Below header

ୟୁନିସେଫ ଇଣ୍ଡିଆର ନ୍ୟାସନାଲ ଆମ୍ବାସାଡର ହେଲେ ଅଭିନେତ୍ରୀ କରିନା କପୁର

ୟୁନିସେଫ ଇଣ୍ଡିଆର ନ୍ୟାସନାଲ ଆମ୍ବାସାଡର ନିଯୁକ୍ତ ହେଲେ ଅଭିନେତ୍ରୀ କରିନା କପୁର । ୧୦ ବର୍ଷ ୟୁନିସେଫ ସହ ଜଡ଼ିତ ରହିବା ପରେ ଶେଷରେ ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନ୍ୟସ୍ତ କରିଛି ୟୁନିସେଫ ଇଣ୍ଡିଆ ।

ୟୁନିସେଫ ଇଣ୍ଡିଆର ନ୍ୟାସନାଲ ଆମ୍ବାସାଡର ନିଯୁକ୍ତ ହେଲେ ଅଭିନେତ୍ରୀ କରିନା କପୁର । ୧୦ ବର୍ଷ ୟୁନିସେଫ ସହ ଜଡ଼ିତ ରହିବା ପରେ ଶେଷରେ ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନ୍ୟସ୍ତ କରିଛି ୟୁନିସେଫ ଇଣ୍ଡିଆ । ୨୦୧୪ରୁ ୟୁନିସେଫ ଇଣ୍ଡିଆ ସହ ସେଲିବ୍ରିଟି ଆଡଭୋକେଟ ଭାବେ ଜଡ଼ିତ ଥିଲେ ।

ଦାୟିତ୍ବ ଗ୍ରହଣ ପରେ ଆଜି ତାଙ୍କ ପାଇଁ ଭାବୁକ କରିଦେବା ଭଳି କ୍ଷଣ ବୋଲି କହିଛନ୍ତି କରିନା । ଗତ ୧୦ ବର୍ଷ ଧରି ଶିଶୁଙ୍କ ଅଧିକାର ପାଇଁ ସେ କାମ କରିଆସିଛନ୍ତି । ଆଗକୁ ପୁରା ଦାୟିତ୍ବସଂପନ୍ନ ଭାବେ ନୂଆ କାର୍ଯ୍ୟକୁ ତୁଲାଇବେ ବୋଲି ସେ କହିଛନ୍ତି । ଶିଶୁଙ୍କ ଅଧିକାର ପାଇଁ ସେ ପ୍ରତିବଦ୍ଧ ଓ ଆଗକୁ ବି ଏହି କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି । ୟୁନିସେଫ ଇଣ୍ଡିଆ ଗତ ୭୫ ବର୍ଷ ଧରି ଭାରତରେ ଶିଶୁଙ୍କ ହିତ ପାଇଁ କାମ କରିଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.