ସକାଳେ କ୍ଷେତରେ କୋଦାଳ ଧରି ମାଟି ହାଣନ୍ତି, ସନ୍ଧ୍ୟାରେ ନିର୍ବାଚନ ପ୍ରଚାର କରନ୍ତି ଏହି ପ୍ରାର୍ଥୀ

ସାଧାରଣ ଗାମୁଛା ପିନ୍ଧା ଏହି ସାଧାରଣ ଲୋକ ଜଣେ ନିଆରା ମଣିଷ, ପୂର୍ବରୁ ସେ ସ୍ଥାନୀୟ ଅଞ୍ଚଳରେ ଜଣେ ଲୋକ ପ୍ରିୟ ସରପଞ୍ଚ । ସକାଳ ହେଲେ ନିଜ କ୍ଷେତରେ ପ୍ରତ୍ୟେକ ଦିନ କଠିନ ପରିଶ୍ରମ କରନ୍ତି । ଆଉ ଦ୍ବିପ୍ରହର ହେଲେ ନିର୍ବାଚନ ପ୍ରଚାର ପାଇଁ ବାହାରି ପଡ଼ନ୍ତି ।

ବାଙ୍ଗିରିପୋଷି(କେନ୍ୟୁଜ): କାନ୍ଧରେ କୋଦାଳ ଧରି ସକାଳ ହେଲେ କ୍ଷେତକୁ ବାହାରି ପଡନ୍ତି । କୋଦାଳରେ ମାଟି ହାଣି ଉର୍ବର କରନ୍ତି । ମୁଣ୍ଡ ଉପରେ ଟାଣ ଖରା, କିନ୍ତୁ ଖରା କୁ ଖାତିର ନକରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଫଳାଇଛନ୍ତି ସୁନାର ଫସଲ। କୁହାଯାଏ ଚାଷ ଅଛି ଯାହାର କି ଆନନ୍ଦ ତାହାର । ପ୍ରକୃତରେ ଏହି ସୁନାର ଫସଲକୁ ଫଳେଇଛନ୍ତି ପିତାମ୍ବର ନାଏକ । ପିତାମ୍ବର ଚଳିତ ନିର୍ବାଚନ ରେ ମୟୁରଭଞ୍ଜ ଜିଲ୍ଲା ର ସାଂସଦ ପ୍ରାର୍ଥୀ ହୋଇଛନ୍ତି । ଏବେ ଘରକୁ ଘର ବୁଲି ଲୋକଙ୍କୁ ନିଜ ସପକ୍ଷରେ ଭୋଟ ମାଗୁଛନ୍ତି ।

ସାଧାରଣ ଗାମୁଛା ପିନ୍ଧା ଏହି ସାଧାରଣ ଲୋକ ଜଣେ ନିଆରା ମଣିଷ, ପୂର୍ବରୁ ସେ ସ୍ଥାନୀୟ ଅଞ୍ଚଳରେ ଜଣେ ଲୋକ ପ୍ରିୟ ସରପଞ୍ଚ । ସକାଳ ହେଲେ ନିଜ କ୍ଷେତରେ ପ୍ରତ୍ୟେକ ଦିନ କଠିନ ପରିଶ୍ରମ କରନ୍ତି । ଆଉ ଦ୍ବିପ୍ରହର ହେଲେ ନିର୍ବାଚନ ପ୍ରଚାର ପାଇଁ ବାହାରି ପଡ଼ନ୍ତି । ସକାଳେ କ୍ଷେତରେ କୋଦାଳ ଧରି ମାଟି ହାଣୁଥିବା ବେଳେ ଦିନ ଓ ସନ୍ଧ୍ୟାରେ ହାତରେ ଲିଫଲେଟ ଧରି ଗାଁ ଗାଁରେ ଉନ୍ନତିର ପ୍ରତିଶୃତି ଦେଇ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ସହିତ ଭୋଟ ମାଗୁଛନ୍ତି । ତାଙ୍କର ଏହି ଚେଷ୍ଟାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

କୁହାଯାଏ ଜୟ ଯବାନ ଜୟ କିସାନ । ପିତାମ୍ବର ସିନା ଜଣେ କୃଷକ ହେଲେ ତାଙ୍କ ପଛରେ ରହିଛି ଅନେକ ଲୋକପ୍ରିୟତା । କୃଷକ, ଶ୍ରମିକ ଏବଂ ଛାତ୍ରଙ୍କ ହକ ପାଇଁ ଲଢେଇ କରୁଛନ୍ତି । ସେ ଜଣେ ଲୋକ ପ୍ରିୟ ସରପଞ୍ଚ । ଅନେକ ଜନହିତକର କାର୍ଯ୍ୟ ପାଇଁ ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲାରେ ମୋଟ ୧୩ ଜଣ ବିଭିନ୍ନ ଦଳରୁ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ଭୋଟର୍ କାହା ସପକ୍ଷରେ ଯିବେ ତାହା ଦେଖିବାକୁ ରହିଲା ।

Leave A Reply

Your email address will not be published.