ଆଗୁଆ ଭୋଟ ଦେବାକୁ ଉଦ୍ୟମ କରିବା ବିଧାୟକଙ୍କୁ ପଡିଲା ମହଙ୍ଗା, ପୋଲିଂ ବୁଥରେ ଚାପୁଡା ମାରିଲେ ଭୋଟର

ଆଗୁଆ ଭୋଟ ଦେବାକୁ ଉଦ୍ୟମ କରି ଚାପୁଡା ଖାଇଛନ୍ତି ଆନ୍ଧ୍ର ପ୍ରଦେଶର ଜଣେ ବିଧାୟକ । ଏହାକୁ ବିରୋଧ କରିବାରୁ ବିଧାୟକ ଜଣଙ୍କ ସମସ୍ତଙ୍କ ସାମ୍ନାରେ ଜଣେ ଭୋଟରଙ୍କୁ ଶକ୍ତ ଚାପୁଡ଼ା ମାରିଛନ୍ତି । ଗୁଣ୍ଟୁର ଜିଲ୍ଲାରେ ଥିବା ଗୋଟିଏ ପୋଲିଂ ବୁଥରେ ଆଜି ଏପରି ଘଟଣା ଘଟିଛି ।

ବିଧାୟକ ବୋଲି କ’ଣ ଆମେ ଧାଡିରେ ଛିଡା ହେବୁ, ସେ ଆଗୁଆ ଭୋଟ ଦେବେ । ଏମିତି ହୋଇପାରିବ ନାହିଁ । ଆମର ମଧ୍ୟ କାମ ଅଛି । ଆଉ ଏପରି ସ୍ଥଳେ ଆଗୁଆ ଭୋଟ ଦେବାକୁ ଉଦ୍ୟମ କରି ଚାପୁଡା ଖାଇଛନ୍ତି ଆନ୍ଧ୍ର ପ୍ରଦେଶର ଜଣେ ବିଧାୟକ । ଏହାକୁ ବିରୋଧ କରିବାରୁ ବିଧାୟକ ଜଣଙ୍କ ସମସ୍ତଙ୍କ ସାମ୍ନାରେ ଜଣେ ଭୋଟରଙ୍କୁ ଶକ୍ତ ଚାପୁଡ଼ା ମାରିଛନ୍ତି । ଗୁଣ୍ଟୁର ଜିଲ୍ଲାରେ ଥିବା ଗୋଟିଏ ପୋଲିଂ ବୁଥରେ ଆଜି ଏପରି ଘଟଣା ଘଟିଛି । ତେବେ ବିଧାୟକ ଜଣକ ଚାପୁଡା ମାରିବା ପରେ ଭୋଟର ଜଣକ ମଧ୍ୟ ଛାଡି ନାହାନ୍ତି । ଭୋଟର ଜଣକ ମଧ୍ୟ ବିଧାୟକଙ୍କୁ ଚାପୁଡା ମାରିଛନ୍ତି ।

ଭୋଟ ଦେବାକୁ ସକାଳୁ ଲୋକମାନେ ବିଭିନ୍ନ ବୁଥରେ ଲମ୍ବା ଧାଡ଼ି କରି ଛିଡ଼ା ହୋଇଥିବା ବେଳେ ୱାଇଏସଆର କଂଗ୍ରେସର ତେନାଲି ବଧାୟକ ଶିବକୁମାର ଭୋଟ ଦେବାକୁ ଆସିଥିଲେ ।

ତେବେ ଭୋଟ ଦେବାକୁ ଲୋକମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଶିବକୁମାର ବିଧାୟକ ହୋଇଥିବାରୁ ଆଗକୁ ବଢ଼ି ଆଗୁଆ ପୋଲିଂ ବୁଥରେ ପଶିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସାମ୍ନାରେ ଛିଡ଼ା ହୋଇଥିବା ଜଣେ ଭୋଟର ଏହାକୁ ବିରୋଧ କରିଥିଲେ। ଏଥିରେ ରାଗି ଯାଇ ଶିବକୁମାର ଭୋଟରଙ୍କ ପାଖକୁ ଆସି ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ।

ଭୋଟର ଜଣଙ୍କ ମଧ୍ୟ ପାଲଟା ଜବାବରେ ବିଧାୟକଙ୍କୁ ଚାପୁଡ଼ା ମାରିଥିଲେ । ଏହାପରେ ବିଧାୟକଙ୍କ ସମର୍ଥକମାନେ ଭୋଟରଙ୍କୁ ମଧ୍ୟ ମାଡ ମାରିଥିଲେ । ତେବେ ଏହି ଘଟଣା ସମୟରେ ଅନେକ ଲୋକ ସେଠାରେ ଉପସ୍ଥିତ ଥିବା ବେଳେ ମଧ୍ୟ ବିଧାୟକ ଏବଂ ସମର୍ଥକଙ୍କୁ କେହି ଅଟକାଇ ନଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଆନ୍ଧ୍ର ପ୍ରଦେଶର ସମସ୍ତ ବିଧାନସଭା ଓ ଲୋକସଭା ଆସନ ପାଇଁ ଚୁତର୍ଥ ପର୍ଯ୍ୟାୟରେ ଆଜି ମତଦାନ ହେଉଛି । ଆଉ ଏହି ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

Leave A Reply

Your email address will not be published.