ସବାରୀ ଗାଡ଼ିକୁ ପିଟିଲା ଟ୍ରକ, ଜଣେ ମୃତ, ୯ ଆହତ

ବାରିପଦାରେ ଏକ ସବାରୀ ଗାଡ଼ିକୁ ଟ୍ରକ ପିଟିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି ।

ମୟୂରଭଞ୍ଜ : ବାରିପଦାରେ ଏକ ସବାରୀ ଗାଡ଼ିକୁ ଟ୍ରକ ପିଟିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ବାରିପଦା ସହର ଉପକଣ୍ଠରେ ଥିବା ୧୮ ନମ୍ବର ଜାତୀୟ ରାଜପଥର ଅସନଯୋଡା ଠାରେ ଘଟିଛି ଏହି ସଡ଼କ ଦୁର୍ଘଟଣା। ଟ୍ରକ ଏକ ସବାରୀ ଗାଡ଼ିକୁ ପିଟିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୫ ଗୁରୁତର ଥିବା ଜଣାଯାଇଛି । ଦୁର୍ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ଆହତମାନଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇଛନ୍ତି। ଦୁର୍ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି। ମୃତାହତଙ୍କ ପରିଚୟ ମିଳି ପାରିନାହିଁ।

 

 

Leave A Reply

Your email address will not be published.