ରାଜକୋଟ୍‌: ଗେମିଂ ଜୋନ୍‌ ଦୁର୍ଘଟଣାରେ କାର୍ଯ୍ୟାନୁଷ୍ଠାନ, ୬ ଅଧିକାରୀ ସସ୍‌ପେଣ୍ଡ

ଗୁଜରାଟର ରାଜକୋଟ୍‌ରେ ଟିଆର୍‌ପି (TRP) ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ମାମଲାରେ ପ୍ରଶାସନ ୬ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ।

ଗୁଜରାଟର ରାଜକୋଟ୍‌ରେ ଟିଆର୍‌ପି (TRP) ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ ପ୍ରଶାସନ ୬ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ଦୁର୍ଘଟଣା ପରେ ସରକାର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ, ଶନିବାର ଏଠାରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୮ ଜଣଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ୧୨ ଜଣ ପିଲା ଅଛନ୍ତି ।

ରାଜକୋଟ୍‌ ନଗର ନିଗମର ୨ ଅଧିକାରୀ ଆସିଷ୍ଟାଣ୍ଟ ଇଞ୍ଜିନିୟର ଜୟଦୀପ ଚୌଧୁରୀ ଓ ଟାଉନ୍‌ ପ୍ଲାନର ଗୌତମ ଯୋଶୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ସେହିପରି ସଡ଼କ ଏବଂ ନିର୍ମାଣ ବିଭାଗର ୨ ଅଧିକାରୀ ଅତିରିକ୍ତ ଇଞ୍ଜିନିୟର ପାରସ୍‌ କୋଠିଆ ଓ ଡେପୁଟି ଇଞ୍ଜିନିୟର ଏମ୍‌. ଆର୍‌. ସୁମାଙ୍କୁ ମଧ୍ୟ ସସ୍‌ପେଣ୍ଡ କରାଯାଇଛି । ଏହା ସହିତ ପୋଲିସ ବିଭାଗର ୨ ଅଧିକାରୀ ଇନ୍ସପେକ୍ଟର ଏନ୍‌. ଆର୍‌. ରାଠୋଡ ଓ ଇନ୍ସପେକ୍ଟର ବି. ଆର୍‌. ପଟେଲ୍‌ ନିଲମ୍ବିତ ହୋଇଛନ୍ତି ।

ଏହାରି ଭିତରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରବିବାର ରାଜକୋଟ୍‌ ଗେମିଂ ଜୋନ୍‌ ଦୁର୍ଘଟଣାସ୍ଥଳ ଯାଇ ବ୍ୟକ୍ତିଗତ ରୂପେ ନିରୀକ୍ଷଣ କରିଛନ୍ତି । ଏହି ଗମ୍ଭୀର ଘଟଣା ପାଇଁ ଦାୟୀ ଲୋକମାନଙ୍କ ବିରୋଧରେ ସେ କଠୋର କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେଇଥିଲେ । ଏହାପରେ ୬ ଜଣ ଅଧିକାରୀଙ୍କୁ ତୁରନ୍ତ ସସ୍‌ପେଣ୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

କହି ରଖୁଛୁ ଯେ ରାଜକୋଟ୍‌ର ଟିଆର୍‌ପି ଗେମିଂ ଜୋନ୍‌ରେ ଶନିବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଏଠାରେ ଜେନେରେଟର ପାଇଁ ୧୫୦୦ରୁ ୨୦୦୦ ଲିଟର ଡିଜେଲ, କାର୍ ରେସିଂ ପାଇଁ ୧୦୦୦ରୁ ୧୫୦୦ ଲିଟର ପେଟ୍ରୋଲ ଗଚ୍ଛିତ ଥିଲା, ଯେଉଁ କାରଣରୁ ନିଆଁ ଭୟଙ୍କର ଭାବେ ଚାରିଆଡ଼େ ବ୍ୟାପିଯାଇଥିଲା । ଏହି ଅଗ୍ନିକାଣ୍ଡରେ ଗେମ୍‌ ଜୋନ୍‌ର ସମଗ୍ର ଷ୍ଟ୍ରକ୍ଚର ଜଳି ପାଉଁଶ ହୋଇଯାଇଥିଲା ।

ଏହି ସ୍ଥାନରୁ ବାହାରକୁ ବାହାରିବା ଏବଂ ପ୍ରବେଶ ପାଇଁ ୬ରୁ ୭ ଫୁଟ୍‌ର କେବଳ ଗୋଟିଏ ହିଁ ରାସ୍ତା ଥିଲା । ଗେମ୍‌ ଜୋନ୍‌ରେ ପ୍ରବେଶ ପାଇଁ ୯୯ ଟଙ୍କିଆ ସ୍କିମ୍ ରହିଥିଲା, ଯେଉଁ କାରଣରୁ ବହୁ ସଂଖ୍ୟକ ଲୋକ ଏହା ଭିତରେ ଥିଲେ । ରାଜ୍ୟ ସରକାର ଏହି ଦୁର୍ଘଟଣାର ତଦନ୍ତ ପାଇଁ ୫ ଜଣିଆ ଏସ୍‌ଆଇଟି ଗଠନ କରିଥିଲେ ।

Leave A Reply

Your email address will not be published.