ନିର୍ବାଚନ ବେଳେ ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ, ୨୪୯ ପୋଷ୍ଟକୁ ହଟାଇଲା କମିସନରେଟ ପୋଲିସ

ଅଶ୍ଳୀଳ ମନ୍ତବ୍ୟ ନେଇ ୨୪୯ ଟି ପୋଷ୍ଟକୁ ହଟାଇଛି କମିସନରେଟ ପୋଲିସ । ଫେସବୁକ୍ ରୁ ୬୮ , ଇନଷ୍ଟାଗ୍ରାମରୁ ୧୪୪ ଓ Xରେ ୩୭ଟି ପୋଷ୍ଟ କୁ ହଟାଇବା ପାଇଁ ପଦକ୍ଷେପ ନେଇଛି କମିସନରେଟ ପୋଲିସ  ।

ଭୁବନେଶ୍ୱର : ନିର୍ବାଚନ ବେଳେ ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ଓ ଫଟୋ ପୋଷ୍ଟ ସହ ଅଶ୍ଳୀଳ ମନ୍ତବ୍ୟ ନେଇ ୨୪୯ ଟି ପୋଷ୍ଟକୁ ହଟାଇଛି କମିସନରେଟ ପୋଲିସ । ଫେସବୁକ୍ ରୁ ୬୮ , ଇନଷ୍ଟାଗ୍ରାମରୁ ୧୪୪ ଓ Xରେ ୩୭ଟି ପୋଷ୍ଟ କୁ ହଟାଇବା ପାଇଁ ପଦକ୍ଷେପ ନେଇଛି କମିସନରେଟ ପୋଲିସ  ।

ସାଧାରଣ ଜନତାଙ୍କ ପକ୍ଷରୁ ୧୧୦ଟି ଅଭିଯୋଗ ଆସିଥିବା ବେଳେ ବଳକା ପୋଷ୍ଟ କମିସନରେଟ ପୋଲିସ ନିଜଆଡୁ ଅନୁଧ୍ୟାନ କରିବା ପରେ ପଦକ୍ଷେପ ନିଆଯାଇଛି  । ଏ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ରାଜନୈତିକ ବିବାଦୀୟ ପୋଷ୍ଟ ନେଇ ୪ଟି ମାମଲା ରୁଜୁ ହୋଇଛି  । ଏକାଧିକ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ନେଇ ରଖା ଯାଇଛି ନଜର । ଗଠନ କରାଯାଇଛି ସ୍ପେସାଲ ସାଇବର ଟିମ୍  । ଏହି ସୂଚନା ଦେଇଚନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.