Below header

ଆସନ୍ତା କାଲି ଲଞ୍ଚ ହେବ ମାରୁତି ସୁଜୁକିର ସ୍ୱିଫ୍ଟ ୨୦୨୪, ଏକ ଲିଟର ପେଟ୍ରୋଲରେ ଚାଲିବ ୨୫ କିଲୋମିଟର

ପୁରୁଣା ଭର୍ସନ ତୁଳନାରେ ନୂଆ ସ୍ୱିଫ୍ଟର ଡିଜାଇନରେ କିଛି ଖାସ୍‌ ଚେଞ୍ଜ କରାଯିବ । ଏଥିରେ କମ୍ପାନୀ ଫ୍ରଣ୍ଟ ଗ୍ରିଲ, ଲାଇଟ୍ ଏବଂ ବମ୍ପରରେ ଚେଞ୍ଜ କରିବ । ଯେଉଁଥିପାଇଁ କାରକୁ ଏକ ନୂଆ ଲୁକ୍‌ ମିଳିବ ।

ମାରୁତି ସୁଜୁକିର ସ୍ୱିଫ୍ଟ ୨୦୨୪ ଆସନ୍ତାକାଲି ଭାରତୀୟ ବଜାରରେ ଅଫିସିଆଲ ଭାବେ ଲଞ୍ଚ ହେବ । ତେବେ ଏହି 4th ଜେନେରେସନର ସ୍ୱିଫ୍ଟ ୨୦୨୪ରେ କମ୍ପାନୀ କେଉଁ ପ୍ରକାରର ଫିଚର ଦେଉଛି ? ଏଥିରେ ଇଞ୍ଜିନ୍ କେତେ ଦମଦାର ହେବ, ଏଥିରେ କେତେ ଭାରିଆଣ୍ଟ ଆସିବ ଏବଂ ଏହାର ଦାମ୍‌ କେତେ ରହିପାରେ ଆସନ୍ତୁ ଜାଣିବା ।

ମାରୁତି ସ୍ୱିଫ୍ଟ ୨୦୨୪ ଆସନ୍ତାକାଲି ଲଞ୍ଚ ହେବ । ଏଥିରେ ବିଭିନ୍ନ ପ୍ରକାର ଚେଞ୍ଜ କରାଯିବ । ଏହାର ଡିଜାଇନ୍ ଠାରୁ ଫିଚର ପର୍ଯ୍ୟନ୍ତ ସବୁକିଛି ସାମିଲ ହେବ । ଏଥିରେ ନୂଆ ଭାରିଆଣ୍ଟ ମଧ୍ୟ ଆସିବ ।

ପୁରୁଣା ଭର୍ସନ ତୁଳନାରେ ନୂଆ ସ୍ୱିଫ୍ଟର ଡିଜାଇନରେ କିଛି ଖାସ୍‌ ଚେଞ୍ଜ କରାଯିବ । ଏଥିରେ କମ୍ପାନୀ ଫ୍ରଣ୍ଟ ଗ୍ରିଲ, ଲାଇଟ୍ ଏବଂ ବମ୍ପରରେ ଚେଞ୍ଜ କରିବ । ଯେଉଁଥିପାଇଁ କାରକୁ ଏକ ନୂଆ ଲୁକ୍‌ ମିଳିବ । ଏହାର ନୂଆ ଭର୍ସନରେ ରିୟର ଡୋରରେ ହ୍ୟାଣ୍ଡେଲ ଦିଆଯିବ । ଏହା ବ୍ୟତୀତ ଏହାର ଇଣ୍ଟେରିୟରରେ ଡ୍ୟାସବୋର୍ଡ, ଇନଫୋଟେନମେଣ୍ଟ ସିଷ୍ଟମ ଏବଂ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟରରେ ଅନେକ ଚେଞ୍ଜ କରାଯିବ ।

କମ୍ପାନୀ ମୋଟ ପାଞ୍ଚଟି ଭାରିଆଣ୍ଟରେ ନୂଆ ସ୍ୱିଫ୍ଟ ୨୦୨୪ ଆଣିବ । ଏଥିମଧ୍ୟରୁ LXI କୁ ବେସ୍‌ ଭାରିଆଣ୍ଟ ଭାବରେ ଅଣାଯିବ । ଅନ୍ୟପଟେ VXI ଏବଂ VXI (O) ମିଡ୍‌ ଭାରିଆଣ୍ଟରେ ଆସିବ । ZXI ଏବଂ ZXI + ଏହାର ଟପ୍‌ ଭାରିଆଣ୍ଟ ଭାବରେ ଆସିବ ।

ନୂଆ ସ୍ୱିଫ୍ଟ ୨୦୨୪ରେ କମ୍ପାନୀ ୧.୨ ଲିଟର Z ସିରିଜ୍ ମାଇଲ୍ଡ ହାଇବ୍ରିଡ୍ ପେଟ୍ରୋଲ୍ ଇଞ୍ଜିନ୍ ଯୋଗାଇବ । ପୁରୁଣା ସ୍ୱିଫ୍ଟର ଚାରୋଟି ସିଲିଣ୍ଡର ଇଞ୍ଜିନ ବଦଳରେ ନୂଆ ସ୍ୱିଫ୍ଟକୁ ତିନି ସିଲିଣ୍ଡର ଇଞ୍ଜିନ୍‌ ଦିଆଯିବ । ଏହି ଗାଡି ୫ ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ଏବଂ ଏମଟି ଟ୍ରାନ୍ସମିସନ୍ ସହିତ ଆସିବ । ସୂଚନା ଅନୁଯାୟୀ ଏହା ଏକ ଲିଟର ପେଟ୍ରୋଲରେ ୨୫.୭୨ କିଲୋମିଟର ପର୍ଯ୍ୟନ୍ତ ଚାଲିବ। ନୂଆ ସ୍ୱିଫ୍ଟ ବୁକ୍ କରିବା ପାଇଁ ଆପଣଙ୍କୁ ୧୧,୦୦୦ ଟଙ୍କା ଆଡଭାନ୍ସ ଦେବାକୁ ପଡିବ ।

ଜାପାନରେ ସ୍ୱିଫ୍ଟ ୨୦୨୪ର କ୍ରାସ୍ ଟେଷ୍ଟ କରାଯାଇଥିଲା । ଯେଉଁଥିରେ ହ୍ୟାଚବ୍ୟାକ୍ କାର୍ ୪ ଷ୍ଟାର ସେଫ୍ଟି ରେଟିଙ୍ଗ୍‌ ପାଇଛି । ତେବେ ନୂଆ ସ୍ୱିଫ୍ଟ ୨୦୨୪ରେ ଅନେକ ପରିବର୍ତ୍ତନ କରାଯିବ ଯାହା ଆସନ୍ତା କାଲି ମେ ୯ ରେ ଭାରତରେ ଲଞ୍ଚ ହେବାକୁ ଯାଉଛି । ଆଶା କରାଯାଉଛି ଯେ ପୁରୁଣା ଜେନେରେସନର ସ୍ୱିଫ୍ଟ ତୁଳନାରେ ନୂଆ ଗାଡ଼ିର ଦାମରେ ସାମାନ୍ୟ ଅଧିକ ରହିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.