ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ୧୧ଟା ୩୦ରେ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ପରୀକ୍ଷାଫଳ

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ମାଟ୍ରିକ ପାସ ହାର ୯୬.୦୭ % ରହିଛି । ଚଳିତ ଥର ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ୧୧ଟା ୩୦ରେ ବୋର୍ଡ ୱେବସାଇଟ୍ ରେ ଉପଲବ୍ଧ ହେବ ରେଜଲ୍ଟ। www.bseodisha.ac.inରୁ ରେଜଲ୍ଟ ଉପଲବ୍ଧ ହେବ। ପ୍ରଥମ ଥର ପାଇଁ ହ୍ଵାଟ୍ସଆପ ନମ୍ବରରେ ଡିଜିଟାଲ ସାର୍ଟିଫିକେଟ ଉପଲବ୍ଧ କରୁଛି ବୋର୍ଡ। ହ୍ବାଟ୍ସଆପରେ ମଧ୍ୟ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ପରୀକ୍ଷାର୍ଥୀ । ନିଜର whatsapp ରେ ପ୍ରଥମେ 7710058192 ନମ୍ବରକୁ ସେଭ କରନ୍ତୁ । ପରେ ଉକ୍ତ ନମ୍ବରରୁ BSE ଟାଇପ କରି ସେଣ୍ଡ କରନ୍ତୁ ଏବଂ ପରବର୍ତ୍ତୀ ସମୟରେ ଆସୁଥିବା ବାର୍ତ୍ତାକୁ ଅନୁକରଣ କରି ଡିଜିଟାଲ ସାର୍ଟିଫିକେଟ ପାଇପାରିବେ।

କଟକ (କେନ୍ୟୁଜ): ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ମାଟ୍ରିକ ପାସ ହାର ୯୬.୦୭ % ରହିଛି । ଚଳିତ ଥର ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଛାତ୍ରୀଙ୍କ ପାସ୍‌ହାର ୯୬.୭୩ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍‌ହାର ରହିଛି ୯୫.୩୯ ପ୍ରତିଶତ ।  ୨୬୪୪ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । କୌଣସି ସ୍କୁଲରେ ଶୁନ ରେଜଲ୍ଟ ନାହିଁ ବୋଲି ସୂଚନା ରହିଛି ।  ଏହାବ୍ୟତୀତ ଖୋର୍ଦ୍ଧାରେ ସର୍ବାଧିକ ପାସହାର୍ ୯୭.୯୮% ରହିଛି । କଟକରେ ପାସହାର୍ ୯୭.୫୮% , ଢେଙ୍କାନାଳରେ ପାସହାର୍ ୯୫.୧୨%, ବାଲେଶ୍ୱରରେ ପାସହାର୍ ୯୬.୧୦%,  ଜଗତସିଂହପୁରରେ ପାସହାର୍ ୯୭.୬୦%, ପୁରୀରେ ପାସହାର୍ ୯୬.୭୬%,  କେନ୍ଦୁଝରରେ ୯୪.୮ ପ୍ରତିଶତ ରହିଛି ।

୧୧ଟା ୩୦ରେ ବୋର୍ଡ ୱେବସାଇଟ୍ ରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.ac.inରୁ ରେଜଲ୍ଟ ଉପଲବ୍ଧ ହେବ । ପ୍ରଥମ ଥର ପାଇଁ ହ୍ଵାଟ୍ସଆପ ନମ୍ବରରେ ଡିଜିଟାଲ ସାର୍ଟିଫିକେଟ ଉପଲବ୍ଧ କରୁଛି ବୋର୍ଡ । ହ୍ବାଟ୍ସଆପରେ ମଧ୍ୟ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ପରୀକ୍ଷାର୍ଥୀ । ନିଜର whatsapp ରେ ପ୍ରଥମେ 7710058192 ନମ୍ବରକୁ ସେଭ କରନ୍ତୁ । ପରେ ଉକ୍ତ ନମ୍ବରରୁ BSE ଟାଇପ କରି ସେଣ୍ଡ କରନ୍ତୁ ଏବଂ ପରବର୍ତ୍ତୀ ସମୟରେ ଆସୁଥିବା ବାର୍ତ୍ତାକୁ ଅନୁକରଣ କରି ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ।

ରିଚେକିଂ ପାଇଁ ବୋର୍ଡ ବ୍ୟବସ୍ଥା ମଧ୍ୟ କରିଛି। ମେ ୨୯ ରୁ ଜୁନ ୧୨ ତାରିଖ ମଧ୍ୟରେ ରିଚେକିଂ ପାଇଁ ଆବେଦନ କରିପାରିବେ । ନିଜର ମୋବାଇଲରୁ ମେସେଜ ଦେଇ ମଧ୍ୟ ରେଜଲ୍ଟ ଜାଣି ପାରିବେ ଛାତ୍ରଛାତ୍ରୀ । ମୋବାଇଲରେ OR10 ପରେ SPACE ଦେଇ ROLL NO ଟାଇପ କରି ୫୬୭୬୭୫୦ କୁ SMS କରି ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ସ୍କୁଲ ପ୍ରଧାନ ଶିକ୍ଷକ ମାନେ ଅପରାହ୍ନ ୧୨ ଟା ୩୦ ରୁ ସ୍କୁଲର ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ଟାବୁଲେସନ ରେଜଲ୍ଟ ମଧ୍ୟ ଜାଣି ପାରିବେ।

ଅପରାହ୍ଣ ୪ଟାରୁ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ପରୀକ୍ଷାର୍ଥୀ  । ମେ’ ୨୯ରୁ ଜୁନ୍ ୧୨ ପର୍ଯ୍ୟନ୍ତ ରିଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ  । ଏଥିସହ ମଧ୍ୟମା, ଓପନ ସ୍କୁଲ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ପରୀକ୍ଷାର୍ଥୀଙ୍କର ଯଦି କୌଣସି ସମସ୍ୟା ଥାଏ ତେବେ ବୋର୍ଡ କାର୍ଯ୍ୟାଳୟରେ ଥିବା ଟୋଲ ଫ୍ରୀ ନମ୍ବର ତଥା 8763446292 ଏବଂ 9437228187କୁ ଯୋଗାଯୋଗ କରିପାରିବେ।

Leave A Reply

Your email address will not be published.