Below header

ଲିଭ୍‌ ଇନ୍‌ ରିଲେସନଶିପ୍‌ ଭାରତୀୟ ସଂସ୍କୃତି ପାଇଁ ‘କଳଙ୍କ’: ଛତିଶଗଡ଼ ହାଇକୋର୍ଟ

ଛତିଶଗଡ଼ ହାଇକୋର୍ଟ ଲିଭ୍‌ ଇନ୍‌ ରିଲେସନଶିପ୍‌କୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ଲିଭ୍‌ ଇନ୍‌ ରିଲେସନଶିପ୍‌କୁ ‘କଳଙ୍କ’ ବୋଲି କହିଛନ୍ତି । ହାଇକୋର୍ଟ କହିଛନ୍ତି ଯେ ଏହା ଭାରତୀୟ ସଂସ୍କୃତି ପାଇଁ କଳଙ୍କ । ଏହା ପାଶ୍ଚାତ୍ୟ ଦେଶରୁ ଆସିଥିବା ଏକ ଚିନ୍ତାଧାରା, ଯାହା ଭାରତୀୟ ରୀତିନୀତିର ବିପରୀତ ।

ଛତିଶଗଡ଼ ହାଇକୋର୍ଟ ଲିଭ୍‌ ଇନ୍‌ ରିଲେସନଶିପ୍‌କୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ଲିଭ୍‌ ଇନ୍‌ ରିଲେସନଶିପ୍‌କୁ ‘କଳଙ୍କ’ ବୋଲି କହିଛନ୍ତି । ହାଇକୋର୍ଟ କହିଛନ୍ତି ଯେ ଏହା ଭାରତୀୟ ସଂସ୍କୃତି ପାଇଁ କଳଙ୍କ । ଏହା ପାଶ୍ଚାତ୍ୟ ଦେଶରୁ ଆସିଥିବା ଏକ ଚିନ୍ତାଧାରା, ଯାହା ଭାରତୀୟ ରୀତିନୀତିର ବିପରୀତ । ଦାନ୍ତେୱାଡା ସହ ଜଡିତ ଏକ ମାମଲାରେ ଛତିଶଗଡ ହାଇକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

ଜଷ୍ଟିସ ଗୌତମ ଭାଦୁଡ଼ି ଓ ଜଷ୍ଟିସ୍‌ ସଞ୍ଜୟ ଏସ୍‌ ଅଗ୍ରୱାଲଙ୍କ ଡବଲ ବେଞ୍ଚ ଲିଭ୍‌ ଇନ୍‌ ରିଲେସନଶିପ୍‌ରୁ ଜନ୍ମିତ ଶିଶୁର ହେପାଜତ ମାମଲାରେ କଡ଼ା ମନ୍ତବ୍ୟ ଦେଇଛନ୍ତି । ପ୍ରକୃତରେ, ଶିଶୁର ହେପାଜତକୁ ନେଇ ତା’ର ବାପା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏହି ମାମଲାର ଶୁଣାଣି ପରେ କୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ।

କୋର୍ଟ କଡ଼ା ଟିପ୍ପଣୀ କରି କହିଛନ୍ତି ଯେ ସମାଜର କିଛି କ୍ଷେତ୍ରରେ ଆପଣାଯାଇଥିବା ଲିଭ୍‌-ଇନ୍‌ ରିଲେସନଶିପ୍‌ ଏବେ ମଧ୍ୟ ଭାରତୀୟ ସଂସ୍କୃତିରେ ଏକ କଳଙ୍କ ରୂପେ ଜାରି ରହିଛି । କାରଣ, ଲିଭ୍‌-ଇନ୍‌ ରିଲେସନଶିପ୍‌ ଏକ ଆମଦାନୀ ଧାରଣା, ଯାହା ଭାରତୀୟ ରୀତିନୀତି ବିରୋଧୀ ।

କୋର୍ଟ କହିଛନ୍ତି ଯେ ଜଣେ ବିବାହିତ ବ୍ୟକ୍ତିଙ୍କ ପାଇଁ ଲିଭ୍‌ ଇନ୍‌ ରିଲେସନଶିପ୍‌ରୁ ବାହାରିବା ଅତ୍ୟନ୍ତ ସହଜ । ଏଭଳି ସ୍ଥିତିରେ ଉକ୍ତ କଷ୍ଟମୟ ସମ୍ପର୍କରୁ ବାହାରିଥିବା ବ୍ୟକ୍ତିର ବେଦନାଭରା ଜୀବନ ଏବଂ ସେହି ସମ୍ପର୍କରୁ ଜନ୍ମିତ ପିଲାମାନଙ୍କ ସମ୍ବନ୍ଧରେ କୋର୍ଟ ଆଖି ବନ୍ଦ କରିପାରିବେ ନାହିଁ । କୋର୍ଟ ଏହି ସମ୍ପର୍କକୁ ଭାରତୀୟ ବିଶ୍ୱାସ ବିରୁଦ୍ଧ ବୋଲି କହିଛନ୍ତି ।

କହି ରଖୁଛୁ ଯେ ଛତିଶଗଡ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଯାହା ଶିଶୁର ସୁରକ୍ଷା ଉପରେ ଥିଲା । ଲିଭ୍‌ ଇନ୍‌ ସମ୍ପର୍କରେ ରହୁଥିବା ବେଳେ ଏହି ଦମ୍ପତି ଏକ ସନ୍ତାନ ଜନ୍ମ ଦେଇଥିଲେ । ପରେ ମହିଳା ଜଣକ ଅଲଗା ହୋଇଯାଇଥିଲେ । ଏହାପରେ ପ୍ରକୃତ ବାପା କୋର୍ଟରେ ଶିଶୁର ହେପାଜତ ପାଇଁ ଆବେଦନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.