Below header

ନିଶା ଦେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଯୁବକ ଗିରଫ

ବ୍ରହ୍ମପୁର ସହରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସମେତ ୫ଜଣ ଯୁବକ ଗିରଫ । ବୈଦ୍ୟନାଥପୁର ଥାନା ପୋଲିସ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇଛି ।

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସମେତ ୫ଜଣ ଯୁବକ ଗିରଫ । ବୈଦ୍ୟନାଥପୁର ଥାନା ପୋଲିସ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇଛି । ଗତ ତିନି ତାରିଖରେ ନାବାଳିକା ଜଣକ ସହରର ନୂଆବସଷ୍ଟାଣ୍ଡ ନିକଟରେ ଠିଆ ହୋଇଥିବା ବେଳେ ତାଙ୍କୁ ଜଣେ ପରିଚିତ ଯୁବକ ନିଜ ରୁମକୁ ଡାକିଥିଲେ ।

ପରେ ଯୁବକ ଜଣକ ନାବାଳିକାଙ୍କୁ ମୃଦୁ ପାନୀୟରେ ନିଶା ଦେବାରୁ ସେ ଅଚେତ ହୋଇ ପଡ଼ିଥିଲେ । ଏହାପରେ ଯୁବକ ଓ ତାଙ୍କ ସାଙ୍ଗମାନେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣକ ନିଜ ଘରକୁ ଫେରି ଘଟଣା ସମ୍ପର୍କରେ କହିଥିଲେ । ଏହାପରେ ଛାତ୍ରୀଙ୍କ ପରିବାର ପକ୍ଷରୁ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରାଯାଇଥିଲା ।

ଏହାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୀଡିତା ଛାତ୍ରୀଙ୍କ ବୟାନ ରେକର୍ଡ କରାଯିବା ସହ ଏମକେସିଜି ମେଡିକାଲରେ ତାଙ୍କର ଡାକ୍ତରୀ ମାଇନା କରାଯାଇଥିଲା । ଏହାପରେ ଯେଉଁ ଯୁବକ ଜଣକ ନାବାଳିକାକୁ ଘରକୁ ଡାକି ନେଇଥିଲେ ତାଙ୍କୁ ପୋଲିସ ପ୍ରଥମେ କାବୁ କରିଥିଲା । ପରେ ପରେ ଅନ୍ୟ .ଯୁବକମାନଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି ।

ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି । ଏହି ଘଟଣାରେ ୬ରୁ ୭ଜଣ ଯୁବକ ସଂପୃକ୍ତ ଥିବା ନେଇ ଥାନାରେ ପୀଡ଼ିତା ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଅଧିକା ତଦନ୍ତ ଜାରି ରଖିଥିବା ବ୍ରହ୍ମପୁର ଏସପି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.