ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ । ପୋଲିସର ଏନକାଉଣ୍ଟରରେ ୭ ହାର୍ଡ କୋର  ମାଓବାଦୀ ନିହତ । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ସହ ବନ୍ଧୁକ ଜବତ କରିଛି ପୋଲିସ । STF ଏବଂ DRG ଜବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି । ପ୍ରକାଶ ଯେ, ୧୦୦୦ରୁ ଅଧିକ ଯବାନ ନକ୍ସଲ ଅଞ୍ଚଳରେ ପ୍ରବେଶ କରିଥିଲେ । ଯବାନଙ୍କୁ ଦେଖି ନକ୍ସଲମାନେ ବିଚଳିତ ହେବା ସହ ପ୍ରଥମେ ଗୁଳି ଚାଳନା କରିଥିଲେ । ସୁରକ୍ଷାବଳ ଏହାର କଡା ଜବାବ ଦେଇଥିଲେ । ଦନ୍ତେୱାଡା ଏସ୍‌ପି ଗୌରବ ରାୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

Leave A Reply

Your email address will not be published.