‘ଡ୍ୟାନ୍ସ ଦିଓ୍ଵାନେ ୪’ର ବିଜେତା ହେଲେ ଗୌରବ ଏବଂ ନୀତିନ, ଟ୍ରଫି ସହିତ ଜିତିଲେ ୨୦ ଲକ୍ଷ ଟଙ୍କା

କଲର୍ସ ଟିଭିରେ ପ୍ରସାରିତ ଡ୍ୟାନ୍ସଭିତ୍ତିକ ଶୋ ‘ଡ୍ୟାନ୍ସ ଦିଓ୍ଵାନେ୪’ର ବିଜେତା ହୋଇଛନ୍ତି ଗୌରବ ଶର୍ମା ଏବଂ ନୀତିନ । ଟ୍ରଫି ସହିତ ଏମାନଙ୍କୁ କଲର୍ସ ତରଫରୁ ୨୦ ଲକ୍ଷ ଟଙ୍କା ପୁରସ୍କାର ମିଳିଥିଲା । ୩ ମାସ ଧରି ଚାଲିଥିବା ଏହି ଶୋରେ ମାଧୁରୀ ଦୀକ୍ଷିତ ଏବଂ ସୁନୀଲ ସେଟ୍ଟୀ ଜଜ୍‌ ଭାବେ ନଜର ଆସିଥିଲେ ।

‘ଡ୍ୟାନ୍ସ ଦିଓ୍ଵାନେ ୪’ର ବିଜେତା ହୋଇଛନ୍ତି ଗୌରବ ଶର୍ମା ଏବଂ ନୀତିନ । ଦୁହେଁ ନିଜର ଜବରଦସ୍ତ ଡ୍ୟାନ୍ସ ଯୋଗୁଁ କେବଳ ଜଜ ନୁହେଁ ଦର୍ଶକଙ୍କ ମନକୁ ଛୁଇଁପାରିଥିଲେ । ୨୨ ବର୍ଷୀୟ ଗୌରବ ଏବଂ ୧୯ ବର୍ଷୀୟ ନୀତିନ କଲର୍ସ ଟିଭିରେ ପ୍ରସାରିତ ଡ୍ୟାନ୍ସଭିତ୍ତିକ ଶୋ ‘ଡ୍ୟାନ୍ସ ଦିଓ୍ଵାନେ୪’ର ବିଜେତା ହୋଇଛନ୍ତି । ଏହି ସିଜିନ ଫେବୃଆରୀ ୨୦୨୪ରେ ଆରମ୍ଭ ହୋଇଥିଲା । ୩ ମାସ ଧରି ଚାଲିଥିବା ଏହି ଶୋରେ ମାଧୁରୀ ଦୀକ୍ଷିତ ଏବଂ ସୁନୀଲ ସେଟ୍ଟୀ ଜଜ୍‌ ଭାବେ ନଜର ଆସିଥିଲେ ।

ଟ୍ରଫି ସହିତ ଏମାନଙ୍କୁ କଲର୍ସ ତରଫରୁ ୨୦ ଲକ୍ଷ ଟଙ୍କା ପୁରସ୍କାର ମିଳିଥିଲା । ଗୌରବଙ୍କ ଘର ଦିଲ୍ଲୀରେ ହୋଇଥିବା ବେଳେ ନୀତିନଙ୍କ ଘର ବେଙ୍ଗାଲୁରୁରେ । ଫେବୃଆରୀରୁ ଆରମ୍ଭ ହୋଇଥିବା ଏହି ସିଜିନରେ ଦର୍ଶକ ଖୁବ ଏଣ୍ଟରଟେନ ହୋଇଛନ୍ତି । ଏଥର ମାଧୁରୀ ଏବଂ ସୁନୀଲ ସେଟ୍ଟୀ ଶୋର ଜଜ୍‌ ହୋଇଥିଲେ ।

ଦେଖନ୍ତୁ ଭିଡିଓ  : https://www.instagram.com/reel/C7aksycPi44/?utm_source=ig_web_copy_link&igsh=MzRlODBiNWFlZA==

ତେବେ ଏହି ଶୋରେ କୌଣସି କୋରିଓଗ୍ରାଫର ନୁହେଁ ଜଜ୍‌ ଭାବେ ଦୁଇ ବଲିଉଡ ସେଲିବ୍ରିଟ୍‌ ନଜର ଆସିଥିଲେ । ତେବେ ଗୌରବ ଏବଂ ନୀତିନଙ୍କ ସହିତ ଯୁବରାଜ ଓ ୟୁବାଂଶ, ଚିରାଶ୍ରୀ ଓ ଚୈନବୀର, ଶ୍ରୀରଙ୍ଗ ଓ ବର୍ଷା, ଦିବ୍ୟାଂଶ ଓ ହର୍ଷ, କାଶବୀ ଓ ତରନଜୋତ ଗ୍ରାଣ୍ଡ ଫାଇନାଲରେ ପହଞ୍ଚିଥିଲେ ।

ଫାଇନାଲରେ ମାଧୁରୀ ଏବଂ ସୁନୀଲ ସେଟ୍ଟୀ ଡ୍ୟାନ୍ସ କରିଥିଲେ । ଫାଇନାଲରେ କାର୍ତ୍ତିକ ଆର୍ଯ୍ୟନ ମଧ୍ୟ ‘ଚନ୍ଦୁ ଚାମ୍ପିଅନ’ର ପ୍ରମୋସନ ପାଇଁ ଆସିଥିଲେ । କାର୍ତ୍ତିକ ମଧ୍ୟ ଡ୍ୟାନ୍ସ କରିଥିଲେ । ଏହି ଫିଲ୍ମର ନିର୍ମାଣ ସାଜିଦ ନାଡିୟାଡଓ୍ଵାଲା ଏବଂ କବୀର ଖାନ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା କବୀର ଖାନ୍‌ ଦେଇଛନ୍ତି । ଫିଲ୍ମଟି ଜୁନ୍‌ ୧୪ ତାରିଖରେ ରିଲିଜ ହେବ।

Leave A Reply

Your email address will not be published.