Below header

ଭୋଟ ଦେଲେ ସିନେମା ଟିକେଟ ଓ ଖାଦ୍ୟରେ ମିଳିବ ଡିସକାଉଣ୍ଟ

ଲୋକସଭା ନିର୍ବାଚନ ପାଇଁ ମେ ୨୫ ତାରିଖରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ବୃଦ୍ଧି କରିବା ପାଇଁ ଗୁରୁଗ୍ରାମର ବିଭିନ୍ନ ମଲ୍ଟିପ୍ଲେକ୍ସରେ ଥିବା ସିନେମା ହଲ୍ ଓ ରେସ୍ତୋରାଁରେ ମିଳିବ ଡିସକାଉଣ୍ଟ ।

ଚାଲିଛି ଭାରତୀୟ ଗଣତନ୍ତ୍ରର ମହାପର୍ବ- ନିର୍ବାଚନ । ଏହି ମହାପର୍ବରେ ମତଦାନ ହାର ବୃଦ୍ଧି ପାଇଁ ହରିଆଣାର ଗୁରୁଗ୍ରାମ ଜିଲ୍ଲା ପ୍ରଶାସନ ନେଇଛି ନିଆରା ପଦକ୍ଷେପ । ଲୋକସଭା ନିର୍ବାଚନ ପାଇଁ ମେ ୨୫ ତାରିଖରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ବୃଦ୍ଧି କରିବା ପାଇଁ ଗୁରୁଗ୍ରାମର ବିଭିନ୍ନ ମଲ୍ଟିପ୍ଲେକ୍ସରେ ଥିବା ସିନେମା ହଲ୍ ଓ ରେସ୍ତୋରାଁରେ ମିଳିବ ଡିସକାଉଣ୍ଟ ।

ଭୋଟରମାନେ ମତଦାନ କରିଥିବା ପ୍ରମାଣ ଦେଖାଇ ମଲ୍ଟିପ୍ଲେକ୍ସରେ ଥିବା ସିନେମା ହଲ କାଉଣ୍ଟରରେ ମିଳୁଥିବା ଅଫଲାଇନ ଟିକେଟରେ ଏହି ସୁବିଧା ପାଇପାରିବେ । ସେହିପରି ସିନେମା ହଲ ପରିସରରେ ଥିବା ଖାଦ୍ୟ ଓ ପାନୀୟ କାଉଣ୍ଟରରେ ମଧ୍ୟ ଡିସକାଉଣ୍ଟ ପାଇପାରିବେ।

ମେ ୨୫ ତାରିଖରେ ମତଦାତାଙ୍କୁ ଏହି ସୁବିଧା ପ୍ରଦାନ ପାଇଁ ଗୁରୁଗ୍ରାମ ଏଡିସି ହିତେଶ କୁମାର ମୀଣା ବିଭିନ୍ନ ମଲ୍ଟିପ୍ଲେକ୍ସର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି । ମେ ୨୫ ତାରିଖରେ ହରିଆଣାର ସମସ୍ତ ୧୦ଟି ଲୋକସଭା ଆସନ ପାଇଁ ମତଦାନ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.