ଆଜି ଥମିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର, ଶେଷ ଦିନରେ ଜୋର ଲଗାଇବେ ପ୍ରାର୍ଥୀ

ଆଜି ଥମିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର । ଦିନକ ପରେ ଭୋଟ । ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ, ହେଭିୱେଟ ଓ ଷ୍ଟାର ପ୍ରଚାରକମାନେ ଝାଳବୁହା କ୍ୟାମ୍ପେନ କରିବେ । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ସଂସଦୀୟ କ୍ଷେତ୍ର ଓ ଏହା ଅଧୀନ ୪୨ ବିଧାନସଭା ଆସନରେ ମତଦାନ ହେବ । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଓ ୪୨ ବିଧାନସଭା ସିଟରେ ୨୫ ତାରିଖରେ ଭୋଟ ନିଆଯିବ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ଥମିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ।  ଦିନକ ପରେ ଭୋଟ ।  ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ, ହେଭିୱେଟ ଓ ଷ୍ଟାର ପ୍ରଚାରକମାନେ ଝାଳବୁହା କ୍ୟାମ୍ପେନ କରିବେ । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ସଂସଦୀୟ କ୍ଷେତ୍ର ଓ ଏହା ଅଧୀନ ୪୨ ବିଧାନସଭା ଆସନରେ ମତଦାନ ହେବ । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଓ ୪୨ ବିଧାନସଭା ସିଟରେ ୨୫ ତାରିଖରେ ଭୋଟ ନିଆଯିବ । ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ସମ୍ବଲପୁର ଲୋକସଭା ଆସନରେ ଏଥର ବିଗ ଫାଇଟ ହେଉଛି । ବିଜେଡିରୁ ପ୍ରଣବ ପ୍ରକାଶ ଦାସ, ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସରୁ ନଗେନ୍ଦ୍ର ପ୍ରଧାନ ମଇଦାନରେ ଅଛନ୍ତି ।

ସେହିପରି କଟକ ଲୋକସଭା ଆସନ ପାଇଁ ବିଜେଡିରୁ ସଂତୃପ୍ତ ମିଶ୍ର, ବିଜେପିରୁ ଭର୍ତ୍ତୃହରି ମହତାବ ଓ କଂଗ୍ରେସରୁ ସୁରେଶ ମହାପାତ୍ର ଭାଗ୍ୟ ପରୀକ୍ଷା କରୁଛନ୍ତି । ପୁରୀରେ ବି ଲଢ଼େଇ ଜମିବ । ପୁରୀ ସଂସଦୀୟ କ୍ଷେତ୍ର ପାଇଁ ବିଜେଡିରୁ ଅରୂପ ପଟ୍ଟନାୟକ ଲଢୁଥିବା ବେଳେ ତାଙ୍କ ବିପକ୍ଷରେ ବିଜେପିରୁ ସମ୍ବିତ ପାତ୍ର ଓ କଂଗ୍ରେସରୁ ଜୟନାରାୟଣ ପଟ୍ଟନାୟକ ପ୍ରାର୍ଥୀ ଅଛନ୍ତି ।

ସେହିପରି ଭୁବନେଶ୍ବରରେ ଲୋକସଭା ଆସନ ପାଇଁ ମଧ୍ୟ କଡ଼ା ଟକ୍କର ହେବ । ବିଜେଡିର ମନ୍ମଥ ରାଉତରାୟ, ବିଜେପିର ଅପରାଜିତା ଷଡ଼ଙ୍ଗୀ ଓ କଂଗ୍ରେସର ୟାସିର ନୱାଜ ମଇଦାନରେ ଅଛନ୍ତି । ଢେଙ୍କାନାଳ ଲୋକସଭା ଆସନ ପାଇଁ ବିଜେଡିରୁ ଅବିନାଶ ସାମଲ, ବିଜେପିରୁ ରୁଦ୍ର ନାରାୟଣ ପାଣି ଓ କଂଗ୍ରେସରୁ ସସ୍ମିତା ବେହେରା ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । କେନ୍ଦୁଝର ଲୋକସଭା ଆସନରେ ବିଜେଡିରୁ ଧନୁର୍ଜୟ ସିଦ୍ଦୁ, ବିଜେପିରୁ ଅନନ୍ତ ନାୟକ ଓ କଂଗ୍ରେସରୁ ବିନୋଦ ବିହାରୀ ନାୟକଙ୍କ ମଧ୍ୟରେ ଫାଇଟ ହେବ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ବିଧାନସଭା ଆସନରେ ତିନି ଦଳର ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେବ ।

Leave A Reply

Your email address will not be published.