ବିଜେଡି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପ୍ରକାଶ ପାଣିଗ୍ରାହୀ

ସିମୁଳିଆ ବିଧାୟକ ତଥା ପୂର୍ବତନ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପ୍ରକାଶ ପାଣିଗ୍ରାହୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ।

ସୋର : ସିମୁଳିଆ ବିଧାୟକ ତଥା ପୂର୍ବତନ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପ୍ରକାଶ ପାଣିଗ୍ରାହୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି ।

ବିଜେଡି ଟିକେଟରେ  ୨୦୧୪ ରେ ପ୍ରଥମଥର ବିଧାୟକ ,୨୦୧୯ ରେ ବିଧାୟକ ହେବା ସହିତ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ  ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀ ହୋଇଥିଲେ । ଦଳ ତାଙ୍କୁ ଚଳିତ ନିର୍ବାଚନରେ ଟିକେଟ ପ୍ରଦାନ କରି ନଥିବାରୁ ସେ ଅସନ୍ତୁଷ୍ଟ ଥିଲେ । ଦଳ ଏଠାରେ ସୁବାଷୀନି ସାହୁଙ୍କୁ ପ୍ରାଥୂ କରିଛି । ଶ୍ରୀମତୀ ସାହୁ ହେଉଛନ୍ତି ଵିଜେଡି କଳା ସଂସ୍କୃତି ବିଭାଗର ରାଜ୍ୟ ସମ୍ପାଦକ ଶଶୀ କୁମାର ସାହୁଙ୍କ ଧର୍ମପତ୍ନୀ ।

Leave A Reply

Your email address will not be published.