Below header

ଭୋଟିଂ ପୂର୍ବରୁ ଇଭିଏମ୍‌ ପୂଜାର୍ଚ୍ଚନା, ମହିଳା ଆୟୋଗ ଅଧ୍ୟକ୍ଷା ଓ ଅନ୍ୟ ୭ ଜଣଙ୍କ ବିରୋଧରେ ମାମଲା

ଏଠାରେ ଭୋଟିଂ ପୂର୍ବରୁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)କୁ ପୂଜା କରାଯାଇଥିଲା । ବାରାମତି ଲୋକସଭା ନିର୍ବାଚନମଣ୍ଡଳୀର ଖଡକୱାସଲା ସେକ୍ସନରେ ଥିବା ଏକ ମତଦାନ କେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ମହାରାଷ୍ଟ୍ରରେ ମଙ୍ଗଳବାର ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୧୧ଟି ଆସନରେ ଭୋଟିଂ ଶେଷ ହୋଇଛି । ସେଥିରୁ ବାରାମତି ଅନ୍ୟତମ । ଏଠାରେ ଗୋଟିଏ ପଟେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ଏନଡିଏ ସମର୍ଥିତ ପ୍ରାର୍ଥୀ ହୋଇଥିବା ବେଳେ ଅନ୍ୟ ପଟେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ମୈଦାନରେ ଅଛନ୍ତି । ବାରାମତିରେ ପ୍ରଥମ ଥର ପାଇଁ ପାୱାର ପରିବାରର ଦୁଇ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି ।

ଏହାରି ଭିତରେ ବାରାମତିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଏଠାରେ ଭୋଟିଂ ପୂର୍ବରୁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)କୁ ପୂଜା କରାଯାଇଥିଲା । ବାରାମତି ଲୋକସଭା ନିର୍ବାଚନମଣ୍ଡଳୀର ଖଡକୱାସଲା ସେକ୍ସନରେ ଥିବା ଏକ ମତଦାନ କେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଏ ନେଇ ମହାରାଷ୍ଟ୍ର ମହିଳା ଆୟୋଗ ଅଧ୍ୟକ୍ଷା ରୁପାଲି ଚାକଣକର ଏବଂ ଅନ୍ୟ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି, ମଙ୍ଗଳବାର ସକାଳେ ସିଂହଗଡ଼ ରୋଡ ଅଞ୍ଚଳରେ ଥିବା ମତଦାନ କେନ୍ଦ୍ରର ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଇଥିଲା । ଚାକଣକର ଏବଂ ଅନ୍ୟମାନେ ଭିତରକୁ ଯାଇ ଇଭିଏମକୁ ପୂଜା କରିଥିଲେ ।

ନିର୍ବାଚନ ଆୟୋଗର ଜଣେ ଅଧିକାରୀଙ୍କ ଅଭିଯୋଗକୁ ଆଧାର କରି ଲୋକ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ର ଧାରା ୧୩୧ ଓ ୧୩୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ।

କହି ରଖୁଛୁ ଯେ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି । ମହାରାଷ୍ଟ୍ରର ୧୧ଟି ଆସନରେ ମତଦାନ ହୋଇଥିଲା । ରାତି ୮ଟାର ରେକର୍ଡ ଅନୁଯାୟୀ, ୫୫.୫୪ ପ୍ରତିଶତ ଭୋଟିଂ ହୋଇଥିଲା, ଯାହାକି ଏହି ପର୍ଯ୍ୟାୟରେ ଅନ୍ୟ ରାଜ୍ୟ ତୁଳନାରେ ସର୍ବନିମ୍ନ । ଏଥିସହିତ ବାରାମତିରେ ଏଥର ନଣନ୍ଦ-ଭାଉଜଙ୍କ ମଧ୍ୟରେ ନିର୍ବାଚନ ଲଢ଼େଇ ଚାଲିଛି ।

ଭୋଟ୍ ଦେବା ପୂର୍ବରୁ ଏନସିପି ମୁଖ୍ୟ ଅଜିତ ପାୱାର କହିଥିଲେ ଯେ ମୁଁ ମୋ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି । ସମସ୍ତଙ୍କୁ ଶୁଭକାମନା ଜଣାଇ ପାରିବି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.