ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ, ସମସ୍ତେ ଭୋଟ ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅପିଲ

ଆଜି ଥମିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର । ଦିନକ ପରେ ଭୋଟ । ବୁଥ୍ ମୁହାଁ ପୋଲିଂ ପାର୍ଟି । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଆସନ ଓ ୪୨ ବିଧାନସଭା ଆସନ ପାଇଁ ମତଦାନ ହେବ । ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ୧୦ହଜାର ୫୫୧ ମତଦାନ କେନ୍ଦ୍ରରେ କଡ଼ା ସୁରକ୍ଷାରେ ଭୋଟ ନିଆଯିବ । ଭୋଟରଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ଗାଁ କି ସହର ଯେଉଁଠି ବି ରହିଥା ଭୋଟ ନିଶ୍ଚିନ୍ତ ଦିଅନ୍ତୁ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ଥମିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ।  ଦିନକ ପରେ ଭୋଟ  ।  ବୁଥ୍ ମୁହାଁ ପୋଲିଂ ପାର୍ଟି ।  ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଆସନ ଓ ୪୨ ବିଧାନସଭା ଆସନ ପାଇଁ ମତଦାନ ହେବ ।  ଲୋକସଭା ଆସନରେ ୬୪ ଓ ବିଧାନସଭାରେ ୩୮୩ ଜଣ ପ୍ରାର୍ଥୀ ଅଛନ୍ତି ।  ଲୋକସଭା ଆସନରେ ଲଢୁଥିବା ୬୪ ପ୍ରାର୍ଥୀଙ୍କ ମଧ୍ୟରୁ ୫୫ ଜଣ ପୁରୁଷ ଓ ୯ ଜଣ ମହିଳା । ସେହିପରି ୩୮୩ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୯ଜଣ ପୁରୁଷ ଓ ୪୪ଜଣ ମହିଳା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହି ସୂଚନା ଦେଇଛନ୍ତି ।

ମୋଟ ୯୪ ଲକ୍ଷ ୪୮ ହଜାର ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।  ସେଥି ମଧ୍ୟରୁ ୨୧ ପ୍ରତିଶତ ହେଉଛନ୍ତି ଯୁବ ଭୋଟର ।  ପୁରୁଷ ଭୋଟରଙ୍କ ସଂଖ୍ୟା ୪୮.୩୦ ଲକ୍ଷ ଓ ମହିଳା ଭୋଟରଙ୍କ ସଂଖ୍ୟା ୪୬.୧୮ ଲକ୍ଷ ।  ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ୧୦ହଜାର ୫୫୧ ମତଦାନ କେନ୍ଦ୍ରରେ କଡ଼ା ସୁରକ୍ଷାରେ ଭୋଟ ନିଆଯିବ ।  ଭୋଟରଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ଗାଁ କି ସହର ଯେଉଁଠି ବି ରହିଥା ଭୋଟ ନିଶ୍ଚିନ୍ତ ଦିଅନ୍ତୁ ।

Leave A Reply

Your email address will not be published.