ଭାରତରେ ଲଞ୍ଚ ହେଲା POCO F6 5G, ରହିଛି ଦମଦାର ଫିଚର୍ସ

ପ୍ରଥମ ସେଲରେ ଫୋନ୍ କିଣିବା ଉପରେ କମ୍ପାନୀ ଭଲ ଅଫର ଦେଉଛି । ପ୍ରଥମ ସେଲରେ ଫୋନ୍ କିଣିବା ସମୟରେ ୟୁଜରମାନେ ୨,୦୦୦ ଟଙ୍କାର ଡିସକାଉଣ୍ଟ ପାଇବେ ଏବଂ ୨,୦୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ମଧ୍ୟ ପାଇବେ।

ଭାରତରେ ଲଞ୍ଚ ହୋଇଯାଇଛି POCO F6 5G ସ୍ମାର୍ଟଫୋନ୍ । POCOର ଏହି ଗେମିଙ୍ଗ ସ୍ମାର୍ଟଫୋନ୍ରେ ବଢ଼ିଆ ଫିଚର୍ସ ଦିଆଯାଇଛି । POCO ଏହି ଫୋନରେ ୮GB RAM + ୨୫୬ GB, ୧୨ GB RAM + ୨୫୬ GB ଏବଂ ୧୨ GB RAM + ୫୧୨ GB ଭଳି ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ କରିଛି । ଏହାର ବେସ୍ ଭାରିଆଣ୍ଟର ଦାମ ହେଉଛି ୨୯,୯୯୯ ଟଙ୍କା । କିନ୍ତୁ ଫୋନର ଅନ୍ୟ ଦୁଇଟି ଭାରିଆଣ୍ଟ ୩୧,୯୯୯ ଏବଂ ୩୩,୯୯୯ ଟଙ୍କାରେ ଆସୁଛି । ଏହି ସ୍ମାର୍ଟଫୋନର ପ୍ରଥମ ସେଲ୍‌ ମେ ୨୯ ମଧ୍ୟାହ୍ନ ୧୨ ଟାରୁ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ଆରମ୍ଭ ହେବ ।

ପ୍ରଥମ ସେଲରେ ଫୋନ୍ କିଣିବା ଉପରେ କମ୍ପାନୀ ଭଲ ଅଫର ଦେଉଛି । ପ୍ରଥମ ସେଲରେ ଫୋନ୍ କିଣିବା ସମୟରେ ୟୁଜରମାନେ ୨,୦୦୦ ଟଙ୍କାର ଡିସକାଉଣ୍ଟ ପାଇବେ ଏବଂ ୨,୦୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ମଧ୍ୟ ପାଇବେ। ଏଭଳି ଭାବେ ଆପଣ ଏହି ଫୋନକୁ ୨୫,୯୯୯ ଟଙ୍କାରେ କିଣିପାରିବେ । କେବଳ ଏତିକି ନୁହେଁ ପ୍ରଥମ ସେଲରେ ଫୋନ୍ କିଣୁଥିବା ୟୁଜରଙ୍କୁ ୧ ବର୍ଷର ଏକ୍ସଟେଣ୍ଡ ୱାରେଣ୍ଟି ମଧ୍ୟ ଦିଆଯାଉଛି ।

ଫିଚର୍ସ:
POCO ର ଏହି ସ୍ମାର୍ଟଫୋନ୍ ୬.୬୭ ଇଞ୍ଚର ୧.୫ K AMOLED ଡିସପ୍ଲେ ସହିତ ଆସୁଛି । POCO F6 5G ର ଡିସପ୍ଲେ ୧୨୦ Hz ହାଇ ରିଫ୍ରେସ୍‌ ରେଟ ଫିଚରକୁ ସପୋର୍ଟ କରେ । ଏହାର ଡିସପ୍ଲେରେ ୬୮ ବିଲିୟନ କଲର୍ସ ଦିଆଯାଇଛି । ଏହି ଗେମିଙ୍ଗ ସ୍ମାର୍ଟଫୋନ୍ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮s ଜେନ ୩ ପ୍ରୋସେସରରେ ଦ୍ୱାରା କାମ କରେ । ଫୋନ୍ ୧୨ GB RAM ଏବଂ ୫୧୨ GB ପର୍ଯ୍ୟନ୍ତ ଇଣ୍ଟରନାଲ୍‌ ଷ୍ଟୋରେଜ୍ ଫିଚରକୁ ସପୋର୍ଟ କରେ ।

POCO F6 ରେ ୫୦୦୦ mAh ବ୍ୟାଟେରୀ ଅଛି । ଏହା ସହିତ ୯୦W USB ଟାଇପ୍‌ C ର ଫାଷ୍ଟ ଚାର୍ଜିଂ ଫିଚର ମିଳିଥାଏ । ଏଥିରେ POCO ଆଇସ୍ ଲୁପ୍ ଟେକ୍ନୋଲୋଜି ବ୍ୟବହାର ହୋଇଛି, ଯାହା ଫୋନକୁ ଥଣ୍ଡା ରଖେ । ଏଥିରେ କନେକ୍ଟିଭିଟି ପାଇଁ ବ୍ଲୁଟୁଥ୍ ୫.୪ କନେକ୍ଟିଭିଟି ଫିଚର ଦିଆଯାଇଛି ।

ଫୋନର ବ୍ୟାକ୍‌ ସାଇଡରେ ୫୦MPର ମେନ୍‌ OIS + EIS କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ଫୋନରେ ୨୦ MP କ୍ୟାମେରା ଅଛି । ଫୋନର କ୍ୟାମେରା ଦ୍ୱାରା ୪K ଭିଡିଓଗ୍ରାଫି କରାଯାଇପାରିବ ।

Leave A Reply

Your email address will not be published.