ଦିଲ୍ଲୀରେ ୨୫ରେ ସାର୍ବଜନିକ ଛୁଟି; ଦୁଇ ଦିନ ବନ୍ଦ ରହିବ ସମସ୍ତ ମଦ ଦୋକାନ, ଭୋର୍‌ ୪ଟାରୁ ଗଡ଼ିବ ମେଟ୍ରୋ

ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ମେ’ ୨୫ରେ ଦିଲ୍ଲୀରେ ମତଦାନ ହେବ । ମତଦାନକୁ ନେଇ ନିର୍ବାଚନ ଆୟୋଗ ଏବଂ ଦିଲ୍ଲୀ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିନେଇଛନ୍ତି । ଏହି ଦିନ ଦିଲ୍ଲୀ ସରକାର ସାର୍ବଜନିକ ଛୁଟି ମଧ୍ୟ ଘୋଷଣା କରିଛନ୍ତି ।

ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ମେ’ ୨୫ରେ ଦିଲ୍ଲୀରେ ମତଦାନ ହେବ । ମତଦାନକୁ ନେଇ ନିର୍ବାଚନ ଆୟୋଗ ଏବଂ ଦିଲ୍ଲୀ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିନେଇଛନ୍ତି । ଏହି ଦିନ ଦିଲ୍ଲୀ ସରକାର ସାର୍ବଜନିକ ଛୁଟି ମଧ୍ୟ ଘୋଷଣା କରିଛନ୍ତି, ଯାହାଫଳରେ ଅଧିକରୁ ଅଧିକ ଲୋକେ ନିଜର ମତ ସାବ୍ୟସ୍ତ କରିପାରିବେ ଏବଂ ମତଦାନର ପ୍ରତିଶତ ବଢ଼ାଇ ପାରିବେ ।

ଦିଲ୍ଲୀରେ ଲୋକସଭା ନିର୍ବାଚନ ଦିନ ସମସ୍ତ ବଜାର ବନ୍ଦ ରହିବ ଏବଂ କର୍ମଚାରୀମାନଙ୍କୁ ବେତନ ସହିତ ଛୁଟି ମିଳିବ । ଏହାକୁ ନେଇ ବ୍ୟବସାୟୀ ସଙ୍ଗଠନ ‘ଚ୍ୟାମ୍ବର ଅଫ୍‌ ଟ୍ରେଡ୍‌ ଆଣ୍ଡ ଇଣ୍ଡଷ୍ଟ୍ରୀ (ସିଟିଆଇ)’ ସମସ୍ତ ମାର୍କେଟ୍‌ ସଙ୍ଗଠନକୁ ବଜାର ବନ୍ଦ ରଖିବାକୁ ଆହ୍ଵାନ କରିଛି । ସିଟିଆଇ ଚେୟାରମ୍ୟାନ୍‌ ବ୍ରିଜେଶ ଗୋଏଲ କହିଛନ୍ତି, ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମେ’ ୨୫ରେ ଦିଲ୍ଲୀର ସମସ୍ତ ବଜାର, ଶିଳ୍ପାଞ୍ଚଳ ବନ୍ଦ ରହିବ ।

ଏତିକି ନୁହେଁ, ନିର୍ବାଚନକୁ ଆଖି ଆଗରେ ରଖି ଦିଲ୍ଲୀରେ ଦୁଇ ଦିନ ମଦ ଦୋକାନ ମଧ୍ୟ ବନ୍ଦ ରହିବ । ଆଜି ସନ୍ଧ୍ୟା ୬ଟା ପରଠାରୁ ମେ’ ୨୫ ତାରିଖ ମତଦାନ ଶେଷ ହେବା ପର୍ଯ୍ୟନ୍ତ ଗାଜିଆବାଦ ସୀମାରୁ ୧୦୦ ମିଟର ଦୂରତା ଯାଏ ସମସ୍ତ ମଦ ଦୋକାନ ବନ୍ଦ ରହିବ । ଏହା ବ୍ୟତୀତ ମେ’ ୨୩ ଏବଂ ୨୪ରେ ଦିଲ୍ଲୀରେ ପ୍ରବେଶ କରୁଥିବା ଯାନବାହାନ ଉପରେ ପ୍ରତିବନ୍ଧକ ରହିବ ।

୨୫ ତାରିଖରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଟ୍ରେନ୍‌ଗୁଡ଼ିକର ଟାଇମିଂରେ ମଧ୍ୟ ପରିବର୍ତ୍ତନ ଘୋଷଣା କରିଛି । ଲୋକସଭା ନିର୍ବାଚନ ଦିନ ସମସ୍ତ ଲାଇନ୍‌ରେ ମେଟ୍ରୋ ଟ୍ରେନ୍‌ ସେବା ସକାଳ ୪ଟାରୁ ଆରମ୍ଭ ହେବ । ସକାଳ ୬ଟା ପର୍ଯ୍ୟନ୍ତ ୩୦ ମିନିଟ୍‌ ବ୍ୟବଧାନରେ ଟ୍ରେନ୍‌ ଚାଲିବ । ଏହାପରେ ସକାଳ ୬ଟା ପରେ ପୂରା ଦିନ ସାଧାରଣ ଟ୍ରେନ୍‌ ଚଳାଚଳ କରିବ । ଏହା ବ୍ୟତୀତ ଡିଟିସି ବସ୍‌ଗୁଡ଼ିକ ମଧ୍ୟ ସକାଳ ୪ଟାରୁ ଆରମ୍ଭ ହୋଇଯିବ । ସେପଟେ ଆଜି ମେ’ ୨୩ରେ ନିର୍ବାଚନ ପ୍ରଚାର ବନ୍ଦ ହେବ ।

Leave A Reply

Your email address will not be published.