ନିର୍ବାଚନ ଡ୍ୟୁଟିରେ ପୋଲିଂ ଅଧିକାରୀଙ୍କ ମୃତ୍ୟୁ, ୧୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କଲେ ସିଇଓ

ନିର୍ବାଚନ ଡ୍ୟୁଟି ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ  I ଏପରି ଅଘଟଣ ଘଟିଛି ବଲାଙ୍ଗୀରରେ  I ମୃତ ଶିକ୍ଷକ ହେଲେ ସୁଶୀଲ କୁମାର ଆଚାର୍ଯ୍ୟ  I

କେନ୍ୟୁଜ (ବ୍ୟୁରୋ ) : ନିର୍ବାଚନ ଡ୍ୟୁଟି ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ  I ଏପରି ଅଘଟଣ ଘଟିଛି ବଲାଙ୍ଗୀରରେ  I ମୃତ ଶିକ୍ଷକ ହେଲେ ସୁଶୀଲ କୁମାର ଆଚାର୍ଯ୍ୟ  I ଆଗଲପୁର ପଟୁଆପାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ଶୁସିଲ  I ଟିଟିଲାଗଡ ଯାଇଥିଲେ ନିର୍ବାଚନ ଡ୍ୟୁଟି ପାଇଁ  I ଟିଟଲାଗଡ ଷ୍ଟ୍ରଙ୍ଗରୁମରୁ ବୁଥକୁ ଯାଉଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ସୁଶୀଲ ।

ପରେ ଟିଟିଲାଗଡ଼ରେ ପ୍ରାଥମିକ ଚିକିତ୍ସା କରାଯାଇଥିଲେ ହେଁ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା  I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି I ପରିବାର ଲୋକ ଜାଣିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ ) ମୃତ ଶିକ୍ଷକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା  ଦେବାକୁ ଘୋଷଣା କରିଛି  I

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.