ନଦୀରୁ ଶିଶୁଙ୍କୁ ରେସ୍‌କ୍ୟୁ କରିବାକୁ ଯାଇଥିବା SDRFର ଡଙ୍ଗା ଓଲଟିଲା, ୩ ଯବାନଙ୍କ ମୃତ୍ୟୁ

ମହାରାଷ୍ଟ୍ରର ଅହମ୍ମଦନଗରରୁ ଆସିଛି ଏକ ହୃଦୟବିଦାରକ ଘଟଣା । ଏଠାରେ ପ୍ରଭରା ନଦୀରେ ବୁଡ଼ି ଯାଇଥିବା ଦୁଇ ଶିଶୁଙ୍କୁ ରେସ୍‌କ୍ୟୁ କରିବାକୁ ଯାଇ ପ୍ରାଣ ହରାଇଛନ୍ତି ୩ ଯବାନ ।

ମହାରାଷ୍ଟ୍ରର ଅହମ୍ମଦନଗରରୁ ଆସିଛି ଏକ ହୃଦୟବିଦାରକ ଘଟଣା । ଏଠାରେ ପ୍ରଭରା ନଦୀରେ ବୁଡ଼ି ଯାଇଥିବା ଦୁଇ ପିଲାଙ୍କୁ ରେସ୍‌କ୍ୟୁ କରିବାକୁ ଯାଇ ପ୍ରାଣ ହରାଇଛନ୍ତି ୩ ଯବାନ । ବୁଡ଼ିଯାଇଥିବା ଏହି ପିଲାମାନଙ୍କୁ ଖୋଜିବା ପାଇଁ ଏସ୍‌ଡିଆର୍‌ଏଫ୍‌ର ଯବାନମାନେ ନଦୀକୁ ବୋଟ୍‌ ନେଇ ଯାଇଥିଲେ । ହେଲେ ଏହି ସମୟରେ ପ୍ରଖର ସ୍ରୋତ ହେତୁ ବିପର୍ଯ୍ୟୟ ମୁକାବିଲା ଫୋର୍ସର ବୋଟ୍‌ ପାଣିରେ ଓଲଟି ପଡ଼ିଥିଲା । ଏଥିରେ ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା । ସମସ୍ତଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ଦୁଇ ଯବାନ ଏବେ ବି ନିଖୋଜ ଅଛନ୍ତି ।

ମିଳିଥିବା ଖବର ମୁତାବକ, ନଦୀରେ ଦୁଇ ଜଣ ପିଲା ବୁଡ଼ିଯିବା ନେଇ ଏସ୍‌ଡିଆର୍‌ଏଫ୍‌ ଟିମ୍‌କୁ ଖବର ଦିଆଯାଇଥିଲା । ଏସ୍‌ଡିଆର୍‌ଏଫ୍‌ର ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ଏହାପରେ ଜଣେ ପିଲାର ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କର ମିଳି ନ ଥିଲା । ତେଣୁ ଟିମ୍ ଆଜି ସକାଳ ୬ଟାରୁ ପୁଣିଥରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ହେଲେ ଦୁଃର୍ଭାଗ୍ୟବଶତଃ, ରେସ୍‌କ୍ୟୁ ଅପରେସନ ବେଳେ ଯବାନମାନଙ୍କ ଡଙ୍ଗା ନଦୀର ପ୍ରଖର ସ୍ରୋତରେ ଓଲଟି ପଡ଼ିଥିଲା ।

ଏହି ପୂରା ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଦୁଇ ପିଲାଙ୍କ ସହ ତିନି ଜଣ ଏସ୍‌ଡିଆର୍‌ଏଫ୍‌ ଯବାନ ଅଛନ୍ତି । ତିନି ଯବାନଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ସନ୍ଧାନ ଏବେ ମଧ୍ୟ ଜାରି ରହିଛି । ଡଙ୍ଗାରେ ୫ ଜଣ ଯବାନ ଏବଂ ଜଣେ ସ୍ଥାନୀୟ ନାଗରିକ ଥିଲେ । ଏହି ଘଟଣା ଓକୋଲେ ତାଲୁକାର ସୁଗାଓଁ ଗ୍ରାମ ନିକଟରେ ଘଟିଛି ।

ଘଟଣା ସମ୍ପର୍କରେ ସୂଚନା ପାଇ ପୂର୍ବତନ ରାଜସ୍ୱ ମନ୍ତ୍ରୀ ବାଲାସାହେବ ଥୋରାଟ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଖୋଜ ଯବାନଙ୍କୁ ଶୀଘ୍ର ଖୋଜିବା ପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ମାଜିଷ୍ଟ୍ରେଟ ଶୈଳେଶ କୁମାର ହିଙ୍ଗେ କହିଛନ୍ତି ଯେ ନଦୀରେ ନିଖୋଜମାନଙ୍କୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି । ଖୁବ୍‌ଶୀଘ୍ର ସେମାନଙ୍କ ପତ୍ତା ମିଳିବ ।

Leave A Reply

Your email address will not be published.