Below header

ବିବାହିତା ପ୍ରେମିକାକୁ ରାତିରେ ଭେଟିବା ପଡ଼ିଲା ମହଙ୍ଗା, ପରକୀୟା ପ୍ରୀତିରୁ କଙ୍ଗାରୁ କୋର୍ଟ

ଏ ମହିଳାଙ୍କ ଘରେ ନଥିଲେ ସ୍ୱାମୀ । ରାତି ଅଧରେ ପ୍ରେମିକକୁ ଡାକିଥିଲା ପ୍ରେମିକା । ହେଲେ ସେ କଣ ଜାଣିଥିଲେ ତାଙ୍କର ଏହି ଚୋରା ପୀରତି ଗାଁ ଲୋକଙ୍କ ନଜରରେ ପଡ଼ିଯିବ ବୋଲି । ରାତି ଅଧରେ ଛୁପି ଛୁପି ଆସିଥିବ ପ୍ରେମିକ ଧରା ପଡ଼ିଯିବ ବୋଲି । କଥାରେ ଅଛି… ଚୋର ଘର କେବେ ଅନ୍ଧାର ରୁହେନି । ଠିକ୍‌ ସେହିପରି ଏହି ପ୍ରେମୀ ଯୁଗଳଙ୍କ ଚୋରା ପ୍ରେମ ଲୋକଙ୍କ ନଜରରୁ ବଞ୍ଚିପାରି ନଥିଲା ।

ଧର୍ମଗଡ଼(କେନ୍ୟୁଜ୍‌) : ଏ ମହିଳାଙ୍କ ଘରେ ନଥିଲେ ସ୍ୱାମୀ । ରାତି ଅଧରେ ପ୍ରେମିକକୁ ଡାକିଥିଲା ପ୍ରେମିକା । ହେଲେ ସେ କଣ ଜାଣିଥିଲେ ତାଙ୍କର ଏହି ଚୋରା ପୀରତି ଗାଁ ଲୋକଙ୍କ ନଜରରେ ପଡ଼ିଯିବ ବୋଲି । ରାତି ଅଧରେ ଛୁପି ଛୁପି ଆସିଥିବ ପ୍ରେମିକ ଧରା ପଡ଼ିଯିବ ବୋଲି । କଥାରେ ଅଛି… ଚୋର ଘର କେବେ ଅନ୍ଧାର ରୁହେନି । ଠିକ୍‌ ସେହିପରି ଏହି ପ୍ରେମୀ ଯୁଗଳଙ୍କ ଚୋରା ପ୍ରେମ ଲୋକଙ୍କ ନଜରରୁ ବଞ୍ଚିପାରି ନଥିଲା । ଘର ବାହାରେ ଛକି ରହିଥିଲେ ଗାଁ ଲୋକେ ଏସବୁ ନଜରରେ ରଖିଥିଲେ ।

ଯେତେବେଳେ ପ୍ରେମିକ ଜଣକ ତାଙ୍କ ବିବାହିତା ପ୍ରେମିକାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ପ୍ରେମିକାକୁ ଭେଟିବା ପାଇଁ ରାତି ଅଧରେ ତାଙ୍କ ଘରକୁ ଯାଇଥିଲେ । ଏହି ସମୟରେ ଗାଁ ଲୋକେ ଘରର ବାହାରପଟୁ ତାଲା ପକାଇଦେଇଥିଲେ । ଆଉ ଯେତେବେଳେ ରାତି ପାହି ସକାଳ ହେଲା ସେତେବେଳେ ଉଭୟଙ୍କୁ ବାହାରକୁ ବାହାର କରି ସମସ୍ତେ ମିଶି ବାନ୍ଧି ପକାଇଥିଲେ । ବିଚ୍‌ ରାସ୍ତାରେ ଉଭୟଙ୍କୁ ଚଲେଇ ଚଲେଇ ନେବା ସହ ରାସ୍ତାରେ ଜୋତାରେ ମାଡ଼ ମାରି ଉଭୟଙ୍କର ଭିଡିଓ କରିଥିଲେ ।

ତେବେ ଏହି ଘଟଣା ଟି ଧର୍ମଗଡ଼ ଥାନା ମେରଘରା ଗାଁ ରେ ଘଟିଛି ! ଜଣେ ବିବାହିତ ମହିଳାଙ୍କୁ ଘରେ ସ୍ବାମୀ ନଥିବାବେଳେ ନିଜ ପ୍ରେମିକ ରାତିରେ ଭେଟିବା ପାଇଁ ଆସିଥିଲା । ଏହା ଜାଣିପାରି ଗାଁ ଲୋକେ ଉଭୟଙ୍କୁ ରାତି ସାରା ଘର କବାଟ ବନ୍ଦ କରି ରଖିଥିଲେ । ଉଭୟ ଙ୍କୁ ସକାଳୁ ଗାଁ ଦାଣ୍ଡରେ ବୁଲାଇ ବୁଲାଇ ନିସ୍ତୁକ ମାଡ ମାରିଥିଲେ । ଏହା ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ରେ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏନେଇ ଧର୍ମଗଡ଼ ଥାନା ରେ ଏତଲା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.