Below header

ଥାଇଲାଣ୍ଡ ପ୍ଲାନ୍‌ କରୁଥିଲେ ଖୁସି ଖବର, ୧୧ ନଭେମ୍ବର ପର୍ଯ୍ୟନ୍ତ ବିନା ଭିସାରେ ଯାତ୍ରା କରିପାରିବେ ଭାରତୀୟ ଏବଂ ତାଇଓ୍ଵାନ

ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ଥାଇଲାଣ୍ଡକୁ ଯିବାକୁ ଭାରତୀୟ ଏବଂ ତାଇଓ୍ଵାନ ପର୍ଯ୍ୟଟକଙ୍କ ପାଇଁ ୬ ମାସ ଭିସା ଫ୍ରି କରିବାକୁ ଘୋଷଣା କରିଛି ଥାଇଲାଣ୍ଡ । ଭାରତୀୟ ପର୍ଯ୍ୟଟକ ୧୧ ନଭେମ୍ବର ୨୦୨୪, ପର୍ଯ୍ୟନ୍ତ ବିନା ଭିସାରେ ଥାଇଲାଣ୍ଡ ଯାତ୍ରା କରିପାରିବେ । ଭାରତୀୟ ଏବଂ ତାଇୱାନର ପର୍ଯ୍ୟଟକ ବିନା ଭିସା ବିନା ସର୍ବାଧିକ ୩୦ ଦିନ ଥାଇଲାଣ୍ଡରେ ରହିପାରିବେ ।

ଥାଇଲାଣ୍ଡ ବୁଲିବାକୁ ଯିବା ପାଇଁ ପ୍ଲାନ କରୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ଥାଇଲାଣ୍ଡକୁ ଯିବାକୁ ଭାରତୀୟ ଏବଂ ତାଇଓ୍ଵାନ ପର୍ଯ୍ୟଟକଙ୍କ ପାଇଁ ୬ ମାସ ଭିସା ଫ୍ରି କରିବାକୁ ଘୋଷଣା କରିଛି ଥାଇଲାଣ୍ଡ । ଭାରତୀୟ ପର୍ଯ୍ୟଟକ ୧୧ ନଭେମ୍ବର ୨୦୨୪, ପର୍ଯ୍ୟନ୍ତ ବିନା ଭିସାରେ ଥାଇଲାଣ୍ଡ ଯାତ୍ରା କରିପାରିବେ ।

ଥାଇଲାଣ୍ଡ ପର୍ଯ୍ୟଟନର ବିକାଶ ବୃଦ୍ଧି କରିବା ପାଇଁ ଏଭଳି ପ୍ରୟାସ କରାଯାଇଛି । ଦେଶର ଅର୍ଥ ବ୍ୟବସ୍ଥାକୁ ବୃଦ୍ଧି କରିବା ସହ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ସହାୟକ ହେବ । ମଙ୍ଗଳବାର ଏକ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନ ଦ୍ୱାରା ଘୋଷଣା କରାଯାଇଛି । ଭାରତୀୟ ଏବଂ ତାଇୱାନର ପର୍ଯ୍ୟଟକ ବିନା ଭିସା ବିନା ସର୍ବାଧିକ ୩୦ ଦିନ ଥାଇଲାଣ୍ଡରେ ରହିପାରିବେ । ଏହାପୂର୍ବରୁ ଭାରତ ଏବଂ ତାଇୱାନର ପର୍ଯ୍ୟଟକ ବିନା ଭିସାରେ ଥାଇଲାଣ୍ଡରେ ମାତ୍ର ୧୫ ଦିନ ରହିବାକୁ ଅନୁମତି ଦିଆଯାଇଥିଲା ।

ଏହାପୂର୍ବରୁ ଶ୍ରୀଲଙ୍କା ସରକାର ମଧ୍ୟ ଘୋଷଣା କରିଛନ୍ତି ଯେ, ଭାରତୀୟ ପର୍ଯ୍ୟଟକ ମାଗଣାରେ ପର୍ଯ୍ୟଟନ ଭିସା ନେଇପାରିବେ । ତେବେ ଆରାଇଭାଲ ଭିସା ପାଇଁ ବର୍ଦ୍ଧିତ ଶୁଳ୍କ ନିଆଯାଉଥିବା ବିବାଦ ଦେଖା ପରେ ଘୋଷଣା ହୋଇଥିଲ । ଚୀନ୍, ରୁଷ, ଜାପାନ, ମାଲେସିଆ, ଥାଇଲାଣ୍ଡ ଏବଂ ଇଣ୍ଡୋନେସିଆ ନାଗରିକଙ୍କ ପାଇଁ ମଧ୍ୟ ଏହି ଛାଡ ଘୋଷଣା କରାଯାଇଥିଲା ।

ସୂଚନାଯୋଗ୍ୟ, ପୂର୍ବରୁ ଏହି ସୁବିଧା ନଭେମ୍ବର ୧୦ ୨୦୨୩ରୁ ମେ’ ୧୦ ମଧ୍ୟରେ ରହିଥିଲା । ଲୋକେ ବିନା ଭିସାରେ ଥାଇଲାଣ୍ଡ ଯାଇପାରିବେ ଏବଂ ୩୦ ଦିନ ପର୍ଯ୍ୟନ୍ତ ସେଠାରେ ରହିପାରିବେ ବୋଲି ଘୋଷଣା ହୋଇଥିଲା । ଦେଶ ଏବେ ଅଧିକ ପର୍ଯ୍ୟଟକଙ୍କୁ ଆଣିବା ପାଇଁ ଭାରତୀୟ ଏବଂ ତାଇୱାନ ନାଗରିକଙ୍କ ଲାଗି ଭିସାର ଆବଶ୍ୟକତାକୁ ଶେଷ କରିଛି। ଗତ ସେପ୍ଟେମ୍ବରରେ ଥାଇଲାଣ୍ଡ ଚୀନ ନାଗରିକମାନଙ୍କ ପାଇଁ ଏପରି କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.