Below header

AI ଫିଚର୍ସ ସହ ଲଞ୍ଚ ହେଲା Google Pixel 8a, ଜାଣନ୍ତୁ କେତେ ରହିଛି ଦାମ୍

Google Pixel A ସିରିଜ୍ ଗ୍ରାହକଙ୍କ ପାଇଁ ଆଉ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି, ଏହି ପିକ୍ସେଲ ସ୍ମାର୍ଟଫୋନର ନାମ ହେଉଛି Google Pixel 8a । Google Pixel A ସିରିଜରେ ସୁଲଭ ମୂଲ୍ୟର ପିକ୍ସେଲ ଡିଭାଇସ ଲଞ୍ଚ କରାଯାଇଛି ।

Google Pixel A ସିରିଜ୍ ଗ୍ରାହକଙ୍କ ପାଇଁ ଆଉ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି, ଏହି ପିକ୍ସେଲ ସ୍ମାର୍ଟଫୋନର ନାମ ହେଉଛି Google Pixel 8a । Google Pixel A ସିରିଜରେ ସୁଲଭ ମୂଲ୍ୟର ପିକ୍ସେଲ ଡିଭାଇସ ଲଞ୍ଚ କରାଯାଇଛି । ଗତ ବର୍ଷ ମେ’ ମାସରେ ଲଞ୍ଚ କରାଯାଇଥିବା ପିକ୍ସେଲ 7a ର ଅପଗ୍ରେଡ୍ ମଡେଲ ହେଉଛି ପିକ୍ସେଲ 8a, ଯାହାକୁ ଅନେକ ଫିଚର୍ସ ମଧ୍ୟ ଦିଆଯାଇଛି ଏବଂ ଏହା ପ୍ରଥମ ଥର ପାଇଁ କମ୍ପାନୀ ଲଞ୍ଚ ଇଭେଣ୍ଟ ବିନା ଏକ ନୂଆ ପିକ୍ସେଲ ସ୍ମାର୍ଟଫୋନ୍ ଲଞ୍ଚ କରିଛି ।

ସାଧାରଣତଃ ଗୁଗୁଲ୍ I / O ଇଭେଣ୍ଟ ସମୟରେ ଗୁଗୁଲ୍ ପିକ୍ସେଲ A ସିରିଜର ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରାଯାଏ । ଏହି ବର୍ଷ ଗୁଗୁଲ୍ I / O ୨୦୨୪ ମେ’ ୧୪ରୁ ଆରମ୍ଭ ହେବ, କିନ୍ତୁ ଇଭେଣ୍ଟ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ପିକ୍ସେଲ A ସିରିଜର ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । ଏହି ଫୋନ୍ ୭ ବର୍ଷ ପାଇଁ ସଫ୍ଟୱେର୍ ସପୋର୍ଟ (ସୁରକ୍ଷା ଅପଡେଟ୍ ଏବଂ ଆଣ୍ଡ୍ରଏଡ୍ ଓଏସ୍ ଅପଗ୍ରେଡ୍) ପାଇବ ।

ଗୁଗୁଲ୍ ପିକ୍ସେଲ 8A ର ପ୍ରି-ଅର୍ଡର ବୁକିଂ ଆରମ୍ଭ ହୋଇଛି ଏବଂ ଫ୍ଲାଗସିପ୍ ଫିଚର୍ସ ସହିତ ଲଞ୍ଚ ହୋଇଥିବା ଏହି ପିକ୍ସେଲ ଫୋନର ସେଲ ଆସନ୍ତା ସପ୍ତାହରେ ମେ’ ୧୪ ତାରିଖ ସକାଳ ୬:୩୦ରୁ ଗ୍ରାହକଙ୍କ ପାଇଁ ଆରମ୍ଭ ହେବ । ଯଦି ଆପଣ ମଧ୍ୟ ଏହି ପିକ୍ସେଲ ଫୋନ୍ ପାଇଁ ପ୍ରି-ବୁକିଂ କରିବାକୁ ଚାହୁଁଛନ୍ତି, ତେବେ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ପ୍ରି-ବୁକିଂ ଆରମ୍ଭ ହୋଇଛି ।

Google Pixel 8aର ଦାମ୍:

