ରାଜକୋଟ୍‌ ଗେମିଂଜୋନ୍‌ ଅଗ୍ନିକାଣ୍ଡରେ ମୃତକଙ୍କ ମଧ୍ୟରେ ଥିଲେ ନବଦମ୍ପତି

ଶନିବାର ସନ୍ଧ୍ୟାରେ ଗୁଜୁରାଟର ରାଜକୋଟର ଟିଆରିପି ଗେମିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ୨୭ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି । କିନ୍ତୁ ଏହି ମୃତକଙ୍କ ମଧ୍ୟରେ ଏହି ନବଦମ୍ପତିଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ସହ ମଧ୍ୟ ତାଙ୍କ ଭଉଣୀ ଥିଲେ ।

ସପ୍ତାହେ ତଳେ ବିବାହ କରିଥିଲେ ଏହି ଯୁବକ ଯୁବତୀ । ବେଶ୍‌ ଖୁସିରେ ନୂଆ କରି ସଂସାର ଗଢ଼ିବେ ବୋଲି ସ୍ୱପ୍ନ ଦେଖିଥିଲେ । ହେଲେ ତାଙ୍କର ଏହି ଖୁସି ଆଉ ସ୍ୱପ୍ନରେ ସତେ ଯେମିତି କାହାର କଳା ନଜର ଲାଗିଗଲା । ହଠାତ୍‌ ତାଙ୍କ ଜୀବନରେ ମାଡ଼ି ଆସିଲା କଳାବାଦଲ । ନୂଆ କରି ସଂସାର ଗଢ଼ି ତୋଳିବା ଆରମ୍ଭ ହେବା ଆଗରୁ ସବୁକିଛି ଶେଷ ହୋଇଗଲା ।

ଆପଣ ଜାଣିଥିବେ ଶନିବାର ସନ୍ଧ୍ୟାରେ ଗୁଜୁରାଟର ରାଜକୋଟର ଟିଆରିପି ଗେମିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ୨୭ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି । କିନ୍ତୁ ଏହି ମୃତକଙ୍କ ମଧ୍ୟରେ ଏହି ନବଦମ୍ପତିଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ସହ ମଧ୍ୟ ତାଙ୍କ ଭଉଣୀ ଥିଲେ ।

ନୂଆ କରି ବିବାହ କରିଥିଲେ ନବଦମ୍ପତି, ସେଥିଲାଗି ବୁଲିବା ପାଇଁ ଉଭୟ ସପ୍ତାହ ତଳେ ରାଜକୋଟର ଟିଆରିପି ଗେମିଂ ଜୋନ୍‌ କୁ ବୁଲିବାକୁ ଯାଇଥିଲେ । ହେଲେ ସେଠାରେ ତାଙ୍କ ସହ ଘଟିଗଲା ଏତେ ବଡ଼ ଅଘଟଣ । ହଠାତ୍‌ ଗେମିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାାରେ ତାଙ୍କର ଜୀବନ ଚାଲିଗଲା ।

ଏହି ନବବିବାହିତ ଦମ୍ପତି ହେଉଛନ୍ତି ଅକ୍ଷୟ ଢୋଲରିଆ ବୟସ ୨୪ ବର୍ଷ ହୋଇଥିବା ଥିବାବେଳେ ତାଙ୍କ ପତ୍ନୀ ଖ୍ୟାତିଙ୍କ ବୟସ ୨୦। ଏବଂ ଶାଳୀ ହରିତା ମଧ୍ୟ ଅଛନ୍ତି । ଅକ୍ଷୟ କାନାଡ଼ାରେ ବାପା-ମାଆଙ୍କ ସହ ରହୁଥିବା ବେଳେ କୋର୍ଟ ମ୍ୟାରେଜ ପାଇଁ ଭାରତ ଆସିଥିଲେ । ଗତ ରବିବାର ଅକ୍ଷୟ ଓ ଖ୍ୟାତିଙ୍କର କୋର୍ଟ ମ୍ୟାରେଜ୍ ହୋଇଥିଲା । ହେଲେ ଏହି ଅଗ୍ନକାଣ୍ଡ ସେମାନଙ୍କ ଜୀବନ ନେଇଯାଇଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ମୃତକଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଥିଲା । ଅକ୍ଷୟ ପିନ୍ଧିଥିବା ମୁଦି ସାହାଯ୍ୟରେ ତାଙ୍କ ମୃତଦେହ ଚିହ୍ନଟ ହୋଇପାରିଛି। କିନ୍ତୁ ଖ୍ୟାତି ଏବଂ ହରିତାଙ୍କୁ ଚିହ୍ନଟ ପୋଇପରି ନାହିଁ। ଡିଏନଏ ପରୀକ୍ଷା ପାଇଁ ସେମାନଙ୍କ ମୃତଦେହ ପଠାଯାଇଛି ।

ତେବେ କୁହାଯାଉଛି ଯେ, ଟିଆରିପି ଗେମିଂ ଜୋନ୍‌ ଶନିବାର ଦିନ ଭଲ ରିହାତି ଅଫର୍‌ ଦେଇଥିଲେ ଯାହାଫଳରେ ସେଠାରେ ଅଧିକ ଲୋକଙ୍କ ଭିଡ଼ ଜମିଥିଲା । କିନ୍ତୁ କୌଣସି କାରଣରୁ ଗେମିଂ ଜୋନ ରେ ନିଆଁ ଲାଗିଯାଇଥିଲା । ଯାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ । ଅନୁମାନ କରାଯାଉଛି ସର୍ଟସର୍କିଟରୁ ନିଆଁ ଲାଗିଥାଇପାରେ । କିନ୍ତୁ ଏହା ତଦନ୍ତ ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଅଧିକାରୀ ମାନେ କହିଛନ୍ତି । ସେପଟେ ଦାୟିତ୍ୱରେ ଅବହେଳା ପାଇଁ ୬ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।

 

Leave A Reply

Your email address will not be published.