ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ କୂଅରେ ଖସି ପଡ଼ିଛନ୍ତି।

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ କୂଅରେ ଖସି ପଡ଼ିଛନ୍ତି। ଶ୍ରଦ୍ଧାଳୁ ଜଣକ ହେଲେ ଧ୍ରୁବ ଚକ୍ରବର୍ତ୍ତୀ (୬୫) । ତାଙ୍କ ଘର ପଶ୍ଚିମବଙ୍ଗରେ । ଶ୍ରୀ ଚକ୍ରବର୍ତ୍ତୀ ଅସାବଧାନତା ଯୋଗୁଁ ଉତ୍ତର ଦ୍ୱାର ନିକଟ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ କୂଅରେ ପଡ଼ିଯାଇଥିଲେ । ସେ କୂଅରେ ପଡ଼ିଯିବା ପରେ ଉପରେ ଥିବା ତାଙ୍କ ସ୍ତ୍ରୀ ଚିତ୍କାର କରିଥିଲେ । ସେବାୟତମାନେ ତୁରନ୍ତ ସିଂହଦ୍ୱାର ଥାନା ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଅଗ୍ନିଶମ କର୍ମଚାରୀ ପ୍ରାୟ ୧ ଘଣ୍ଟା ପରିଶ୍ରମ କରି ରୋପ ଲ୍ୟାଡ଼ର ଓ ଅକ୍ସିଜନ ସହାୟତାରେ ୭୦ ଫୁଟ ତଳୁ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ ସଦର ଚିକିତ୍ସାଳୟକୁ ପଠାଯାଇଛି। ଶ୍ରୀ ମନ୍ଦିର ପ୍ରଶାସନ ଏହାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.