Below header

ଆମେରିକାରେ ବ୍ୟାପୁଛି କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ FLiRT, ଜାଣନ୍ତୁ ଲକ୍ଷଣ

କରୋନା ଭାଇରସ୍‌ ପୁଣିଥରେ ଲୋକଙ୍କ ଚିନ୍ତା ବଢ଼ାଇଛି । ଏଥର ଏହି ଭାଇରସ୍‌ ନୂଆ ରୂପରେ ଆସିଛି । କରୋନାର ନୂଆ ଭାରିଆଣ୍ଟ FLiRT ଆମେରିକାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।

କରୋନା ଭାଇରସ୍‌ ପୁଣିଥରେ ଲୋକଙ୍କ ଚିନ୍ତା ବଢ଼ାଇଛି । ଏଥର ଏହି ଭାଇରସ୍‌ ନୂଆ ରୂପରେ ଆସିଛି । କରୋନାର ନୂଆ ଭାରିଆଣ୍ଟ FLiRT ଆମେରିକାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ନୂଆ ଭାଇରସ୍‌ ବ୍ୟାପିବା ଦ୍ୱାରା ପୁଣି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଆସନ୍ତୁ ଜାଣିବା FLiRTର ଲକ୍ଷଣ କ’ଣ ଏବଂ ଏଥିରୁ ନିଜକୁ କିପରି ରକ୍ଷା କରାଯାଇ ପାରିବ ?

FLiRT (Flu-Like Respiratory Tract) କୋଡିଭ୍‌-୧୯ର ହିଁ ଏକ ପ୍ରକାର, ଯାହା ବର୍ତ୍ତମାନ ଆମେରିକାରେ ବିସ୍ତାର କରୁଛି । ରିପୋର୍ଟ ମୁତାବକ, FLiRT ଓମିକ୍ରନର JN.1 ପରିବାରର ବୋଲି କୁହାଯାଉଛି । ଓମିକ୍ରନ୍ କରୋନା ଭାଇରସ୍‌ ଗତ ଡିସେମ୍ବରରେ ହଇଚଇ ସୃଷ୍ଟି କରିଥିଲା । ଏହା ତାହାର ହିଁ ଷ୍ଟ୍ରେନ୍ ।

FLiRTର ଲକ୍ଷଣ

-ଜ୍ୱର

-କ୍ରମାଗତ କାଶ

-ଗଳା ଯନ୍ତ୍ରଣା ହେବା

-ଶରୀରରେ ପ୍ରବଳ ଯନ୍ତ୍ରଣା

-ସ୍ୱାଦ କିମ୍ବା ଗନ୍ଧ ହରାଇବା

-ନାକରୁ ପାଣି ଗଳିବା

-ମାଂସପେଶୀରେ ଯନ୍ତ୍ରଣା

-ମୁଣ୍ଡ ବିନ୍ଧା

SARS-CoV-2 ହେଉଛି ଓମିକ୍ରନ୍ ସବଭାରିଆଣ୍ଟର ଏକ ରୂପ, ଯାହାକୁ ‘FLiRT’ କୁହାଯାଉଛି । ଏହି ଭାଇରସ୍‌ ବର୍ତ୍ତମାନ ସମୟରେ ଆମେରିକାରେ ଦ୍ରୁତ ଗତିରେ ବ୍ୟାପୁଛି । ଏହା KP.2 ଭାରିଆଣ୍ଟ, ଯାହା କୋଭିଡ୍‌ ମାମଲା ପାଇଁ ମୁଖ୍ୟତଃ ଦାୟୀ । ତେବେ ସୂତ୍ରରୁ ଜଣାପଡ଼ିଛି, ଭାରତରେ ଏ ପର୍ଯ୍ୟନ୍ତ FLiRT ଭାରିଆଣ୍ଟର କୌଣସି ମାମଲା ରେକର୍ଡ କରାଯାଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.