Below header

ରାଜଧାନୀରେ ବୁଲିଲା ଖଣ୍ଡା, ଖଣ୍ଡା ଚୋଟରେ ଯୁବକ ଗୁରୁତର

ଆଉ ଥରେ ପୁଣି ଅନେକ ଦିନ ପରେ ଅଶାନ୍ତ ହୋଇଛି ରାଜଧାନୀ l ପୁଣି ଦୃବୃର୍ତ୍ତ ମାନେ ମୈତ୍ରୀବିହାର ଥାନା ଅଞ୍ଚଳରେ ବୁଲାଇଲେ ଖଣ୍ଡା l ଏବଂ ଖଣ୍ଡା ଚୋଟରେ ଗୁରୁତ୍ତର ଯୁବକ କ୍ୟାପିଟାଲ ମେଡିକାଲ ରେ ଭର୍ତ୍ତି l

ଭୁବନେଶ୍ୱର(କେନ୍ୟୁଜ୍‌) : ଆଉ ଥରେ ପୁଣି ଅନେକ ଦିନ ପରେ ଅଶାନ୍ତ ହୋଇଛି ରାଜଧାନୀ l ପୁଣି ଦୃବୃର୍ତ୍ତ ମାନେ ମୈତ୍ରୀବିହାର ଥାନା ଅଞ୍ଚଳରେ ବୁଲାଇଲେ ଖଣ୍ଡା l ଏବଂ ଖଣ୍ଡା ଚୋଟରେ ଗୁରୁତ୍ତର ଯୁବକ କ୍ୟାପିଟାଲ ମେଡିକାଲ ରେ ଭର୍ତ୍ତି l

ପରିବାର ଲୋକଙ୍କ ସୂଚନା ଅନୁସାରେ,ଶାହିଲ ସାଲିଆ ସାହି ଅଂଚଳରେ ରୁହନ୍ତି l ସାହିଲର ଆଗରୁ କିଛି ଯୁବକ ମାନଙ୍କ ସହିତ ଶତ୍ରୁତା ରହିଥିଲା l ଆଜି ଅପରାହ୍ନ ସମୟରେ ଚାରି ପାଞ୍ଚ ଜଣ ଯୁବକ ପ୍ରଥମେ ଆସି ସାହିଲିକୁ ଖୋଜି ଥିଲେ ଏବଂ ସେହି ଅଂଚଳର ଆଖ ପାଖ ଲୋକଙ୍କୁ ସାହିଲ କୋଉଠି ବୋଲି ପଚାରି ଥିଲେ l ଉପସ୍ଥିତ ଥିବା ଜଣେ ସାଙ୍ଗ ଜାଣି ନଥିବା କହିବାରୁ ଚାଲି ଯାଇଥିଲେ l ଏବଂ ପ୍ରାୟ ଚାରିଟା ସମୟରେ ଆସି ସାହିଲୁ ଖଣ୍ଡା ଧରି ଗୋଡେଇ ଆକ୍ରମଣ କରିଥିଲେ l ଏବଂ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ l ଆକ୍ରମଣ ଶିକାର ସାହିଲ ଗୁରୁତ୍ତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ l ଗୁରୁତ୍ତର ସାହିଲକୁ ନେଇ ପରିବାର ଲୋକ ଆଶଙ୍କା ରେ ଅଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.