ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ; ବିରୋଧୀଙ୍କୁ ବିଶ୍ୱାସ ନ କରି ଶଙ୍ଖକୁ ଭୋଟ ଦେବାକୁ କଲେ ଅପିଲ

ସମ୍ବଲପୁରରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭଲ କି ନାହିଁ ଲୋକଙ୍କୁ ପ୍ରଶ୍ନ ପଚାରିଥିଲେ। ମା ସମଲେଇ ପରିକ୍ରମା ପ୍ରକଳ୍ପ ଭଲ ହୋଇଛି କି ନାହିଁ ପଚାରିଛନ୍ତି । ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଡ଼ି ଶ୍ରମିକଙ୍କ ପାଇଁ ଘୋଷଣା ହେବ ପ୍ୟାକେଜ । ସେହିପରି ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ ବୋଲି ପୁଣି ଥରେ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ନବୀନ ପଟ୍ଟନାୟକ ।  ମୁଖ୍ୟମନ୍ତ୍ରୀ ଭଲ କି ନାହିଁ ଲୋକଙ୍କୁ ପ୍ରଶ୍ନ ପଚାରିଥିଲେ। ମା ସମଲେଇ ପରିକ୍ରମା ପ୍ରକଳ୍ପ ଭଲ ହୋଇଛି କି ନାହିଁ ପଚାରିଛନ୍ତି । BSKY, ମମତା ଯୋଜନା, ଲକ୍ଷ୍ମୀ ବସ୍ ଭଳି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସବୁ ଭଲ କି ବୋଲି ଲୋକଙ୍କୁ ପଚାରିଛନ୍ତି ।  ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଡ଼ି ଶ୍ରମିକଙ୍କ ପାଇଁ ଘୋଷଣା ହେବ ପ୍ୟାକେଜ । ସେହିପରି ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ ବୋଲି ପୁଣି ଥରେ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ କହିଛନ୍ତି ବିରୋଧୀ ଦଳର ନେତାମାନେ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ତେଣୁ ସେମାନଙ୍କୁ ବିଶ୍ୱାସ ନ କରି ବିଜେଡି ପ୍ରାର୍ଥୀଙ୍କୁ ଭରସିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତ ନିର୍ବାଚନରେ ସମ୍ବଲପୁରରେ ସାଂସଦ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.