Below header

ମେଟ୍ ଗାଲାରେ ଏକ ସୁନ୍ଦର ଶାଢୀରେ ନଜର ଆସିଲେ ଆଲିଆ ଭଟ୍ଟ, ଜିତିଲେ ଫ୍ୟାନ୍ସଙ୍କ ହୃଦୟ

ଚଳିତ ବର୍ଷ ମେଟ୍ ଗାଲାରେ ଆଲିଆ ଭଟ୍ଟ ପୁଣି ଥରେ ନିଜ ସୁନ୍ଦରତାରେ ଫ୍ୟାନ୍ସଙ୍କୁ ଦିୱାନା କରିଦେଇଛନ୍ତି । ଅଭିନେତ୍ରୀ ଏକ ଶାଢ଼ୀରେ ରେଡ କାର୍ପେଟରେ ଚାଲିଥିଲେ । ମେଟ ଗାଲାରୁ ଆଲିଆଙ୍କ ଲୁକ୍ ପ୍ରକାଶ ପାଇବା ମାତ୍ରେ ହି ପ୍ରଶଂସକମାନେ ତାଙ୍କର ଖୁବ ପ୍ରଶଂସା କରିଛନ୍ତି । ତାଙ୍କର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି ।

ଚଳିତ ବର୍ଷ ମେଟ୍ ଗାଲାରେ ଆଲିଆ ଭଟ୍ଟ ପୁଣି ଥରେ ନିଜ ସୁନ୍ଦରତାରେ ଫ୍ୟାନ୍ସଙ୍କୁ ଦିୱାନା କରିଦେଇଛନ୍ତି । ଅଭିନେତ୍ରୀ ଏକ ଶାଢ଼ୀରେ ରେଡ କାର୍ପେଟରେ ଚାଲିଥିଲେ । ଯାହା ପରେ ଫ୍ୟାନ୍ସମାନେ ତାଙ୍କୁ ପ୍ରଶଂସା କରିବା ବନ୍ଦ କରି ନାହାଁନ୍ତି । ଆଲିଆ ଭଟ୍ଟ ନିଜର ଚମତ୍କାର ଅଭିନୟ ସହିତ ଫ୍ୟାଶନ୍ ସେନ୍ସ ପାଇଁ ମଧ୍ୟ ବେଶ ଜଣାଶୁଣା । ପ୍ରତ୍ୟେକ ଇଭେଣ୍ଟରେ ତାଙ୍କର ଲୁକ୍ସ ଏପରି ରହିଥାଏ ଯେ ସମସ୍ତେ ତାଙ୍କର ଦିୱାନା ହୋଇଯାଆନ୍ତି ।

ମେଟ ଗାଲା ୨୦୨୪ ରେ ମଧ୍ୟ ସମାନ ଘଟଣା ଘଟିଛି । ଆଲିଆ ଭଟ୍ଟ ନିଜ ଦେଶକୁ ଗର୍ବିତ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ । ସେ ତାଙ୍କ ଅଭିନୟ ମାଧ୍ୟମରେ ହେଉ କିମ୍ବା ନ୍ୟାସନାଲ ଇଭେଣ୍ଟ ଯେପରି ମେଟ ଗାଲାରେ ନିଜ ଲୁକ୍ସ ମାଧ୍ୟମରେ ହେଉ । ଆଲିଆ ଭଟ୍ଟ ମେଟ ଗାଲାର ରେଡ କାର୍ପେଟ ଉପରେ ଏକ ଶାଢୀରେ ୱାକ୍ କରିଥିଲେ । ଆଲିଆ ଏହି ଶାଢୀରେ ବହୁତ ସୁନ୍ଦର ଦେଖାଯାଉଥିଲେ ।

ମେଟ ଗାଲାରୁ ଆଲିଆଙ୍କ ଲୁକ୍ ପ୍ରକାଶ ପାଇବା ମାତ୍ରେ ହି ପ୍ରଶଂସକମାନେ ତାଙ୍କର ଖୁବ ପ୍ରଶଂସା କରିଛନ୍ତି । ତାଙ୍କର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ଆଲିଆଙ୍କ ଲୁକ୍ ବିଷୟରେ କହିବାକୁ ଗଲେ ସେ ଡିଜାଇନର୍ ସାବ୍ୟସାଚିଙ୍କ ଦ୍ୱାରା ଏକ ପାଷ୍ଟେଲ୍ ରଙ୍ଗର ସାରୀ ପିନ୍ଧିଥିଲେ । ଆଲିଆ ହେୟାର ଆସେସୋରିଜ ଏବଂ ମିନିମାଲ ମେକଅପ୍ ସହିତ ତାଙ୍କର ଲୁକ୍ କମ୍ପ୍ଲିଟ କରିଥିଲେ । ଆଲିଆଙ୍କ ମେକଅପ୍ ଠାରୁ ଅଧିକ, ତାଙ୍କ କ୍ୟୁଟ୍ ସ୍ମାଇଲ ଲୋକଙ୍କୁ ପାଗଳ କରିଦେଉଛି ।

ରେଡ୍ କାର୍ପେଟରେ ଆଲିଆଙ୍କୁ ଦେଖି ଇଣ୍ଟରନ୍ୟାସନାଲ ପାପାରାଜି ମଧ୍ୟ ନିଜକୁ ଅଟକାଇ ପାରିନଥିଲେ ଏବଂ ତାଙ୍କ ନାମ ଜୋରସୋରରେ ଚିଲ୍ଲାଇ ଥିଲେ । ଆଲିଆଙ୍କ ଲୁକ୍ ଦେଖି ପ୍ରଶଂସକମାନେ ବହୁତ କମେଣ୍ଟ ମଧ୍ୟ କରୁଛନ୍ତି । ଜଣେ ଲେଖିଛନ୍ତି – ତୁମେ ରାଣୀ ପରି ଦେଖାଯାଉଛ । ସେହିପରି ଅନ୍ୟ ଜଣେ ଲେଖିଛନ୍ତି – ଆଲିଆଙ୍କ ଲୁକ୍ ବହୁତ ହି ଜବରଦସ୍ତ ହେଇଛି ଏବଂ ସେ ଖୁବ ସୁନ୍ଦର ମଧ୍ୟ ଲାଗୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.