ସ୍କାଏଲାଇଟ୍ ଭାଙ୍ଗି ଘରେ କଳାକନା ବୁଲାଇଲେ ଲୁଟେରା

ଚୋରି କରିବା ପାଇଁ ନାନା ଉପାୟ ଆପଣାଉଛନ୍ତି ଲୁଟେରା । ଏମାନଙ୍କୁ ଟିକେ ସୁଯୋଗ ମିଳିଲେ ଦିନ ରାତି କିଛି ମାନୁନାହାନ୍ତି । ପୁରା ଫିଲ୍ମ ଷ୍ଟାଇଲରେ ଲୁଟ୍ କରି ଫେରାର୍ ମାରୁଛନ୍ତି । ଏଭଳି ପୁଣି ଏକ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ଘରର ସ୍କାଏଲାଇଟ୍ ଭାଙ୍ଗି କଳାକନା ବୁଲାଇଛନ୍ତି ଚୋର ।

ଚାନ୍ଦବାଲି(କେନ୍ୟୁଜ): ଥମୁନି ଲୁଟ୍‌ । ଚୋରି କରିବା ପାଇଁ ନାନା ଉପାୟ ଆପଣାଉଛନ୍ତି ଲୁଟେରା । ଏମାନଙ୍କୁ ଟିକେ ସୁଯୋଗ ମିଳିଲେ ଦିନ ରାତି କିଛି ମାନୁନାହାନ୍ତି । ପୁରା ଫିଲ୍ମ ଷ୍ଟାଇଲରେ ଲୁଟ୍ କରି ଫେରାର୍ ମାରୁଛନ୍ତି । ଏଭଳି ପୁଣି ଏକ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ଘରର ସ୍କାଏଲାଇଟ୍ ଭାଙ୍ଗି କଳାକନା ବୁଲାଇଛନ୍ତି ଚୋର ।

ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଧିନସ୍ଥ ଓଳଗ ପଂଚାୟତର ଷାଠିବାଙ୍କୁଡା ଅମୃତମଣି ରାସ୍ତା ପାଖରେ ଥିବା ସୁରମା ନାୟକଙ୍କ ଘରେ ପଶି ଦୁର୍ବୁତ୍ତ ମାନେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ କରି ନେଇଥିବା ଅଭିଯୋଗ ହୋଇଛି ।

ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ପ୍ରଥମେ ଘରର ସ୍କାଏଲାଇଟ ଭାଙ୍ଗିଥିଲେ । ଏହାପରେ ଘର ଭିତରେ ପଶି ଗଡ୍ରେଜ୍ ଭାଙ୍ଗିବା ସହ ଗଡ୍ରେଜରେ ଥିବା ସମସ୍ତ ସୁନା ଅଳଙ୍କାର ସହ ନଗଦ କିଛି ଟଙ୍କା ଲୁଟ କରିନେଇଛନ୍ତି ।

ତେବେ ଏନେଇ ଜାଣିବା ପରେ ପରିବାର ଲୋକେ ତୁରନ୍ତି ଧୂଷୁରୀ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ମଧ୍ୟ କେହି ଘରର ସ୍କାଏଲାଇଟ ଭାଙ୍ଗି ଚୋରି ଉଦ୍ୟମ କରିଥିଲା ହେଲେ ସଫଳ ହୋଇନଥିଲା । ଏନେଇ ଅଭିଯୋଗ ପାଇବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ, ବିଭିନ୍ନ ସ୍ଥାନରେ ପଚରାଉଚରା କରୁଛି ।

ଦିନକୁ ଦିନ ବଢ଼ିଚାଲିଛି ଏହି ଲୁଟେରାଙ୍କ ଉତ୍ପାତ । ନିରୀହ ଲୋକଙ୍କ ଘରେ ପଶି ଏଭଳି ସୁନା,ରୂପା,ଟଙ୍କା ଲୁଟି ନେବାର ଭିନ୍ନ ଭିନ୍ନ ଉପାୟ ବାଛି ଲୁଟ୍ କରୁଛନ୍ତି ଲୁଟେରା । ପୋଲିସ୍ କୁ ଖୁଲମ୍

 

Leave A Reply

Your email address will not be published.