Below header

ଭୋପାଳ: କାର୍ବାଇଟ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ଭୟଭୀତ ସ୍ଥାନୀୟ ବାସିନ୍ଦା

ଆଜି ଅପରାହ୍ନ ୪ଟା ସମୟରେ ମଧ୍ୟପ୍ରଦେଶ ଭୋପାଳରେ ଥିବା ୟୁନିଅନ କର୍ବାଇଟ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ଖବର ମିଳିଥିଲା । ବିସ୍ଫୋରଣ ନିଆଁ ଏତେ ଭୟଙ୍କର ଥିଲା ଯେ, ୫୦ ଫୁଟ ଉପରକୁ ଧୂଆଁ ଉଠିଥିଲା । ନିଆଁ ଓ ଧୂଆଁ ଯୋଗୁଁ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଭୟଭୀତ ହୋଇପଡିଥିଲେ ।

ମଧ୍ୟପ୍ରଦେଶ ଭୋପାଳରେ ଥିବା ୟୁନିଅନ କାର୍ବାଇଟ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ନିଆଁ ଲାଗିଯାଇଛି । ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଫ୍ୟାକ୍ଟ୍ରିରେ ଥିବା ପୁରୁଣା ମେସିନ, ପ୍ଲାଷ୍ଟିକ ଏବଂ କାଗଜ ରହିଥିଲା । ଭୟଙ୍କର ଧୂଆଁ ଚାରିଆଡେ ଦେଖିବାକୁ ମିଳିଥିଲା । ତେବେ ଏହି ଫ୍ୟାକ୍ଟ୍ରିଟି ଭୋପାଳ ଗ୍ୟାସ ଟ୍ରାଜେଡି ପରଠାରୁ ବନ୍ଦ ପଡିଥିଲା ।

ଖବର ମୁତାବକ, ଆଜି ଅପରାହ୍ନ ୪ଟା ସମୟରେ ମଧ୍ୟପ୍ରଦେଶ ଭୋପାଳରେ ଥିବା ୟୁନିଅନ କର୍ବାଇଟ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ଖବର ମିଳିଥିଲା । ବିସ୍ଫୋରଣ ନିଆଁ ଏତେ ଭୟଙ୍କର ଥିଲା ଯେ, ୫୦ ଫୁଟ ଉପରକୁ ଧୂଆଁ ଉଠିଥିଲା । ନିଆଁ ଓ ଧୂଆଁ ଯୋଗୁଁ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଭୟଭୀତ ହୋଇପଡିଥିଲେ । ଅଗ୍ନିଶମ ବିଭାଗର ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନାଯୋଗ୍ୟ,  ୧୯୮୪ ମସିହା ଡିସେମ୍ବର ୨-୩ ତାରିଖ ମଧ୍ୟରାତ୍ରରେ ଆମେରିକୀୟ କମ୍ପାନୀ ଡାଓ କେମିକାଲ୍ସ କମ୍ପାନୀରୁ ହଠାତ୍‌ ମିଥାଇଲ ଆଇସୋ ସିଆନାଇଡ଼ ଗ୍ୟାସ ନିର୍ଗତ ହେବା ଦ୍ୱାରା ଗୋଟିଏ ରାତିରେ ହିଁ ପ୍ରାୟ ହଜାରେ ଲୋକଙ୍କର ଜୀବନ ଚାଲି ଯାଇଥିଲା । ଏଠାକାର ଲୋକେ ଅଧିକ ମାତ୍ରାରେ ବିଷାକ୍ତ ପାଣିର ଶିକାର ହେଉଛନ୍ତି । ତେଣୁ କରି ହିଁ ଏହି ଅଞ୍ଚଳର କିଡ୍ନୀ, ଫୁସଫୁସ, ହୃଦରୋଗ, ଭୟାବହ ଚର୍ମ ରୋଗ, ଆଖି ସଂକ୍ରମଣ ଆଦି ରୋଗରେ ପୀଡିତ ରୋଗୀଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.