଆଦାୟ ମାମଲା, ଆଜି ଆଉ ଜଣେ ଯୁବକକୁ ଗିରଫ କଲା ଏୟାରଫିଲଡ଼ ଥାନା ପୋଲିସ

ଦାଦାବଟି ଆଦାୟ ମାମଲାରେ ପୋଲିସ ଆଉ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି l କିଛି ମାସ ହେବ ପୋଲିସକୁ ଚକ୍ ମା ଦେଇ ଫେରାର ଥିଲା ଆସାମୀ l

ଭୁବନେଶ୍ୱର(କେନ୍ୟୁଜ) : ଦାଦାବଟି ଆଦାୟ ମାମଲାରେ ପୋଲିସ ଆଉ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି l କିଛି ମାସ ହେବ ପୋଲିସକୁ ଚକ୍ ମା ଦେଇ ଫେରାର ଥିଲା ଆସାମୀ l ଗିରଫ ଯୁବକ ନାମ ହେଉଛି ପତିତପାବନ ବରିଷଲ l ପତିତପାବନ ବରିଷଲ ଜଣେ ପେସାଦାର ଦାଦାବଟି ଆଦାୟ କରୁଥିବା ଯୁବକ l

ପୋଲିସର ସୂଚନା ଅନୁସାରେ, ଗତ ଫେବୃଆରୀ 20 ତାରିଖରେ ପତିତପାବନ ବରିଷଲ ଓ ପ୍ରେମାନନ୍ଦ ଭାରିମଲ୍ଲ ଏବଂ ଅନ୍ୟ ଜଣେ ଯୁବକଙ୍କ ସହଯୋଗରେ ପଞ୍ଚୁପଲ୍ଲୀ ଅଞ୍ଚଳରେ ଚାଲିଥିବା ରୋଡ଼ କାମରେ ନିୟୋଜିତ ଭାରୀଯାନଗୁଡିକ ଠାରୁ ଏମାନେ ଖଣ୍ଡା ଦେଖାଇ ଭୟଭୀତ କରି ଦାଦାବଟି ଆଦାୟ କରୁଥିଲେ l

ଏକଥା ଐରଫିଲଡ଼ ଥାନା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପ୍ରେମାନନ୍ଦ ଭାରିମଲ୍ଲକୁ ଗିରଫ କରିଥିବାବେଳେ ପତିତପାବନ ବରିଷଲ ଅନ୍ୟ ଜଣେ ଯୁବକ ଫେରାର ଥିଲେ l ଆଜି ଏୟାରଫିଲଡ଼ ଥାନା ପୋଲିସ ପତିତପାବନ ବରିଷଲକୁ ଗିରଫ କରି କୋର୍ଟ ଚାଲାଣ କରିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.