ବିଏମଡବ୍ଲ୍ୟୁ କାର ବନେଟ୍‌ ଉପରେ ବସି ବଜାର ବୁଲିଲେ ବ୍ୟକ୍ତି, ବାନ୍ଧିନେଲା ପୋଲିସ

ଭିଡିଓ ଭାଇରାଲ ହେବା ପରେ ବ୍ୟକ୍ତିିଙ୍କୁ ଚଳନ୍ତା ବିଏମଡବ୍ଲ୍ୟୁ ବନେଟ ଉପରେ ଶୋଇ ଶୋଇ ଯାଉଥିବାର ଦେଖିବା ପରେ ଗିରଫ କରାଯାଇଛି । ଏହି କାରକୁ ଜଣେ ୧୭ ବର୍ଷର ନାବାଳକ ଚଲାଉଥିଲା ବୋଲି କହିଛି ପୋଲିସ୍‌ ।

ମାନିବାକୁ ପଡିବ ସଉକକୁ । ବିଏମଡବ୍ଲ୍ୟୁ କାରର ବନେଟ୍‌ ଉପରେ ବସି ବଜାର ବୁଲିଲେ ବ୍ୟକ୍ତି । ମାର୍କେଟର ଜନଗହଳୀ ପୂର୍ଣ୍ଣ ରାସ୍ତାରେ ଏମିତି ଷ୍ଟଣ୍ଟ କରି କରି ଯାଉଥିଲେ ବ୍ୟକ୍ତି ଜଣଙ୍କ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି କାରଟିକୁ ଚଲାଉଥିଲା ଜଣେ ୧୭ ବର୍ଷିୟ ନାବାଳକ । କିନ୍ତୁ ଅସଲ ମଜା ସେତେବେଳେ ହେଲା ଯେତେବେଳେ ଏହି ସମୟର ଭିଡିଓକୁ କିଏ ରେକର୍ଡ କରି ସୋସିଆଲ ମିଡିଆରେ ଛାଡିଦେଲା । ଭିଡିଓ ଭାଇରାଲ ହେବା ପରେ ବ୍ୟକ୍ତିିଙ୍କୁ ଚଳନ୍ତା ବିଏମଡବ୍ଲ୍ୟୁ ବନେଟ ଉପରେ ଶୋଇ ଶୋଇ ଯାଉଥିବାର ଦେଖିବା ପରେ ଗିରଫ କରାଯାଇଛି । ଏହି କାରକୁ ଜଣେ ୧୭ ବର୍ଷର ନାବାଳକ ଚଲାଉଥିଲା ବୋଲି କହିଛି ପୋଲିସ୍‌ । ଏକଦମ୍‌ ରଙ୍ଗୀଲା ଷ୍ଟାଇଲରେ ଯାଉଥିବା ଏ ବ୍ୟକ୍ତିଙ୍କର ନାମ ହେଉଛି ସୁଭମ୍‌ ମିତାଲିୟା । ଶନିବାର ମୁମ୍ବାଇର କଲ୍ୟାଣ ଶିବାଜୀ ଛକ ଅଞ୍ଚଳରେ ଚଳନ୍ତା କାରର ବନେଟ ଉପରେ ଶୋଇ ଶୋଇ ଯାଉଥିବା ଦେଖିବାକୁ ମିଳିଥିଲା ।

ଆଉ ଏହା ଦେଖି ଲୋକମାନେ ଯିଏ ସେହି ରାସ୍ତା ବାଟ ଦେଇ ଯାଉଥିଲେ ସମସ୍ତେ ତାଙ୍କ ରଙ୍ଗୀଲା ଅନ୍ଦାଜକୁ ଦେଖି ଦେଖି ଯାଉଥିଲେ । ତେବେ ଅନେକ ଲୋକ ଏହି ଦୃଶ୍ୟକୁ ରେକର୍ଡ ମଧ୍ୟ କରୁଥିଲେ । ବିଏମଡବ୍ଲ୍ୟୁ କାରର ବନେଟ ଉପରେ ଏକଦମ୍‌ ରାଜା ଭଳି ଯାଉଥିବା ଏ ବ୍ୟକ୍ତିଙ୍କର ବୟସ ହେଉଛି ୨୧ ବର୍ଷ । ଯାହାକୁ ଏବେ ପୋଲିସ ଗିରଫ କରିଛି । ସେହିପରି ନାବାଳକ ଏବଂ ତାଙ୍କ ବାପାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ତଦନ୍ତରୁ ଜଣାପଡିଛି ଯେ କାରକୁ ଚଲାଉଥିବା ନାବାଳକର ବାପାଙ୍କ ନାଁରେ ଏହି ବିଏମଡବ୍ଲ୍ୟୁ ରେଜିଷ୍ଟର୍ଡ ହୋଇଥିବାବେଳେ ସେ ଜଣେ ସରକାରୀ ଅଧିକାରୀ । କିନ୍ତୁ ନିଜ ନାବାଳକ ପୁଅକୁ ବିନା ଡ୍ରାଇଭିଙ୍ଗ ଲାଇସେନ୍ସରେ ଗାଡି ଚଲାଇବାକୁ ଅନୁମତି ଦେବାରୁ ତାଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରାଯାଇଛି ।

କିନ୍ତୁ ଲୋକମାନେ ବେଳେବେଳେ ନିଜକୁ ୟୁନିକ ଦେଖାଇବା ପାଇଁ କିଛି ଏମିତି କରିଦିଅନ୍ତି, ଯାହା ପାଇଁ ପରେ ହଇରାଣରେ ପଡନ୍ତି । ଏଇ ଯେମିତି ବ୍ୟକ୍ତି, ତାଙ୍କର ପ୍ରଥମ ଭୂଲ ହେଉଛି ଯେ ଗାଡିର ଭିତରେ ସିଟରେ ନ ବସି ବନେଟ୍‌ ଉପରେ ବସିଛନ୍ତି । ଆଉ ଦ୍ୱିତୀୟ ଭୁଲ ହେଉଛି ତାକୁ ଚଲାଉଥିବା ଚାଳକ, ଯାହାର କି ନାଁ ଡ୍ରାଇଭିଙ୍ଗ ଲାଇସେନ୍ସ ଅଛି ନା ଗାଡି ଚଲାଇବା ପାଇଁ ଉପଯୁକ୍ତ ବୟସ ହୋଇଛି । ଆଉ ଜନଗହଳୀପୂର୍ଣ୍ଣ ରାସ୍ତାରେ ଏମିତି ଚଲାଇଲେ ପୋଲିସ ତ ଆପଣଙ୍କୁ ନିହାତି ବାନ୍ଧିବ ଏଥିରେ ସନ୍ଦେହ ନାହିଁ ।

Leave A Reply

Your email address will not be published.