ଟି୨୦ ବିଶ୍ୱକପ ପାଇଁ ଆମେରିକା ଗସ୍ତ କଲା ଭାରତୀୟ ଦଳ, ପ୍ରଥମ ବ୍ୟାଚରେ ଗଲେନି ବିରାଟ କୋହଲି
ଭାରତୀୟ ଟିମ ଟି-୨୦ ବିଶ୍ୱକପ ପାଇଁ ଆମେରିକା ଗସ୍ତ କରିଛନ୍ତି । ଜୁନ୍ ୫ ତାରିଖରେ ଆୟରଲାଣ୍ଡ ବିପକ୍ଷରେ ରୋହିତ ସେନା ନିଜ ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି । ଅଧିନାୟକ ରୋହିତ ଶର୍ମା, ହେଡ କୋଚ୍ ରାହୁଲ ଦ୍ରାବିଡଙ୍କ ସମେତ ଅନ୍ୟ ଖେଳାଳି ନ୍ୟୁୟର୍କ ଗସ୍ତରେ ଯାଇଛନ୍ତି ।

ଟି୨୦ ବିଶ୍ୱକପ ୨୦୨୪ ଆରମ୍ଭ ଜୁନ୍ ୧ ତାରିଖରୁ ଆରମ୍ଭ ହେଉଛି । ଚଳିତଥର ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଏହାର ଆୟୋଜନ କରୁଛନ୍ତି । ଏଥିପାଇଁ ଆଜି ଭାରତୀୟ ଦଳ ବିଶ୍ୱକପ ଖେଳିବା ପାଇଁ ଆମେରିକା ଗସ୍ତ କରିଛନ୍ତି । ଭାରତୀୟ ଟିମ୍ ସମସ୍ତ ଲିଗ୍ ଷ୍ଟେଜର ମ୍ୟାଚ୍ ଆମେରିକାର ଖେଳିବ । ତେଣୁ ଭାରତୀୟ ଟିମର ପ୍ରଥମ ବ୍ୟାଚରେ ଟି-୨୦ ବିଶ୍ୱକପ ପାଇଁ ଯାତ୍ରା ଆରମ୍ଭ କରିଛି । ଜୁନ୍ ୫ ତାରିଖରେ ଆୟରଲାଣ୍ଡ ବିପକ୍ଷରେ ରୋହିତ ସେନା ନିଜ ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି । ଅଧିନାୟକ ରୋହିତ ଶର୍ମା, ହେଡ କୋଚ୍ ରାହୁଲ ଦ୍ରାବିଡଙ୍କ ସମେତ ଅନ୍ୟ ଖେଳାଳି ନ୍ୟୁୟର୍କ ଗସ୍ତରେ ଯାଇଛନ୍ତି ।
ଟି-୨୦ ବିଶ୍ୱକପ ପାଇଁ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଅନେକ ଖେଳାଳି ପ୍ରଥମ ପର୍ଯ୍ୟାୟରେ ନ୍ୟୁୟର୍କ ଗସ୍ତରେ ଯାତ୍ରା କରିଛନ୍ତି । ରୋହିତ ଶର୍ମା, ରାହୁଲ ଦ୍ରାବିଡ, ଜଶପ୍ରୀତ ବୁମରା, ରବିନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ଶିବମ ଦୁବେ, ଋଷଭ ପନ୍ତ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଖଲୀଲ ଅହମଦ, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ଏବଂ ଅନ୍ୟ କୋଚିଂ ଷ୍ଟାଫ୍ ସାମିଲ ରହିଛନ୍ତି । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ଖେଳାଳି ନ୍ୟୁୟର୍କ ଗସ୍ତରେ ଯିବେ ।
ତେବେ ଷ୍ଟାର ଅଲରାଉଣ୍ଡର ବିରାଟ କୋହଲିଙ୍କ ସହିତ ଅନ୍ୟ କିଛି ଖେଳାଳି ଯେଉଁ ଆଇପିଏଲ ପ୍ଲେ ଅଫ ଟିମରେ ସାମିଲ ରହିଛନ୍ତି, ସେମାନେ ଗସ୍ତ କରିନାହାନ୍ତି । ବିରାଟ ୩୦ ମଇରେ ବିଶ୍ୱକପ ପାଇଁ ଗସ୍ତ କରିବେ ।
The wait is over.
We are back!
Let’s show your support for #TeamIndia 🇮🇳 pic.twitter.com/yc69JiclP8
— BCCI (@BCCI) May 25, 2024
ଜୁନ ୨ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବା ବେଳେ ଜୁନ ୫ରେ ଭାରତ ତା’ର ପ୍ରଥମ ମ୍ୟାଚ ଖେଳିବ ।
ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ :
ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ସାମିଲ ରହିଛନ୍ତି ।
ଷ୍ଟାଣ୍ଡବାଏ : ଶବମନ ଗିଲ, ରିଙ୍କୁ ସିଂ, ଖଲୀଲ ଅହମଦ, ଆବେଶ ଖାନ ।