ଆଜି କନ୍ଧମାଳର ୨ଟି ବୁଥରେ ହେଉଛି ସାନି ମତଦାନ, ଅପରାହ୍ଣ ୪ଟା ଯାଏ ଚାଲିବ ଭୋଟିଂ
ବୌଦ୍ଧ ଜିଲ୍ଲା କଣ୍ଟାମାଳର ୨ଟି ବୁଥରେ ସାନି ଭୋଟିଂ । ବୁଥ ନଂ ୨୬ ଓ ୨୮ରେ ଆଜି ପୁଣି ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ଣ ୪ଟା ଯାଏ ଚାଲିବ । ସକାଳୁ ସକାଳୁ ଲୋକମାନେ ଆସି ଧାଡ଼ିରେ ଠିଆ ହୋଇ ଭୋଟ ଦେଉଛନ୍ତି । ଗତ ମେ' ୨୦ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଉତ୍ତେଜନା ଓ ଗଣ୍ଡଗୋଳ ପରିସ୍ଥିତି ଦେଖିବାକୁ ମିଳିଥିଲା ।

ବୌଦ୍ଧ (କେନ୍ୟୁଜ): ବୌଦ୍ଧ ଜିଲ୍ଲା କଣ୍ଟାମାଳର ୨ଟି ବୁଥରେ ସାନି ଭୋଟିଂ । ବୁଥ ନଂ ୨୬ ଓ ୨୮ରେ ଆଜି ପୁଣି ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ଣ ୪ଟା ଯାଏ ଚାଲିବ । ସକାଳୁ ସକାଳୁ ଲୋକମାନେ ଆସି ଧାଡ଼ିରେ ଠିଆ ହୋଇ ଭୋଟ ଦେଉଛନ୍ତି । ଏଥିପାଇଁ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଏପରିକି ପୁନର୍ବାର ଏହିପରି ଘଟଣା ନ ଘଟିବା ପାଇଁ ଅଧିକ ଧ୍ୟାନ ଦିଆଯାଇଛି ।
ଗତ ମେ’ ୨୦ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଉତ୍ତେଜନା ଓ ଗଣ୍ଡଗୋଳ ପରିସ୍ଥିତି ଦେଖିବାକୁ ମିଳିଥିଲା । ଗୋଟିଏ ବୁଥରେ ହଠାତ୍ ପୋଲିଂ ଅଧିକାରୀ ବୁଥ ବନ୍ଦ କରିଦେଇଥିଲେ । ଏଥିସହ ମତଦାତାମାନଙ୍କୁ ଫେରାଇ ଦେଇଥିଲେ । ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।