ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖର ଅନୁକୂଳ ପୂଜା ସମ୍ପନ୍ନ

ପବିତ୍ର ଭଉଁରୀ ତିଥିରେ ଚକା ଡେରା ନୀତି ପାଳିତ ହେବାକୁ ଥିବାରୁ ରଥ ଖଳା ଚଳଚଞ୍ଚଳ ହୋଇଉଠିଛି । ସେଥିପାଇଁ  ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖର ଅନୁକୂଳ ପୂଜା ତିନି ରଥର ମୁଖ୍ୟ ବିଶ୍ଵକର୍ମା ସେବକଙ୍କ ଦ୍ଵାରା ସମ୍ପନ୍ନ ପରେ ତିନି ରଥର  ମହାରଣା ସେବକଙ୍କମାନେ ନାହାକା ଅଖର ଦୁଇ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ପରେ ମାଠେଣୀ କାର୍ଯ୍ୟ ଜାରୀ ରହିଛି  l

ପୁରୀ : ପବିତ୍ର ଭଉଁରୀ ତିଥିରେ ଚକା ଡେରା ନୀତି ପାଳିତ ହେବାକୁ ଥିବାରୁ ରଥ ଖଳା ଚଳଚଞ୍ଚଳ ହୋଇଉଠିଛି । ସେଥିପାଇଁ  ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖର ଅନୁକୂଳ ପୂଜା ତିନି ରଥର ମୁଖ୍ୟ ବିଶ୍ଵକର୍ମା ସେବକଙ୍କ ଦ୍ଵାରା ସମ୍ପନ୍ନ ପରେ ତିନି ରଥର  ମହାରଣା ସେବକଙ୍କମାନେ ନାହାକା ଅଖର ଦୁଇ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ପରେ ମାଠେଣୀ କାର୍ଯ୍ୟ ଜାରୀ ରହିଛି  l

ତାଳଧ୍ଵଜ ରଥର ମୋଟ ୧୪ ଚକ ମଧ୍ୟରୁ ୨ ଗୋଟି  ନାହାକା ଚକ ଏବଂ 3 ଗୋଟି ପଡ଼ି ନାହାକା ଚକ ନିର୍ମାଣ ଶେଷ ହୋଇଅଛି l ଆଉ ଦୁଇ ଗୋଟି ପଡ଼ି ନାହାକା ଚକ ମଧ୍ୟରୁ ଗୋଟିକର ଅର ସାଲ ଶେଷ ହୋଇ, ପଇ ବିନ୍ଧ ଚାଲୁ ରହିଛି  l ପଇ ବିନ୍ଧ ଶେଷ ହେବାପରେ ପଞ୍ଚମ ଚକରେ ପଇ ସଂଯୋଗ ହେବ l ଏଥିସହ ଆଜି ତାଳଧ୍ଵଜ ରଥର ଦୁଇଟି ୨୦ ଫୁଟିଆ ଓରା କାଠର ଚଉପଟ କାର୍ଯ୍ୟ ଜାରୀ ରହିଛି  l

ସେହିପରି ଦର୍ପ ଦଳନ ରଥର ମୋଟ ୧୨ ଗୋଟି ଚକ ମଧ୍ୟରୁ ଆଜି ସୁଦ୍ଧା ଚାରି ଗୋଟି ନାହାକା ଚକ ମଧ୍ୟରୁ ତିନି ଗୋଟି ନାହାକା ଚକର ନିର୍ମାଣ ଶେଷ ହୋଇ ଚତୁର୍ଥ ନହାକା ଚକର ପଇ କଳସା କାର୍ଯ୍ୟ ଜାରୀ ରହିଛି  l ପଞ୍ଚମ ଚକର ଅରରେ ପଇ ସଂଯୋଗ ହୋଇ ପଇ ବିନ୍ଧରେ କିଳା ବାଡିଆ  କାର୍ଯ୍ୟ ବାକି ରହିଛି ।

ଏଥିସହ ଦର୍ପଦଳନ ରଥର ଦୁଇଟି ୨୦ ଫୁଟିଆ ଓରା କାଠର ଚଉପଟ କାର୍ଯ୍ୟ ଜାରୀ ରହିଛି । ଅନ୍ୟପଟେ ନନ୍ଦିଘୋଷ ରଥର ମୋଟ ୧୬ ଗୋଟି ଚକରୁ ୪ଗୋଟି ନାହାକ ଚକର ନିର୍ମାଣ ଶେଷ ହୋଇଅଛି l ୫ମ ଚକର ପଇ କଳସା ପାଇଁ ମାପ ଗାର ପଡ଼ିଅଛି । ୬ଷ୍ଠ ଚକ ତୁମ୍ବରେ ଆର ସଂଯୋଗ ହୋଇ ଅର ସାଲ ଶେଷ ହୋଇଛି ।

ଏଥି ସହ ନନ୍ଦିଘୋଷ ରଥର  ଦୁଇଟି ୨୦ ଫିଟିଆ ଓରା ଚଉପଟ ଶେଷ ହୋଇ, ଚାରୋଟି କୁଡୁକା ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ।  ତିନି ରଥର ରୂପକାର ସେବକମାନେ ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ଜାରିରଖିଛନ୍ତି ।  ରୂପ ଖୋଦେଇ ଶେଷ ହୋଇଥିବା ରୂପ ଗୁଜର ଗୁଡ଼ିକର ପଲିସ କାର୍ଯ୍ୟ ଚାଲୁ ରହିଛି ।

 

Leave A Reply

Your email address will not be published.