ଏହି ଗୁଗୁଲ୍ ପିକ୍ସେଲ ସ୍ମାର୍ଟଫୋନର ୧୨୮ ଜିବି ଷ୍ଟୋରେଜ୍ ଭାରିଆଣ୍ଟ ୫୨,୯୯୯ ଟଙ୍କାରେ ଲଞ୍ଚ କରାଯାଇଛି । ଏହି ସମୟରେ, ଏହି ହ୍ୟାଣ୍ଡସେଟର ଟପ୍ ୨୫୬ ଜିବି ଭାରିଆଣ୍ଟ କିଣିବାକୁ ହେଲେ ଆପଣଙ୍କୁ ୫୯,୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଲଞ୍ଚ ଅଫର ବିଷୟରେ କଥାବାର୍ତ୍ତା ହେଲେ କିଛି ବ୍ୟାଙ୍କ କାର୍ଡ ମାଧ୍ୟମରେ ପେମେଣ୍ଟରେ କରିଲେ ୪୦୦୦ ଟଙ୍କା କ୍ୟାସବ୍ୟାକ୍ ଏବଂ ୧୨ ମାସ ପର୍ଯ୍ୟନ୍ତ No cost EMI ଉପଲବ୍ଧ ହେବ । ଏହା ବ୍ୟତୀତ କିଛି ସ୍ମାର୍ଟଫୋନ୍ ମଡେଲଗୁଡିକ ସହିତ ୯୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ୍ ବୋନସ୍ ର ଲାଭ ପ୍ରଦାନ କରାଯିବ । ଫୋନ୍ ପ୍ରି-ଅର୍ଡର କରୁଥିବା ଗ୍ରାହକଙ୍କୁ ୩୯୯୯ ଟଙ୍କା ମୂଲ୍ୟର ଇୟରବଡ୍ ମାତ୍ର ୯୯୯ ଟଙ୍କା ପାଇଁ ପ୍ରଦାନ କରାଯିବ ।

Google Pixel 8a ସ୍ପେସିଫିକେସନ୍ସ:

ଡିସପ୍ଲେ: ଫୋନରେ ୧୨୦ Hz ରିଫ୍ରେସ ରେଟ ସପୋର୍ଟ ସହିତ ୬.୧-ଇଞ୍ଚ ଫୁଲ୍-ଏଚଡି ପ୍ଲସ୍ ଡିସପ୍ଲେ ରହିବ ।

ପ୍ରୋସେସର: ଫୋନରେ ଗୁଗୁଲ୍ ଟେନସର୍ G3 ଚିପସେଟ ସହିତ ସିକ୍ୟୁରିଟି ପାଇଁ Titan M2 ସିକ୍ୟୁରିଟି ଚିପ ବ୍ୟବହାର କରାଯାଇଛି ।

କ୍ୟାମେରା ସେଟଅପ୍: ଫୋନର ପଛ ଭାଗରେ ୧୩ ମେଗାପିକ୍ସେଲ ଅଲ୍ଟ୍ରା ୱାଇଡ୍ କ୍ୟାମେରା ସହିତ ୬୪ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ପ୍ରଦାନ କରାଯାଇଛି । ଆଗରେ ୧୩ ମେଗାପିକ୍ସେଲ ସେଲଫି କ୍ୟାମେରା ସେନ୍ସର ପ୍ରଦାନ କରାଯାଇଛି ।

Google Pixel 8a AI ଫିଚର୍ସ:

Magic Eraser: ଏହି AI ଫିଚର ସାହାଯ୍ୟରେ, ଆପଣ ନିଜ ଫଟୋରୁ ସେହି ଜିନିଷଗୁଡ଼ିକୁ ସହଜରେ ଡିଲିଟ କରିପାରିବେ ଯାହାକୁ ଆପଣ ଫଟୋରେ ଦେଖିବାକୁ ଚାହୁଁନାହାନ୍ତି ।

ବେଷ୍ଟ ଟେକ୍: ଗୁଗୁଲ୍ ପିକ୍ସେଲ୍ 8A ରେ ଉପଲବ୍ଧ ଏହି ଫିଚର ନିଶ୍ଚିତ କରିବ ଯେ ଆପଣଙ୍କର ଗ୍ରୁପ୍ ଫଟୋ ସମ୍ପୂର୍ଣ୍ଣ ରୂପେ ପରଫେକ୍ଟ ଆସିବ ।

Audio Magic Eraser: ଏହା ବ୍ୟତୀତ, ଯଦି ଆପଣ ଗାଡି ଚଲାଇବା ସମୟରେ ଭିଡିଓ ସୁଟ୍ କରୁଛନ୍ତି, ତେବେ ପବନର ଶବ୍ଦ ଏବଂ ଲୋକଙ୍କ ପାଟି କରିବାର ସାଉଣ୍ଡ ଏହି ଫିଚର ସାହାଯ୍ୟରେ ସହଜରେ ହଟାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.