ବିରାଟଙ୍କ ଟିମ୍‌ ହାରିଯିବା ପରେ ଦୁଃଖରେ ଭାଙ୍ଗିପଡିଲେ ଅନୁଷ୍କା ଶର୍ମା, ଲୋକ କହିଲେ ‘ସବୁବେଳେ ସପୋର୍ଟ କରନ୍ତି’

ସବୁ ମ୍ୟାଚ୍‌ ଭଳି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚକୁ ଦେଖିବା ପାଇଁ ମଧ୍ୟ ଅନୁଷ୍କା ପହଞ୍ଚିଥିଲେ । ହେଲେ ଆରସିବି ହାରିବା ପରେ ଅନୁଷ୍କାଙ୍କ ମନ ଦୁଃଖ ହୋଇଯାଇଥିଲା । ଫ୍ୟାନ୍ସ ଅନୁଷ୍କାଙ୍କୁ ଦେଖି ଦୁଃଖିତ ହୋଇଛନ୍ତି । ଯାହାର ଭିଡିଓ ଭାଇରଲ ହେଉଛି ।

ବିରାଟ କୋହଲିଙ୍କୁ ସପୋର୍ଟ କରିବା ପାଇଁ ଅନୁଷ୍କା ଶର୍ମା ସବୁବେଳେ ମ୍ୟାଚ ଦେଖିବାକୁ ପହଞ୍ଚିଯାଆନ୍ତି । ଖାସ୍‌ କରି ଆଇପିଏଲ ମ୍ୟାଚ । ସବୁ ମ୍ୟାଚ୍‌ ଭଳି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚକୁ ଦେଖିବା ପାଇଁ ମଧ୍ୟ ଅନୁଷ୍କା ପହଞ୍ଚିଥିଲେ । ହେଲେ ଆରସିବି ହାରିବା ପରେ ଅନୁଷ୍କାଙ୍କ ମନ ଦୁଃଖ ହୋଇଯାଇଥିଲା । ଏହି ମ୍ୟାଚ ହାରିବା ପରେ ୨୦୨୪ ଆଇପିଏଲରୁ ଆରସିବି ବାଦ୍‌ ପଡିଛି । ଫ୍ୟାନ୍ସ ଅନୁଷ୍କାଙ୍କୁ ଦେଖି ଦୁଃଖିତ ହୋଇଛନ୍ତି । ଯାହାର ଭିଡିଓ ଭାଇରଲ ହେଉଛି ।

ଭାଇରଲ ଭିଡିଓରେ ଅନୁଷ୍କା ଷ୍ଟାଡିୟମରେ କର୍ପୋରେଟ ବକ୍ସରେ ବସିଥିବା ବେଳେ ତାଙ୍କ ମୁହଁରେ ଉଦାସୀନତା ଦେଖିବାକୁ ମିଳିଛି । ଅନୁଷ୍କାଙ୍କୁ ଏଭଳି ଦେଖି ଫ୍ୟାନ୍ସ ଚିନ୍ତିତ ହୋଇପଡିଛନ୍ତି । ଭିଡିଓରେ ଫ୍ୟାନ୍ସ କମେଣ୍ଟ କରିବାରେ ଲାଗିଛନ୍ତି ।

 

View this post on Instagram

 

A post shared by Instant Bollywood (@instantbollywood)

ଷ୍ଟାଡିୟମରେ ଅନୁଷ୍କାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭିଡିଓରେ ଲୋକ ମଧ୍ୟ କମେଣ୍ଟ କରୁଛନ୍ତି । ୟୁଜର ଲେଖିଛନ୍ତି, ସେ ସୁବବେଳେ ବିରାଟଙ୍କ ସହିତ ରହିଥାନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ବିୟୁଟିଫୁଲ କପଲ । ଆଉ ଜଣେ ଲେଖିଛନ୍ତି, ଆଜି ବ୍ଲାକ କଲର ଆଉଟଫିଟ୍‌ ପିନ୍ଧି ଆସିବାର ଥିଲା ।

ସୂଚନାଯୋଗ୍ୟ, ଆରସିବି ଗତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ହରାଇଥିଲା । ଏହି ସମୟରେ ଅନୁଷ୍କା ଖୁସିରେ କାନ୍ଦି ପକାଇଥିଲେ । ବିରାଟ ଫିଲ୍ଡରେ ନିଜର ବିଜୟ ସେଲିବ୍ରେସନ କରୁଥିବା ବେଳେ ଅନୁଷ୍କା ଷ୍ଟାଣ୍ଡରେ ଭାବବିହ୍ଵଳ ହୋଇପଡିଥିଲେ । ଅନୁଷ୍କାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ।

ଲଗାତାର ୬ଟି ମ୍ୟାଚ ଜିତି ପ୍ଲେଅଫକୁ ଆସିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଆଇପିଏଲରୁ ବିଦା ହୋଇଛି ।  ଆଉ ପୁଣି ଥରେ ଟ୍ରଫି ଜିତିବାର ସ୍ବପ୍ନ ଧୂଳିସାତ୍ ହୋଇଛି ।  ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ୪ୱିକେଟରେ ବେଙ୍ଗାଳୁରୁକୁ ହରାଇ କ୍ୱାଲିଫାୟର ୨ରେ ପହଞ୍ଚିଛି । ଆରସିବି ପକ୍ଷରୁ ୧୭୩ ରନର ଲକ୍ଷ୍ୟ ଦିଆଯାଇଥିଲା ।  ତେବେ ଏହାକୁ ଗୋଟିଏ ଓଭର ପୂର୍ବରୁ ହାସଲ କରିଥିଲା ରାଜସ୍ଥାନ ।

Leave A Reply

Your email address will not be published.