ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ ବର । ଉଭୟ ପକ୍ଷରୁ ଘଟଣାସ୍ଥଳରେ ମାଡ଼ପିଟ୍‌ ସହ ଉତ୍ତେଜନା ଲାଗିରହିଥିଲା । ଏହି ଘଟଣାରେ କନିଆଁଙ୍କ ବାପା ସମେତ ୬ ଜଣ ଆହତ ହୋଇଛନ୍ତି ।

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ ବର । ଉଭୟ ପକ୍ଷରୁ ଘଟଣାସ୍ଥଳରେ ମାଡ଼ପିଟ୍‌ ସହ ଉତ୍ତେଜନା ଲାଗିରହିଥିଲା । ଏହି ଘଟଣାରେ କନିଆଁଙ୍କ ବାପା ସମେତ ୬ ଜଣ ଆହତ ହୋଇଛନ୍ତି ।

ଉତ୍ତର ପ୍ରଦେଶର ହାପୁଡ଼ ସହରର ଅଶୋକ ନଗରରେ ଏକ ବାହାଘର ଚାଲିଥିଲା। ବାହାଘରକୁ ନେଇ ବର କନିଆ ସମେତ ଉଭୟଙ୍କ ପରିବାର ଲୋକ ବେଶ୍‌ ଖୁସି ଥିଲେ । ଧୁମ୍‌ ଧାମ୍‌ ରେ ମଧ୍ୟ ବାହାଘର ହୋଇଥିଲା । ହେଲେ ବାହାଘରର ବରଣ ମାଳା ସମୟରେ ଘଟିଥିଲା ତୁମୁଳ କାଣ୍ଡ । ବରଣମାଳା ପିନ୍ଧାଇବା ବେଳେ କନିଆଁକୁ ଚୁମା ଦେଇଥିଲେ ବର । ବରଙ୍କର ଏପରି ସମସ୍ତଙ୍କ ସାମ୍ନାରେ କନିଆଁଙ୍କୁ ଚୁମ୍ବନ ଦେବା କଥାକୁ କନିଆଁଙ୍କ ଘର ଲୋକେ ଗ୍ରହଣ କରି ପାରି ନଥିଲେ। ଫଳରେ ସେମାନେ ଏହାର ପ୍ରତିବାଦ କରିଥିଲେ । ଯେଉଁ କାରଣ ପାଇଁ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ହେଲେ ଏହି ଯୁକ୍ତିଜର୍କ ଘଟଣାସ୍ଥଳରେ ଭୟଙ୍କର ରୂପ ନେଇଥିଲା ।

ପ୍ରଥମେ କନ୍ୟା ଘର ଲୋକେ ବରଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ପରେ ବର ପକ୍ଷର ଲୋକେ ପ୍ରତିଆକ୍ରମଣ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଏହି ଗଣ୍ଡଗୋଳରେ ୬ ଜଣ ଆହତ ହୋଇଥିଲେ । ଏହି ଘଟଣା ପରେ ଉପସ୍ଥିତ ଥିବା ଲୋକେ ଆହତମାନଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଏନେଇ ପୋଲିସ ଉଭୟ ପକ୍ଷରୁ ୭ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ । ବର ଜଣକ କହିଛନ୍ତି ଏପରି କରିବାକୁ କନ୍ୟା ତାଙ୍କୁ ଉସକାଉ ଥିଲେ । ସେଥିପାଇଁ ସେ ଏଭଳି କରିଥିଲେ ।

 

 

Leave A Reply

Your email address will not be published.