ବାତ୍ୟା ‘ରେମାଲ’ ନେଇ ସମୀକ୍ଷା କଲେ SRC, ୪ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଦେଲେ ପରାମର୍ଶ

ବାତ୍ୟା ‘ରେମାଲ' ନେଇ ସମୀକ୍ଷା କରିଛନ୍ତି SRC । ୪ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ SRC । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ବଙ୍ଗୋପସାଗରରେ ଭୟଙ୍କର ହେଉଛି ବାତ୍ୟା ‘ରେମାଲ। ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇଛି । ବାତ୍ୟା ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷାର ସମ୍ଭାବନ ରହିଛି।

ଭୁବନେଶ୍ୱର (କେନ୍ୟୁଜ): ବାତ୍ୟା ‘ରେମାଲ’ ନେଇ ସମୀକ୍ଷା କରିଛନ୍ତି SRC ।  ୪ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ SRC ।  ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।  ବଙ୍ଗୋପସାଗରରେ ଭୟଙ୍କର ହେଉଛି ବାତ୍ୟା ‘ରେମାଲ ।  ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇଛି । ବାତ୍ୟା ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷାର ସମ୍ଭାବନ ରହିଛି । ଆଜି କାଲି ପାଇଁ ୪ଟି ଜିଲ୍ଲା ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତାକା ଲି ପାଇଁ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।

ଆଜି ମଧ୍ୟରାତି ସୁଦ୍ଧା ବାଂଲାଦେଶର ଖେପୁପରା ଓ ଏହା ନିକଟ ପଶ୍ଚିମବଙ୍ଗର ସାଗର ଦୀପ ମଧ୍ୟ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ । ସେତେବେଳେ ବାତ୍ୟାର ପବନ ବେଗ ଥିବ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି ।  ଏହା ୧୩୫ କି.ମି ପର୍ଯ୍ୟନ୍ତ ରହିପାରେ । ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣାରେ ବାତ୍ୟା ପ୍ରଭାବ ଦେଖିବାକୁ ମିଳିବ । ଓଡ଼ିଶା ପ୍ରତି ବାତ୍ୟା ବିପଦ ନାହିଁ । କିନ୍ତୁ ଉପକୂଳ ଓଡ଼ିଶାରେ ପବନର ବେଗ ବଢିବ । ୪୦ରୁ ୫୦ କିମି ବେଗରେ ପବନ ବହିପାରେ ।

Leave A Reply

Your email address will not be published.