ବିଦୁତ୍ ସଂସ୍ପର୍ଶରେ ଆସି ରାଜ ମିସ୍ତ୍ରୀ ମୃତ

ବିଦ୍ୟୁତ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ । ଏମିତି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଥାନା ଅଂଚଳରେ । ସୂଚନା ଅନୁଯାଇ, ବୌଦ୍ଧ ଥାନା ଅନ୍ତର୍ଗତ ଲୁଣ୍ଡାବେରୁଣି ଗାଁର ପବିତ୍ର ମହାକୁଡ ପେଶାରେ ଜଣେ ରାଜ ମିସ୍ତ୍ରୀ ଥିଲେ ।

ବୌଦ୍ଧ : ବିଦ୍ୟୁତ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ । ଏମିତି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଥାନା ଅଂଚଳରେ । ସୂଚନା ଅନୁଯାଇ, ବୌଦ୍ଧ ଥାନା ଅନ୍ତର୍ଗତ ଲୁଣ୍ଡାବେରୁଣି ଗାଁର ପବିତ୍ର ମହାକୁଡ ପେଶାରେ ଜଣେ ରାଜ ମିସ୍ତ୍ରୀ ଥିଲେ । ପରିବାର ପ୍ରତିପୋଷଣ ପାଇଁ ପ୍ରତ୍ୟେକ ଦିନ ସକାଳୁ କାମ ପାଇଁ ବୌଦ୍ଧ ସହରକୁ ଆସନ୍ତି ।

ଆଜି ମଧ୍ୟ କାମ ପାଇଁ ଆସି ଥିଲେ ଓ ଇରିଗେସନ କଲୋନୀ ରେ  ଟି ଧର୍ମାଧରାଙ୍କ ଘର କାମରେ ନିୟଜିତ ହୋଇଥିଲେ । ଘର ପ୍ଲାଷ୍ଟର କାମ ଚାଲିଥିବା ବେଳେ ହଟାତ୍ କବାଟ ଉପରେ ଯାଇଥିବା ଇଲେକ୍ଟ୍ରି ତାରଟି ଛିଣ୍ଡି ଯାଇ ଘରେ ଲାଗିଥିବା ଲୁହା କବାଟରେ ଲାଗିଥିଲା ।

ସେହି ସମୟରେ କାମ କରୁଥିବା ମିସ୍ତ୍ରୀ ପବିତ୍ର ମହାକୁଡ କବାଟକୁ ଧରି ଦେବାରୁ କବାଟ ଲାଗିଥିବା କରେଣ୍ଟ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ସଂଗେ ସଂଗେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘଷାଣା କରିଥିଲେ ।

Leave A Reply

Your email address will not be published.