Below header

ନନ୍ଦନକାନନ ଜଗିବେ ପୂର୍ବତନ ସେନା କର୍ମଚାରୀ, ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି

ଏଣିକି ନନ୍ଦନକାନନ ଜଗିବେ ପୂର୍ବତନ ସେନା କର୍ମଚାରୀ। ନନ୍ଦନକାନନ ସୁରକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ୱର : ଏଣିକି ନନ୍ଦନକାନନ ଜଗିବେ ପୂର୍ବତନ ସେନା କର୍ମଚାରୀ। ନନ୍ଦନକାନନ ସୁରକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିକଟରେ ନନ୍ଦନକାନନ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଅଧିକାରୀଙ୍କୁ ମାଡ଼ ମାରିଥିଲେ ଦୁର୍ବୃତ୍ତ।

ଘଟଣା ପରେ ନନ୍ଦନ କାନନ ସୁରକ୍ଷା ନେଇ ଉଚ୍ଚ ସ୍ତରୀୟ ବୈଠକ ହୋଇଛି। ପୂର୍ବତନ ସେନା କର୍ମଚାରୀ ନନ୍ଦନକାନନ ସୁରକ୍ଷା ପାଇଁ ମୁତୟନ ହେବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେମାନେ ଅସ୍ତ୍ରଶସ୍ତ୍ର ଧରି ପାଟ୍ରୋଲିଂ କରିବେ। ଏଥିସହ ନନ୍ଦନକାନନରେ ନିୟୋଜିତ ସମସ୍ତ ଅଧିକାରୀଙ୍କୁ ନିଜର ସୁରକ୍ଷା ପାଇଁ ଅସ୍ତ୍ର ଦିଆଯାଇଛି। ନନ୍ଦନକାନନ ନିକଟରେ ଥିବା ଗ୍ରାମରୁ ଭିତରକୁ ଆସିଥିବା ରାସ୍ତାକୁ ବନ୍ଦ କରିବାକୁ ମଧ୍ୟ ଗ୍ରାମବାସୀଙ୍କ ସହ ଆଲୋଚନା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.