ସଫଳ ଚାଷୀ ଚାପଧାରୀ ହୋତା: ଯାହାଙ୍କ ଆମ୍ବ ତାଙ୍କ ନାଁରେ ହିଁ ବିକ୍ରି ହୁଏ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସିନ୍ଦୂରପୁର ଗ୍ରାମରେ ଅଛି ଚାପଧାରୀ ହୋତାଙ୍କ ଆମ୍ବ ବଗିଚା । ଏହି ଆମ୍ବ ବଗିଚା ଖାଲି ଆମ୍ବ ବଗିଚା ନୁହେଁ । ଏହା ଧାନ ଖେତ ମଧ୍ୟ । ଧାନ କ୍ଷେତର ଆଡିରେ ଆମ୍ବଗଛ ଲଗାଯାଇଛି ।

ସୁବର୍ଣ୍ଣପୁର(କେନ୍ୟୁଜ): ବର୍ତ୍ତମାନ ବଜାରରେ ଆମ୍ବ ବିକ୍ରି ହେବାକୁ ଲାଗିଛି । ତେବେ ଆମ୍ବ ଖାଇବାକୁ ପସନ୍ଦ କରୁଥିବା ଲୋକମାନେ ଗ୍ରୀଷ୍ମରେ ଆମ୍ବକୁ ଅପେକ୍ଷା କରନ୍ତି । ଆଜିକାଲି ବଜାରରେ ଅନେକ ପ୍ରକାରର ଆମ୍ବ ଉପଲବ୍ଧ ହେଉଛି । ତେବେ ଆମ୍ବ ଖାଇବାକୁ ପିଲାରୁ ବୁଢ଼ା ଯାଏଁ ସମସ୍ତେ ଭଲ ପାଆନ୍ତି କାହିଁକି ନା ଆମ୍ବ ଖାଇବାର ମଜା ନିଆରା । କଞ୍ଚା ଆମ୍ବକୁ ଲୁଣ ଲଙ୍କା ଦେଇ ଖାଇବା କୁହନ୍ତୁ କି ପାଚିଲା ଆମ୍ବକୁ କାଟି କରି ଖାଇବା ବା ଗଛରୁ ତୋଳି ସିଧା ଚୋବାଇ ଖାଇବା । ଆମ୍ବ ସମସ୍ତଙ୍କ ପ୍ରଥମ ପସନ୍ଦ ସେଥିପାଇଁ ତା ଆମ୍ବ ହେଉଛି ଆମ ଜାତୀୟ ଫଳ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସିନ୍ଦୂରପୁର ଗ୍ରାମରେ ଅଛି ଚାପଧାରୀ ହୋତାଙ୍କ ଆମ୍ବ ବଗିଚା । ଏହି ଆମ୍ବ ବଗିଚା ଖାଲି ଆମ୍ବ ବଗିଚା ନୁହେଁ । ଏହା ଧାନ ଖେତ ମଧ୍ୟ । ଧାନ କ୍ଷେତର ଆଡିରେ ଆମ୍ବଗଛ ଲଗାଯାଇଛି । ଏପ୍ରିଲ ମାସ ପହିଲାରୁ ତାଙ୍କ ଆମ୍ବ ଆଦାୟ ଆରମ୍ଭ ହୋଇଯାଏ । ତାଙ୍କ ଆମ୍ବ ବେଶ ସୁଆଦିଆ ତେଣୁ ଲୋକେ ଆଗ୍ରହର ସହିତ ଅପେକ୍ଷା କରିଥାନ୍ତି ତାଙ୍କର ଆମ୍ବକୁ । ସେ କୌଣସି ବେପାରୀ ଙ୍କୁ ଆମ୍ବ ବିକନ୍ତି ନାହିଁ । ଖାଲି ଖାଉଟିଙ୍କୁ ଆମ୍ବ ଦିଅନ୍ତି ।

ବିନିକା ରେ ଥିବା ବ୍ୟବସାୟୀ ମାନେ ତାଙ୍କ ଆତ୍ମୀୟ ସ୍ୱଜନଙ୍କୁ ଭାରତର ବିଭିନ୍ନ ସହର ଯଥା ବମ୍ବେ, ଦିଲ୍ଲୀ, କଲିକତା, ବାଙ୍ଗାଲୋର, ପୁଣେ ସବୁଆଡେ ପଠାଇଥାଆନ୍ତି । ତାଙ୍କ ଆମ୍ବ ଗଛ ମଧ୍ୟରେ ବିଶେଷ କରି ଦଶହରୀ, ଆମ୍ବ୍ରପାଳି ଓ ଆଖୁରସ । ଦଶହରୀ ଆମ୍ବର ଚାହିଦା ସବୁଠୁ ବେଶି । ଚାପଧାରୀଙ୍କ ଏହି ଆମ୍ବ ଚାଷ ୧୯୯୮ ମସିହାରୁ ଏପର୍ଯ୍ୟନ୍ତ ଚାଲି ଆସୁଛି ଏବଂ ତାଙ୍କ ଆମ୍ବ ତାଙ୍କ ନାଁରେ ବିକ୍ରି ହୁଏ ।

ଫଳ ଭିତରେ ଆମ୍ବକୁ କୁହାଯାଏ ରାଜା । ବିଭିନ୍ନ ସ୍ଥାନରେ ଆମ୍ବ ଫଳିଥାଏ । ସେମିତି ସ୍ଥାନକୁ ନେଇ ଏହି ଫଳର ରଙ୍ଗରୂପ ବି ଅଲଗା । ତେବେ ଆମ୍ବ ଭିତରେ ଚାପଧାରୀଙ୍କ ଏହି ଦଶହରୀ ଆମ୍ବର ଚାହିଦା କହିଲେ ନସରେ । ଯାହା ଖାଲି ଏହି ଅଞ୍ଚଳରେ ନୁହେଁ ସାରା ଦେଶରେ ନା କରିଛି ।

 

Leave A Reply

Your email address will not be published.