ନିର୍ବାଚନ କାର୍ଯ୍ୟ ସାରି ଫେରୁଥିବା ବେଳେ ଦୁର୍ଘଟଣା: ୨ମୃତ

ମାଲାକନଗିରି ଜିଲ୍ଲା ମାଥିଲିରେ ଅଘଟଣ । ନିର୍ବାଚନ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ସଡକ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କର ମୃତ୍ୟୁ ହୋଇଛି । ମୃତ ଶିକ୍ଷକ ବଣ୍ଡାଘାଟି ବନ୍ଧଗୁଡାର ଇନ୍ଦ୍ରଜିତ୍ କିର୍ସାନୀ । ସେହିପରି ନୂଆପଡାରେ ମଧ୍ୟ ସଡକ ଦୁର୍ଘଟଣାରେ ଜଣେ ପ୍ରିଜାଇଡିଂ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ନୂଆପଡାରୁ ନିର୍ବାଚନ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ୩୫୩ ନମ୍ବର ଜାତୀୟ ରାଜପଥ ତାରବୋଡ଼ ନିକଟରେ ଦୁର୍ଘଟଣା ଘଟିଛି ।

ମାଲାକନଗିରି (କେନ୍ୟୁଜ): ମାଲାକନଗିରି ଜିଲ୍ଲା ମାଥିଲିରେ ଅଘଟଣ । ନିର୍ବାଚନ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ସଡକ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କର ମୃତ୍ୟୁ ହୋଇଛି । ମୃତ ଶିକ୍ଷକ ବଣ୍ଡାଘାଟି ବନ୍ଧଗୁଡାର ଇନ୍ଦ୍ରଜିତ୍ କିର୍ସାନୀ । ନିର୍ବାଚନ କାମରେ ଯୋଗ ଦେବାକୁ ନିକଟସ୍ଥ ପୋଲିଂ ବୁଥକୁ ଯାଇଥିଲେ ଇନ୍ଦ୍ରଜିତ୍ । ସେଠାରୁ ନୀର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଇନ୍ଦ୍ରଜିତଙ୍କ ବାଇକକୁ ଧକ୍କା ଦେଇଥିଲା ବସ୍ । ଘଟଣାସ୍ଥଳରେ ହିଁ ଇନ୍ଦ୍ରଜିତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସେହିପରି ନୂଆପଡାରେ ମଧ୍ୟ ସଡକ ଦୁର୍ଘଟଣାରେ ଜଣେ ପ୍ରିଜାଇଡିଂ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ନୂଆପଡାରୁ ନିର୍ବାଚନ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ୩୫୩ ନମ୍ବର ଜାତୀୟ ରାଜପଥ ତାରବୋଡ଼ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ଭବାନୀପାଟଣା ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ କର୍ମଚାରୀ ପ୍ରସନ୍ନ କୁମାର ନାଏକ । ଖବର ପାଇ ତରବୋଡ଼ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.