ଅନୁଗୁଳ ଛେଣ୍ଡିପଦାରେ ରାଜନୈତିକ ହିଂସା, ଘରେ ପଶି ଯୁବକଙ୍କୁ ଖଣ୍ଡାରେ ହାଣିଲେ

ଅନୁଗୁଳ ଛେଣ୍ଡିପଦାରୁ ଆସିଲା ରାଜନୈତିକ ହିଂସାର ଚିତ୍ର । ଛେଣ୍ତିପଦା ଥାନା ହାଣ୍ତିଗୁଡା ଗ୍ରାମରେ ରାଜନୀତକୁ ନେଇ ଜଣେ ଯୁବକଙ୍କୁ କିଛି ଲୋକ ଖଣ୍ତାରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି ।ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ଗୋବିନ୍ଦ ପ୍ରଧାନ ।

ଅନୁଗୁଳ (କେନ୍ୟୁଜ): ଅନୁଗୁଳ ଛେଣ୍ଡିପଦାରୁ ଆସିଲା ରାଜନୈତିକ ହିଂସାର ଚିତ୍ର । ଛେଣ୍ତିପଦା ଥାନା ହାଣ୍ତିଗୁଡା ଗ୍ରାମରେ ରାଜନୀତକୁ ନେଇ ଜଣେ ଯୁବକଙ୍କୁ କିଛି ଲୋକ ଖଣ୍ତାରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି l ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ଗୋବିନ୍ଦ ପ୍ରଧାନ ।

ସୂଚନା ଅନୁଯାୟୀ ଶତୃଘନ୍ନ ଗୋଛାୟତ ଗାଁ କୋଠଘରେ ଶୋଇଥିବା ବେଳେ ସେହି ଗାଁର ଦୟାନିଧି ସାହୁ କାହିଁକି ଶୋଇଛୁ ବୋଲି ପଚାରିବା ସହ ଗାଳି ଗୁଲଜ ଓ ମାରପିଟ କରିଥିଲେ । ଏହା ଦେଖି ଗ୍ରାମର ଗୋବିନ୍ଦ ପ୍ରଧାନ ଦୟାନିଧିଙ୍କୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା ଏବଂ ଉଭୟ ସେଠାରୁ ନିଜନିଜ ଘରକୁ ପଳାଇଥିଲେ ।

ଏହାର କିଛି ସମୟ ପରେ ଦୟାନିଧି ସାହୁ ଦୁଃଶାସନ ବେହେରା, ସୁନିଲ ପ୍ରଧାନ, ତ୍ରୈଲୋକ୍ୟ ପ୍ରଧାନଙ୍କ ସହ ଖଣ୍ଡା କଟୁରୀ ନେଇ ଗୋବିନ୍ଦଙ୍କ ଘରେ ପହଞ୍ଚି ତାକୁ ଆକ୍ରମଣ କରିଥିଲେ ।  ଆକ୍ରମଣରେ ଗୋବିନ୍ଦ ଗୁରୁତର ଆହତ ହୋଇ ପଡି ଯିବାରୁ ସମସ୍ତେ ସେଠାରୁ ଫେରାର ହୋଇ ଯାଇଥିଲେ ।  ପରେ ଗୋବିନ୍ଦଙ୍କ ପରିବାର ଲୋକେ ତୁରନ୍ତ ତାଙ୍କୁ ଛେଣ୍ତିପଦା ମେଡିକାଲରେ ଭର୍ତ୍ତି କରିଥିଲେ ।  ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଜିଲ୍ଲା ଡାକ୍ତରଖାନାକୁ ପଠାଇ ଦେଇଛନ୍ତି ।  ତେବେ ଏନେଇ ପରିବାର ପକ୍ଷରୁ ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.