ଶୁନଶାନ୍‌ ରାତିରେ ମନ୍ଦିରରେ ଘଣ୍ଟି ବଜାଇଲା ଭାଲୁ

ରାତିରେ ନ ଶୋଇ ଏମିତି କିଏ ଘଣ୍ଟି ବଜାଉଛି ଦେଖିବା ପାଇଁ ଲୋକେ ଗଲେ ତ, ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେଇଗଲେ । ଲୋକମାନେ ଯାଇ ଦେଖନ୍ତି ତ ମନ୍ଦିର ଭିତରେ ପଶିଛନ୍ତି ଦୁଇଟି ଭାଲୁ । ଗୋଟେ ମନ୍ଦିର ବେଢ଼ାରେ ବୁଲୁଛି ତ ଆଉ ଗୋଟେ ଘଣ୍ଟି ବଜାଇବାରେ ବ୍ୟସ୍ତ ।

ଜୟପୁର (କେନ୍ୟୁଜ) : ଏତେ ରାତିରେ କିଏ ବଜାଉଥିଲା ଘଣ୍ଟି । ରାତିରେ ନ ଶୋଇ ଏମିତି କିଏ ଘଣ୍ଟି ବଜାଉଛି ଦେଖିବା ପାଇଁ ଲୋକେ ଗଲେ ତ, ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେଇଗଲେ । ଲୋକମାନେ ଯାଇ ଦେଖନ୍ତି ତ ମନ୍ଦିର ଭିତରେ ପଶିଛନ୍ତି ଦୁଇଟି ଭାଲୁ । ଗୋଟେ ମନ୍ଦିର ବେଢ଼ାରେ ବୁଲୁଛି ତ ଆଉ ଗୋଟେ ଘଣ୍ଟି ବଜାଇବାରେ ବ୍ୟସ୍ତ ।

ଏୟାରପୋର୍ଟ, ଗଛ ଆଉ ଆଖୁବାଡ ପରେ ଏବେ ଶୁନଶାନ ରାତିରେ ମନ୍ଦିରରେ ପଶିଛି ଭାଲୁ । ଖାଲି ସେତିକି ନୁହେଁ ମନ୍ଦିରରେ ବାବା ଶମ୍ଭୁଙ୍କ ଆଗରେ ଘଣ୍ଟିବି ବଜାଉଛି ଭାଲୁ । ବୋରିଗୁମ୍ମା ଚମ୍ପିଆ ଶିବ ମନ୍ଦିରରେ ଦେଖିବାକୁ ମିଳିଛି ଏ ଦୃଶ୍ୟ । ଏ ଘଟଣା ଗତ ରାତିର । ଗତ ରାତିରେ ଦୁଇଟି ଭାଲୁ ଖାଦ୍ୟ ଅନ୍ୱେଷଣରେ ପଶି ଯାଇଥିଲେ । ପ୍ରବେଶ ଦ୍ୱାରରେ ଘଣ୍ଟି ବଜାଇଥିଲେ କିଛି ଯୁବକ ଘଣ୍ଟି ଶବ୍ଦ ଶୁଣି ମନ୍ଦିରକୁ ଯାଇ ଦେଖିଲେ ସଙ୍ଗେ ସଙ୍ଗେ ଭିଡିଓ ଉତ୍ତୋଳନ କରିଥିଲେ।

ପ୍ରତ୍ୟେକ ଦିନ ଦୁଇଟି ଭାଲୁ ଗାଁ ମଧ୍ୟରେ ବୁଲୁ ଥିବା ନଜରକୁ ଆସିଛି । ତେବେ ବର୍ତ୍ତମାନ ଏହି ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି । ଲୋକମାନେ ଭାଲୁର ଏ ଘଣ୍ଟି ବଜାଇବା ତରିକା ଦେଖି ବେଶ୍‌ ଖୁସି ହେଉଛନ୍ତି । ଭାଲୁକୁ କୌତୁହଳ ଲାଗିଲା ବୋଧେ ସେଥିପାଇଁ ଥରେ ବଜାଇଲା ତାପରେ ପୁଣି ଥରେ ଦୁଇ ଗୋଡରେ ଛିଡା ହୋଇ ହାତ ଟେକି ମାରି ଚାଲିଥିଲା ଘଣ୍ଟି । ଏ ଭାଇରାଲ ଭିଡିଓକୁ ଯିଏ ଦେଖୁଛନ୍ତି ସେ ନ ହସି ରହିପାରୁନାହାଁନ୍ତି । ବାସ୍ତବରେ ଏମିତି ହିଁ ମଜାଳିଆ ଦୃଶ୍ୟ ହିଁ ଇଏ । ଯିଏ ଦେଖିବ ସେ ହସିବ ।

Leave A Reply

Your email address will not be published.