Vivo ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Vivo Y200 Pro

ଯଦି ଆପଣ ଭିଭୋର ଫ୍ୟାନ ଏବଂ ଏକ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଭିଭୋ ଖୁବ ଶୀଘ୍ର ଏହାର ନୂଆ ସ୍ମାର୍ଟଫୋନ୍ Vivo Y200 Pro କୁ ଭାରତରେ ଲଞ୍ଚ କରିବାକୁ ଯାଉଛି ।

ଚଳିତ ମାସରେ ବଜାରରେ ଅନେକ ଦମଦାର ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଥିଲାବେଳେ ଅନେକ ସ୍ମାର୍ଟଫୋନ୍ ବଜାରରେ ଲଞ୍ଚ କରିବାକୁ ପ୍ରସ୍ତୁତ । ଯଦି ଆପଣ ଭିଭୋର ଫ୍ୟାନ ଏବଂ ଏକ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଭିଭୋ ଏହାର ନୂଆ ସ୍ମାର୍ଟଫୋନ୍ Vivo Y200 Pro କୁ ଭାରତରେ ଲଞ୍ଚ କରିବାକୁ ଯାଉଛି । ଯଦି ଆପଣ ଭିଭୋ Y200 ପ୍ରୋକୁ ଅପେକ୍ଷା କରିଛନ୍ତି, ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ସ୍ମାର୍ଟଫୋନ୍ ମେ’ ୨୧ ରେ ଭାରତରେ ଲଞ୍ଚ ହେବ ।

ମେ’ ୨୦ ରେ, ଭାରତରେ ଏହାର ଲଞ୍ଚ ହେବାର ଠିକ ଗୋଟିଏ ଦିନ ପୂର୍ବରୁ କମ୍ପାନୀ ଚାଇନା ବଜାରରେ ଭିଭୋ Y200 5G, ଭିଭୋ Y200t 5G ଏବଂ ଭିଭୋ Y200 GT 5G ଲଞ୍ଚ କରିବ । କମ୍ପାନୀ ମିଡ଼-ରେଞ୍ଜ ଫ୍ଲାଗସିପ୍ ସେଗମେଣ୍ଟରେ ଭିଭୋ Y200 ପ୍ରୋ ଲଞ୍ଚ କରିପାରେ । ଏହି ଫୋନରେ, ୟୁଜର୍ସମାନେ କ୍ୱାଲକମ୍ ସ୍ନାପଡ୍ରାଗନ୍ 695 5G ଚିପସେଟ ପାଇପାରିବେ । କମ୍ପାନୀ ଏହାକୁ ମେ’ ୨୧ ରେ ମଧ୍ୟାହ୍ନ ୧୨ ଟାରେ ଲଞ୍ଚ କରିବ ।

ଲଞ୍ଚ ପୂର୍ବରୁ କମ୍ପାନୀ ଭିଭୋ Y200 ପ୍ରୋ ର ଟିଜରକୁ ଏହାର ସୋସିଆଲ ମିଡିଆ ଆକାଉଣ୍ଟ X ରେ ପୋଷ୍ଟ କରିଛି । ଏହାର ଡିଜାଇନ୍ ଟିଜର ଭିଡିଓରେ ମଧ୍ୟ ପ୍ରକାଶ ପାଇଛି । ଏହି ଆଗାମୀ ସ୍ମାର୍ଟଫୋନରେ ୟୁଜର୍ସମାନେ ୫୦MP ର ଏକ ଶକ୍ତିଶାଳୀ କ୍ୟାମେରା ସେଟଅପ୍ ପାଇବାକୁ ଯାଉଛନ୍ତି । ଏହାର ଡିସପ୍ଲେ ପଞ୍ଚ ହୋଲ୍ କ୍ୟାମେରା ଡିଜାଇନ୍ ସହିତ ଆସିବାକୁ ଯାଉଛି । କମ୍ପାନୀ ଏହାକୁ ବଜାରରେ ୨୫୦୦୦ ଟଙ୍କା ମୂଲ୍ୟରେ ଲଞ୍ଚ କରିପାରେ ।

Vivo Y200 Pro 5G ସ୍ପେସିଫିକେସନ୍ସ:

-ଭିଭୋ Y200 Pro 5G ରେ, ୟୁଜର୍ସମାନେ ୬.୭୮ ଇଞ୍ଚ ଫୁଲ୍ HD ଡିସପ୍ଲେ ପାଇବାକୁ ଯାଉଛନ୍ତି ।

-ଏହି ସ୍ମାର୍ଟଫୋନ୍ ଏକ କର୍ଭଡ୍ ଡିସପ୍ଲେ ସହିତ ଆସିବ ଯେଉଁଥିରେ ୧୨୦hz ର ରିଫ୍ରେସ ରେଟ ରହିବ ।

-ଆଉଟ ଅଫ ଦି ବକ୍ସ, ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 14 ରେ ଚାଲିବ ।

-ପରଫରମାନ୍ସ ବୃଦ୍ଧି କରିବାକୁ କମ୍ପାନୀ ଏହାକୁ ସ୍ନାପଡ୍ରାଗନ୍ 695 SoC ଚିପସେଟ ସହିତ ଲଞ୍ଚ କରିବ ।

-ଏଥିରେ ୟୁଜରମାନେ ୮GB RAM ପର୍ଯ୍ୟନ୍ତ ପାଇବେ । ୮GB ପର୍ଯ୍ୟନ୍ତ ଭର୍ଚୁଆଲ୍ RAM ର ଏକ ଅପ୍ସନ ମଧ୍ୟ ରହିବ ।

-ଯଦି ଆମେ ଷ୍ଟୋରେଜ୍ ଅପ୍ସନ୍ ବିଷୟରେ କହିବୁ, କମ୍ପାନୀ ଏହାକୁ ୧୨୮ ଜିବି ଭାରିଆଣ୍ଟ ସହିତ ଲଞ୍ଚ କରିପାରେ ।

-Vivo Y200 Pro 5G ରେ ୫୦୦୦mAh ବ୍ୟାଟେରୀ ରହିବ ଯାହାକୁ ଆପଣ ୪୪W ଫାଷ୍ଟ ଚାର୍ଜିଂ ସହିତ ଚାର୍ଜ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.