ଅଭିନେତା ଫିରୋଜ ଖାନଙ୍କ ହାର୍ଟଆଟାକରେ ମୃତ୍ୟୁ, ଅମିତାଭ ବଚ୍ଚନଙ୍କ ମିମିକ୍ରି କରି ପାଇଥିଲେ ପରିଚୟ

ଫିରୋଜ ଖାନ ଦେଖିବାକୁ ବିଲକୁଲ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଭଳି । ଏଥିପାଇଁ ତାଙ୍କୁ ଲୋକେ ଫିରୋଜ ଖାନ ଅମିତାଭ ଡୁପ୍ଲିକେଟ ନାମରେ ଡାକୁଥିଲେ । ତେବେ ଅଭିନେତାଙ୍କ ମୃତ୍ୟୁରେ ଫ୍ୟାନ୍ସ ଏବଂ ପରିବାର ଲୋକଙ୍କୁ ଝଟକା ଲାଗିଛି । ଫିରୋଜଙ୍କ ମୃତ୍ୟୁରେ ଟିଭି ଇଣ୍ଡଷ୍ଟ୍ରୀକୁ ମଧ୍ୟ ଝଟକା ଲାଗିଛି ।

‘ଭାବିଜୀ ଘର ପର ହୈ’ ଅଭିନେତା ଫିରୋଜ ଖାନଙ୍କ ପରଲୋକ । ଅମିତାଭ ବଚ୍ଚନଙ୍କ ମିମିକ୍ରି ଏବଂ ଅଭିନୟ କରୁଥିବା ଲୋକପ୍ରିୟ ଫିରୋଜ ଖାନଙ୍କର ହାର୍ଟଆଟାକରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜି ସକାଳ ବଦାୟୁରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସେ ଦେଖିବାକୁ ବିଲକୁଲ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଭଳି । ଏଥିପାଇଁ ତାଙ୍କୁ ଲୋକେ ଫିରୋଜ ଖାନ ଅମିତାଭ ଡୁପ୍ଲିକେଟ ନାମରେ ଡାକୁଥିଲେ । ତେବେ ଅଭିନେତାଙ୍କ ମୃତ୍ୟୁରେ ଫ୍ୟାନ୍ସ ଏବଂ ପରିବାର ଲୋକଙ୍କୁ ଝଟକା ଲାଗିଛି । ଫିରୋଜଙ୍କ ମୃତ୍ୟୁରେ ଟିଭି ଇଣ୍ଡଷ୍ଟ୍ରୀକୁ ମଧ୍ୟ ଝଟକା ଲାଗିଛି ।

ଅମିତାଭ ବଚ୍ଚନଙ୍କ ଡୁପ୍ଲିକେଟ ଫିରୋଜ ଖାନ ଅନେକ ଟିଭି ସିରିଅଲ ଏବଂ ଫିଲ୍ମରେ କାମ କରିଛନ୍ତି । ସେ ଭାବିଜୀ ଘର ପର ହୈ, ଜିଜା ଜୀ ଛତ ପର ହୈ, ସାହବ ବିବି ଏବଂ ବସ୍‌, ହପ୍ପୁ ଉଲଟନ ପଲଟନ, ଶକ୍ତିମାନରେ ନଜର ଆସିଛନ୍ତି । ଏହାଛଡା ସେ ଅଦାନାନଙ୍କ ସୁପରହିଟ୍‌ ଗୀତ ‘ଥୋଡି ସି ତୁ ଲିଫ୍ଟ କରା ଦେ’ ସହିତ ଅନେକ ଫିଲ୍ମରେ କାମ କରିଛନ୍ତି । ଫିରୋଜ ଖାନ ଦିଲ୍ଲୀପ କୁମାର, ଶାହରୁଖ ଖାନ ଏବଂ ଧମେନ୍ଦ୍ର, ସନ୍ନି ଦେଓ୍ଵଲଙ୍କ ମିମିକ୍ରି କରିଛନ୍ତି ।

Leave A Reply

Your email address will not be published.